ଶିମଲା: ଏବେ ସାରା ବିଶ୍ବରେ ତାଣ୍ଡବ ରଚୁଛି ମହାମାରୀ କୋରୋନା । ଏହାର ପ୍ରତିହତ ପାଇଁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି । ଆଉ ଏହି ଲକଡାଉନ କାରଣରୁ ବାହାର ରାଜ୍ୟରେ ଫସି ରହିଛନ୍ତି ଅନେକ ପ୍ରବାସୀ । ତେବେ ସେମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସରକାର ତତ୍ପର । ଏପଟେ ଗୋଆରେ ଫସି ରହିଥିବା ରାଜ୍ୟବାସୀଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଗୋଆରୁ ହିମାଚଳ ପ୍ରଦେଶର ୟୁନା ସହରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି । ଶନିବାର ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏହା କହିଛନ୍ତି ।
ଦେଶବ୍ୟାପୀ ତାଲା ପଡିଥିବାରୁ ଶିମଲା ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗାଯୋଗ କରି ସ୍ୱତନ୍ତ୍ର ଟ୍ରେନର ବନ୍ଦୋବସ୍ତ କରିବା ପାଇଁ ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଅନୁରୋଧ କରିଛନ୍ତି । ଏହି ସ୍ୱତନ୍ତ୍ର ଟ୍ରେନ୍ ଗୋଆରୁ ମେ 13 କିମ୍ବା 14ରେ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।