ବେଙ୍ଗାଲୁରୁ: ସାରା ଦେଶରେ କୋରୋନା ସଂକ୍ରମଣ ଉପରେ କାବୁ ପାଇଁ ଦ୍ବୀତିୟ ଚରଣ ଲକଡାଉନ ମେ 3 ତାରିଖ ଯାଏଁ ଜାରି ରହିଛି । ଏପରିସ୍ଥଳେ 950 ସେନା କର୍ମଚାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ୍ ଶୁକ୍ରବାର ବେଙ୍ଗାଲୁରୁରୁ କାଶ୍ମୀର ଅଭିମୁଖେ ଯାତ୍ରା କରିଛି । ଟ୍ରେନ୍ ଏପ୍ରିଲ୍ 20 ରେ ଜମ୍ମୁରେ ପହଞ୍ଚିବା ଧାର୍ଯ୍ୟ ହୋଇଛି ।
ସୂଚନା ଯେ, ଏହି ଟ୍ରେନରେ ବେଙ୍ଗାଲୁରୁ, ବେଲଗାମ୍ ଏବଂ ସିକନ୍ଦରାବାଦ ଆର୍ମି ଟ୍ରେନିଂ ପ୍ରତିଷ୍ଠାନରୁ ପ୍ରଫୋସନାଲ କୋର୍ସ ସମ୍ପୂର୍ଣ୍ଣ କରିଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତେ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ନିୟୋଜିତ ହେବେ । ସମସ୍ତ 950 ସେନା କର୍ମଚାରୀ ବାଧ୍ୟତାମୂଳକ କ୍ବାରେଣ୍ଟାଇନ ଅବଧି ଅତିକ୍ରମ କରିଛନ୍ତି ଏବଂ ମେଡିକାଲ ପରୀକ୍ଷା କରାଯାଇଛି ବୋଲି ସେନା ଆଜି ପ୍ରକାଶ କରିଛି ।