ସିମଲା: ଆଜି ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଦେଶର ବିଭିନ୍ନ ସ୍ଥାନରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ଜାରି ରହିଛି । ଆଜିର ଦିନରେ ଶ୍ରୀକୃଷ୍ଣଙ୍କ ସହିତ ଜଡ଼ିତ ଅନେକ ପୌରାଣିକ ଲୋକକଥା ଶୁଣିବାକୁ ମିଳୁଛି । ଭାରତବର୍ଷରେ ଏଭଳି ଏକ ମନ୍ଦିର ରହିଛି ଯେଉଁଠି କେବଳ ଶ୍ରୀକୃଷ୍ଣ ଓ ମୀରାଙ୍କର ମୂର୍ତ୍ତି ପୂଜା ପାଇଥାନ୍ତି । ମନ୍ଦିରଟି ପଞ୍ଜାବର ନୁରୁପୁର ସହରରେ ରହିଛି ।
ଜନ୍ମାଷ୍ଟମୀ ଅବସରରେ ଏହି ମନ୍ଦିରକୁ ଆଖି ଝଲସେଇ ଦେବାଭଳି ସଜାଯାଇଥାଏ । ଜନ୍ମାଷ୍ଟମୀ ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି ପୂଜାର୍ଚ୍ଚନା ପାଇଁ । ତେବେ ଜନ୍ମାଷ୍ଟମୀ ପାଇଁ ଏଠାରେ ଏକ ମେଳାର ମଧ୍ୟ ଆୟୋଜନ କରାଯାଇଥାଏ ।
ଜନ୍ମାଷ୍ଟମୀ ଅବସରରେ ଏକ ପୌରାଣିକ କଥାବସ୍ତୁ ମଧ୍ୟ ଶୁଣିବାକୁ ମିଳିଥାଏ । ଚିତ୍ତୋରଗଡ଼ର ରାଜାଙ୍କ ନିମନ୍ତ୍ରଣ ପାଇ ନୁରୁପୁରର ତତ୍କାଳୀନ ରାଜା ଜଗତସିଂହ ରାଜପୁରୋହିତଙ୍କ ସହିତ ରାଜସ୍ଥାନ ଗସ୍ତ କରିଥିଲେ । ରାଜା ଜଗତସିଂହ ଓ ତାଙ୍କ ରାଜପୁରୋହିତଙ୍କୁ ବିଶ୍ରାମ ପାଇଁ ଯେଉଁ ଘର ଦିଆଯାଇଥିଲା, ଉକ୍ତ ଘରକୁ ଲାଗି ଏକ ମନ୍ଦିର ରହିଥିଲା । ତେବେ ରାଜା ଶୋଇଗଲା ପରେ ଉକ୍ତ ମନ୍ଦିରରୁ ଘୁଙ୍ଗୁରୁ ଓ ବୀଣାର ଶବ୍ଦ ଶୁଣିବାକୁ ମିିଳିଥିଲା ।