ବେଙ୍ଗାଲୁରୁ: କୋରୋନା କାଳରେ ଏକ ବିଷମ ଓ ସଙ୍କଟମୟ ସ୍ଥିତି ଦେଇ ଗତି କରୁଛି ଦେଶ । ଏପରିସ୍ଥଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଫସିରହିଥିବା ଶ୍ରମିକ, ଛାତ୍ରଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବା ପାଇଁ ବ୍ୟବସ୍ଥା କରୁଛନ୍ତି କେନ୍ଦ୍ର ସରକାର । ଏହିକ୍ରମରେ କର୍ଣ୍ଣାଟକରେ ପଢୁଥିବା ପ୍ରାୟ 985 କାଶ୍ମୀର ଛାତ୍ରଙ୍କୁ ଏକ ସ୍ବତନ୍ତ୍ର ଟ୍ରେନ୍ ଯୋଗେ ଜାମ୍ମୁ କାଶ୍ମୀରର ଉଦାମପୁର ଅଭିମୁଖେ ଯାତ୍ରା କରିଛି ।
ଦକ୍ଷିଣ ପଶ୍ଚିମ ରେଳବାଇ ଜଣେ ଅଧିକାରୀ କହିଛନ୍ତି ଯେ, କର୍ଣ୍ଣାଟକର ଚିକବୋନାର ଷ୍ଟେସନରୁ 985 ଜଣ ଛାତ୍ରଙ୍କୁ ସମ୍ପୂର୍ଣ୍ଣ ପୋଲିସ ସୁରକ୍ଷା ସହ ସହିତ ରାତି 12.30ରୁ ଉଦାମପୁର ଅଭିମୁଖେ ଯାତ୍ରା କରିଛନ୍ତି । ଉଦାମପୁର ଶ୍ରୀନଗରର 200 କିଲୋମିଟର ଦକ୍ଷିଣରେ ଏବଂ ଜମ୍ମୁଠାରୁ 65 କିଲୋମିଟର ଦୂରରେ ଅବସ୍ଥିତ |
ଷ୍ଟାଣ୍ଡାର୍ଡ ଅପରେଟିଂ ସିଷ୍ଟମ ଅନୁଯାୟୀ, ସ୍ପେଶାଳ ଟ୍ରେନରେ ଯାତ୍ରା କରିବାକୁ ପଞ୍ଜୀକୃତ ହୋଇଥିବା କାଶ୍ମୀରୀ ଛାତ୍ରମାନଙ୍କୁ ପୂର୍ବରୁ ବେଙ୍ଗାଲୁରୁର କେ.ଆର.ପୁରମ ଷ୍ଟେସନକୁ ସ୍ବତନ୍ତ୍ର ବସ୍ ଯୋଗେ ଅଣାଯାଇଥିଲା । ଷ୍ଟେସନରେ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା ।