ହାଇଦ୍ରାବାଦ: ଯାତ୍ରୀ ଭିଡକୁ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନୂଆ ଯୋଜନା । ସ୍ବତନ୍ତ୍ର ଟ୍ରେନ ଚଳାଚଳ ସହ ନିୟମିତ ଟ୍ରେନ ଗୁଡିକରେ ଅତିରିକ୍ତ ବଗି ସଂଯୋଗର ହୋଇଛି ବ୍ୟବସ୍ଥା ।
■ ପୂର୍ବତଟ ରେଳପଥରୁ ଏବଂ ଏହାର ପରିସୀମା ମଧ୍ୟଦେଇ ୧୯ ଯୋଡ଼ା ପୂଜା ସ୍ୱତନ୍ତ୍ର ଚଳାଚଳ କରୁଛି I
■ ଚାରି ଲକ୍ଷରୁ ଅଧିକ ବର୍ଥ ସୃଷ୍ଟି କରାଯାଇପାରିଛି I
■ ନିୟମିତ ଚଳାଚଳ କରୁଥିବା ଟ୍ରେନ ଗୁଡିକରେ ଅତିରିକ୍ତ ବଗି ସଂଯୋଗ I
■ ଯାତ୍ରୀ ସଂରକ୍ଷଣ ପ୍ରଣାଳୀରେ ଉପଲବ୍ଧ I
■ ପୂଜା ସମୟରେ ଯାତ୍ରୀଭିଡ଼କୁ ଏଡ଼ାଇବାପାଇଁ ଏକ ପ୍ରୟାସ I
ପୂଜା ଛୁଟି ସମୟରେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବତଟ ରେଳପଥରୁ ଏବଂ ଏହା ମଧ୍ୟଦେଇ ଦେଶର ବିଭିନ୍ନ ପ୍ରାନ୍ତକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଇଥିବା ବେଳେ ନିୟମିତ ଯାତାୟାତ କରୁଥିବା ଟ୍ରେନ ଗୁଡିକରେ ମଧ୍ୟ ଅତିରିକ୍ତ ବଗି ସଂଯୋଗ କରାଯାଉଅଛି । ଯାହାଫଳରେ ଅଧିକ ବର୍ଥ ସୃଷ୍ଟି କରାଯାଇ ଯାତ୍ରୀ ମାନଙ୍କୁ ଯାତ୍ରା ସୁବିଧା ପ୍ରଦାନ କରାଯାଇ ପାରିବ I
ଏହି ଟ୍ରେନ ଗୁଡିକ ହେଲା ପୁରୀ-ସନ୍ତ୍ରାଗାଛି(ହାଓଡ଼ା)-ପୁରୀ, ସନ୍ତ୍ରାଗାଛି-ଚେନ୍ନାଇ-ସନ୍ତ୍ରାଗାଛି, ଶାଲିମର-ପୁରୀ-ସନ୍ତ୍ରାଗାଛି, ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ସାପ୍ତାହିକ, ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ଦ୍ବିସାପ୍ତାହିକ, ସମ୍ବଲପୁର-ବନସୱାଡି-ସମ୍ବଲପୁର, ସିଆଲଦା-ପୁରୀ-ସିଆଲଦା, ହବିବଗଞ୍ଜ-ପୁରୀ-ହବିବଗଞ୍ଜ(ଭୋପାଳ), ଭଂଜପୁର-ପୁରୀ-ଭଂଜପୁର, ସିକନ୍ଦରାବାଦ-ଗୌହାଟୀ-ସିକନ୍ଦରାବାଦ, କଚେଗୁଡା-ଟାଟା-କଚେଗୁଡା(ସିକନ୍ଦରାବାଦ), ଚେନ୍ନାଇ-ଗୌହାଟୀ-ଚେନ୍ନାଇ, ଚେନ୍ନାଇ-ସନ୍ତ୍ରାଗାଛି-ଚେନ୍ନାଇ, ପୁଡୁଚେରୀ-ସନ୍ତ୍ରାଗାଛି-ପୁଡୁଚେରୀ, ବିଶାଖାପାଟଣା-ଆରକୁ-ବିଶାଖାପାଟଣା, ବିଶାଖାପାଟଣା-ସିକନ୍ଦରାବାଦ-ବିଶାଖାପାଟଣା, ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ଏବଂ କଚେଗୁଡା-ଶ୍ରୀକାକୁଲମ-କଚେଗୁଡା ସ୍ୱତନ୍ତ୍ର ଟ୍ରେନ। ଏହା ଛଡା ନିୟମିତ ଯାତାୟାତ କରୁଥିବା ଟ୍ରେନ ଗୁଡିକ ସହିତ ଭିତ୍ତିଭୂମିର ସୁବିଧା ଦେଖି ପୂଜା ଛୁଟି ଭିଡ ସମୟରେ ବିଭିନ୍ନ ପ୍ରାନ୍ତକୁ ଅଧିକ ଟ୍ରେନ ଚଳାଚଳ ପାଇଁ ମଧ୍ୟ ପୂର୍ବତଟ ରେଳପଥ ପକ୍ଷରୁ ଯୋଜନା କରାଯାଉଅଛି I