ନୂଆଦିଲ୍ଲୀ: ସାରା ବିଶ୍ବରେ ମାରାତ୍ମକ ହେଲାଣି କୋରୋନା ଭାଇରସ । କୋରୋନା କାରଣରୁ ଭାରତ ଓ ଇରାନ ମଧ୍ୟରେ ଫସି ରହିଥିବା ନାଗରିକଙ୍କୁ ଉଦ୍ଧାର କରିବାକୁ ଆରମ୍ଭ ହେଉଛି ସ୍ବତନ୍ତ୍ର ବିମାନ ସେବା। ଆଜିଠାରୁ(ଶୁକ୍ରବାର) ଏହି ବିମାନ ଉଭୟ ଦେଶରେ ଫସି ରହିଥିବା ସେମାନଙ୍କ ନାଗରିକଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଏହି ବିମାନ ସେବା ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ ଯେ, 2000ରୁ ଅଧିକ ଭାରତୀୟ ଇରାନରେ ଫସି ରହିଥିବାବେଳେ ଭାରତରେ ମଧ୍ୟ ଅନେକ ଇରାନ ନାଗରିକ ଅଛନ୍ତି, ଯେଉଁମାନେ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି। ଇରାନରେ କୋରୋନାର ମୃତ୍ୟୁ ସଂଖ୍ୟା 107ରେ ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ ଏବଂ ବିଶ୍ବବିଦ୍ୟାଳୟକୁ ଏକ ମାସ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।