ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଆରମ୍ଭ ହେବ ରେଳ ସେବା । ତେବେ ଅନଲାଇନ ଆଇଆରସିଟିସି ଦ୍ବାରା ଆପଣ ଟିକଟ ବୁକ କରି ନିଜର ଗନ୍ତବ୍ୟସ୍ଥଳକୁ ଯାତ୍ରା କରି ପାରିବେ । ତେବେ ପୂର୍ବ ଘୋଷିତ ସମୟ ଅନୁସାରେ ସାଇଟ ଖୋଲି ନଥିଲା । ଫଳରେ ଯାତ୍ରୀ ଟିକଟ ବୁକ କରିବାରେ ସମସ୍ୟାର ସାମନା କରିଛନ୍ତି ତେଣୁ ସଂଧ୍ୟା 6ଟାରୁ ବୁକିଂ ନେଇ ଘୋଷଣା କରିଛି ରେଳ ମନ୍ତ୍ରଣାଳୟ ।
4ଟାରେ ଖୋଲିଲାନି IRCTC ସାଇଟ, ସଂଧ୍ୟା 6ରୁ ପୁନଃବୁକିଂ ଆରମ୍ଭ
ସଂଧ୍ୟା 6ରୁ ପୁନଃ ବୁକିଂ ଆରମ୍ଭ । ଆଇଆରସିଟିସି ସାଇଟରେ ସମସ୍ୟା ଦେଖାଦେବାରୁ 4ଟାରେ ହୋଇପାରିଲନି ବୁକିଂ । ଅଧିକ ପଢନ୍ତୁ...
ଫାଇଲ ଫଟୋ
ଏନେଇ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛି ମନ୍ତ୍ରଣାଳୟ । କୌଣସି ବି ଯାତ୍ରୀଙ୍କୁ ଷ୍ଟେସନରେ ମିଳିବ ନାହିଁ ଟିକଟ । ଅନଲାଇନ ଟିକଟ ବୁକିଂ କନଫର୍ମ ହେବାପରେ ଯାତ୍ରା ସମ୍ଭବ ବୋଲି କୁହାଯାଇଛି । ରେଳ ମନ୍ତ୍ରଣାଳୟର ଗାଇଡଲାଇନ ମାନିବା ସହ ଯାତ୍ରା କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି ।
ନୂଆଦିଲ୍ଲୀ ଷ୍ଟେସନରୁ ଭୁବନେଶ୍ବର,ସିକନ୍ଦରରାବାଦ,ଅଗରତାଲା,ରାଞ୍ଚି,ମୁମ୍ବାଇ,ଅହମଦାବାଦ ଆଦି ସ୍ଥାନକୁ ଯାତ୍ରା କରିବ ରେଳ । ରେଳ ସମୟର 2 ଘଣ୍ଟା ପୂର୍ବରୁ ସମସ୍ତ ଯାତ୍ରୀଙ୍କୁ ଷ୍ଟେସନରେ ପହଞ୍ଚିବାକୁ ନିର୍ଦ୍ଦେଶ ରହିଛି ।