ଜୟପୁର: ଜମ୍ମୁ କାଶ୍ମୀରରୁ 370 ଓ 35(A) ଉଚ୍ଛେଦକୁ ସ୍ବାଗତ କରିଛନ୍ତି କାଶ୍ମିରୀ ଛାତ୍ରଛାତ୍ରୀ । ସେମାନେ କହିଛନ୍ତି କି ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ଆମେମାନେ ସ୍ବାଗତ କରୁଛୁ । ତେବେ କାଶ୍ମୀରରେ ପାରିପାର୍ଶ୍ବିକ ସ୍ଥିତି ସ୍ବାଭାବିକ ହେବାକୁ ଆହୁରି ଅନେକ ସମୟ ଲାଗିବ । ଏହା ସହିତ ଘାଟି ଅଞ୍ଚଳରେ ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ସୁଧୁରିବ ବୋଲି ସେମାନେ କହିଛନ୍ତି ।
ତେବେ ଏହି ପରିସ୍ଥିତିରେ ସେମାନେ ନିଜ ପରିବାରର ସଦସ୍ୟଙ୍କ ସହିତ ଯୋଗାଯୋଗ କରିପାରୁନଥିବା କହିଛନ୍ତି । ଛାତ୍ରମାନଙ୍କ କହିବା ମୁତାବକ ଧାରା 370 ଉଚ୍ଛେଦ ହେବା କାଶ୍ମୀରବାସୀଙ୍କ ହକ ଏବଂ ଅଧିକାର । ଏହି ଧାରା ଉଚ୍ଛେଦ ହେବା ଦ୍ବାରା କେବଳ କାଶ୍ମୀରର ଉନ୍ନତି ହେବ ତାହା ନୁହେଁ, ବରଂ ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆସିବ ।