ଓଡିଶା

odisha

ETV Bharat / bharat

ଆଜି ବିଶ୍ବ ପର୍ଯ୍ୟଟନ ଦିବସ, ଜାଣନ୍ତୁ ହିମାଚଳ ପ୍ରଦେଶର ପର୍ଯ୍ୟଟନ ସମ୍ପର୍କରେ... - ସିମଲା

ଆଜି ହେଉଛି ବିଶ୍ବ ପର୍ଯ୍ୟଟନ ଦିବସ । ଏହି ଦିବସରେ ଅନେକ ପର୍ଯ୍ୟଟକମାନେ ବିଭିନ୍ନ ପର୍ଯ୍ୟଟନ ସ୍ଥାନକୁ ବୁଲିବାକୁ ଆସିଥାନ୍ତି । ତେବେ ହିମାଚଳ ପ୍ରଦେଶକୁ ସର୍ବାଧିକ ପର୍ଯ୍ୟଟକମାନେ ଯାଇଥାନ୍ତି । ପର୍ଯ୍ୟଟନର ଗନ୍ତାଘର ପାଲଟିଛି ହିମାଚଳ ପ୍ରଦେଶ । ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ ଏହାର ଶାନ୍ତ ଓ ଶିତଳ ପରିବେଶ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Sep 27, 2019, 7:20 PM IST

ସିମଲା: ଆଜି ହେଉଛି ବିଶ୍ବ ପର୍ଯ୍ୟଟନ ଦିବସ । ୟୁଏନଡବ୍ଲ୍ୟୁଟି ପକ୍ଷରୁ ପ୍ରତିବର୍ଷ ସେପ୍ଟେମ୍ବର 27 ତାରିଖକୁ ବିଶ୍ବ ପର୍ଯ୍ୟଟନ ଦିବସ ଭାବେ ପାଳନ କରିଥାଏ । ତେବେ ପର୍ଯ୍ୟଟନ ଦୃଷ୍ଟିରୁ ଭାରତରେ ଅନେକ ଏଭଳି ସ୍ଥାନ ରହିଛି ଯାହା ବିଶ୍ବର ପ୍ରମୁଖ ପର୍ଯ୍ୟଟନ ମଧ୍ୟରେ ଆସିଥାଏ । ଭାରତର ପର୍ଯ୍ୟଟନର ଗନ୍ତାଘର ହିମାଚଳ ପ୍ରଦେଶରେ ରହିଛି ଅନେକ ପର୍ଯ୍ୟଟନ ସ୍ଥଳୀ ଯେଉଁଠାକୁ ବାରମ୍ବାର ଯିବାକୁ ମଧ୍ୟ ଇଚ୍ଛା ହୁଏ ।


ତେବେ ହିମାଚଳ ପ୍ରଦେଶର ଅନେକ ଏଭଳି ସ୍ଥାନ ରହିଛି, ଯାହା ସମଗ୍ର ବିଶ୍ବକୁ ନିଜ ଆଡ଼କୁ ଆକର୍ଷିତ କରିବାରେ ସଫଳ ହୋଇଛି । ସେଥିମଧ୍ୟରୁ ରାଜ୍ୟର ସିମଲା, କୁଫ୍‌ରୀ, ନାଲଦେହରା, କୁଲ୍ଲୁ ମନାଲୀ, ଚମ୍ବା, ଧର୍ମଶାଳା, ଡେଲହାଉସୀ ପ୍ରମୁଖ ସ୍ଥାନ ଗୁଡ଼ିକର ପରିବେଶ ବେଶ ମନଲୋଭା ।

ସିମଲା
ସିମଲା ହେଉଛି ଉତ୍ତର ଭାରତର ଏକ ହିଲ ଷ୍ଟେସନ । ଏହି ଲୋକପ୍ରିୟ ହିଲଷ୍ଟେସନରେ ବର୍ଷ ତମାମ ଲୋକଙ୍କ ଗହଳି ଲାଗିଥାଏ । ଏହାକୁ ଭାରତର ଗ୍ରୀଷ୍ମକାଳୀନ ରାଜଧାନୀ ମଧ୍ୟ କୁହାଯାଇଥାଏ । ତେବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ଏହା ସଫଳ ହୋଇଥିବା ବେଳେ ଏଠାରେ ଟୟ ଟ୍ରେନ ସମସ୍ତଙ୍କ ପ୍ରିୟ ହୋଇଥାଏ ।

ସିମଲା
ଟୟ ଟ୍ରେନ

କୁଫ୍‌ରୀ

ସିମଲା ଠାରୁ ମାତ୍ର 17 କିଲୋମିଟର ଦୂରରେ ରହିଛି କୁଫରୀ । ତେବେ ଏହାର ପ୍ରାକୃତିକ ପରିବେଶ ଓ ସବୁଜ ବନାନୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ପ୍ରକୃତିପ୍ରେମୀ ଏବଂ ସାହସିକ ଖେଳ ପ୍ରଦର୍ଶନ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଏକ ଉକ୍ତୃଷ୍ଟ ସ୍ଥାନ । ଏଠାରେ ମଧ୍ୟ ବର୍ଷତମାମ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ ।

ଖଜିଆର

ନାଲଦେହରା


ସିମଲାରୁ ପାଖାପାଖି 30 କିଲୋମିଟର ଦୂରରେ ରହିଛି ନାଲଦେହରା । ଏଠାକାର ବିଶାଳ ଗୋଲ୍ଫ କୋର୍ସ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିଥାଏ । ଏହି ଗୋଲ୍ଫ କୋର୍ସ ଭାରତର ଏକ ପୁରାତନ ଗୋଲ୍ଫ କୋର୍ସ ମଧ୍ୟରୁ ଅନ୍ୟତମ । ତେବେ ଏହି ଗୋଲ୍ଫ କୋର୍ସକୁ ଇଂରେଜ ଶାସକ ଭାଇସରୟ ଲର୍ଡ କର୍ଜନ 1920 ମସିହାରେ ପ୍ରତିଷ୍ଠା କରିଥିଲେ । ସେହିପରି ଏଠାରେ ଥିବା ଉଚ୍ଚା ଓ ଘଞ୍ଚ ଦେବଦାରୁ ଜଙ୍ଗଲ ପରିବେଶର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ ।

ନାଲଦେହରା

କୁଲ୍ଲୁ ମନାଲୀ

ଦେଶର ସବୁ ସ୍ତର ଏବଂ ସବୁ ବର୍ଗର ଲୋକମାନଙ୍କର ପ୍ରଥମ ପସନ୍ଦ ପାଲଟିଛି ଏହି କୁଲ୍ଲୁ ମନାଲୀ । କୁଲ୍ଲୁ ମନାଲୀକୁ ବର୍ଷର ସବୁ ସମୟରେ ପର୍ଯ୍ୟଟକମାନେ ଯାଇଥାନ୍ତି । ଏପରିକି ଏଠାରେ ହେଉଥିବା ତୁଷାରପାତ ମଧ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ସେପଟେ ଏଠାରେ ଥିବା ବିଭିନ୍ନ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ଲୋକମାନଙ୍କର ପସନ୍ଦ ପାଲଟିଛି ।

ମନାଲୀ

ଚମ୍ବା

ରବି ନଦୀ କୂଳରେ ଅବସ୍ଥିତ ଏହି ସହର । ଏହି ସହର ଭାରତର ସର୍ବପୁରାତନ ସହର ମଧ୍ୟରେ ଏହା ଅନ୍ୟତମ । ବର୍ତ୍ତମାନର ଆଧୁନିକ ସମୟରେ ମଧ୍ୟ ଏହି ସହରର ବାସିନ୍ଦା ନିଜର ସଂସ୍କୃତି ଓ ପରମ୍ପରାକୁ ଆଜି ମଧ୍ୟ ବେଶ ମଝଭୁତ ଭାବେ ବଞ୍ଚାଇ ରଖିଛନ୍ତି । ଏଠାକାର ଗ୍ରାମୀଣ ତଥା ସାଂସ୍କୃତିକ ପର୍ଯ୍ୟଟନ ପାଇଁ ଏହା ଲୋକମାନଙ୍କର ପସନ୍ଦ ପାଲଟିଛି ।

ଚମ୍ବା

ଡେଲହାଉସି

ମିନି ସ୍ବିଜରଲ୍ୟାଣ୍ଡ ଭାବେ ପରିଚିତ ଏହି ସ୍ଥାନ । ଚମ୍ବା ଠାରୁ ଏହା 22 କିଲୋମିଟର ଦୂରରେ ଅବସ୍ଥିତ । ଏଠାରେ ବଣପାହାଡ଼ ଘେରା ଜଙ୍ଗଲ ମଧ୍ୟରୁ ଖଜ୍ଜିଆର ପାହାଡ଼ରୁ ବହିଯାଉଥିବା ଝରଣାର କୁଳୁକୁଳୁ ଶବ୍ଦ ଏଠାକାର ପରିବେଶକୁ ବେଶ ମନୋରମ କରିପକାଇଥାଏ । ଏଠାକୁ ମଧ୍ୟ ବର୍ଷକ ବାର ମାସ ଯାକ ପର୍ଯ୍ୟଟନମାନେ ମଧ୍ୟ ବୁଲିବାକୁ ଆସିଥାନ୍ତି ।

ଡେଲାହାଉସି

ଇଂରେଜ ଅମଳରୁ ଏହାର ପର୍ଯ୍ୟଟନର ବିକାଶ ହୋଇଛି । ମନୋରମ ପରିବେଶ, ଶାନ୍ତ ପରିବେଶ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ବେଶ ସଫଳ ହୋଇଛି ହିମାଚଳ ପ୍ରଦେଶ । ବର୍ଷକ 12 ମାସ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ ।

ଧର୍ମଶାଳା ଷ୍ଟାଡିୟମ

ABOUT THE AUTHOR

...view details