ପୁନେ: ଲକଡାଉନ ଯୋଗୁଁ ଭାରତରେ ଫସିଥିବା ଆଫଗାନିସ୍ତାନ ନାଗରିକ ସ୍ବଦେଶ ଫେରିଛନ୍ତି । ଏମାନଙ୍କୁ ଫେରାଇନେବାକୁ ଆଫଗାନିସ୍ତାନରୁ ସ୍ବତନ୍ତ୍ର କମ୍ ଏୟାର ବିମାନ ଆସିଥିଲା । ମୋଟ 143 ଜଣ ଯାତ୍ରୀ ଏଥିରେ ଫେରିଯାଇଥିଲେ ।
ପୁନେରୁ ସ୍ବଦେଶ ଫେରିଲେ 143 ଆଫଗାନ ନାଗରିକ - ଭାରତରୁ ଫେରିଲେ 143 ଆଫଗାନୀ
ଲକଡାଉନ ଯୋଗୁଁ ଭାରତର ବିଭିନ୍ନ ସହରରେ ଅନେକ ବିଦେଶୀ ଫସି ରହିଥିଲେ । ଏମାନଙ୍କ ମଧ୍ୟରେ ଅନେକ ଆଫଗାନିସ୍ତାନର ନାଗରିକ ମଧ୍ୟ ରହିଥିଲେ । ଅଧିକ ପଢନ୍ତୁ...
ଲକଡାଉନ ଯୋଗୁଁ ଭାରତର ବିଭିନ୍ନ ସହରରେ ଅନେକ ବିଦେଶୀ ଫସି ରହିଥିଲେ । ଏମାନଙ୍କ ମଧ୍ୟରେ ଅନେକ ଆଫଗାନିସ୍ତାନର ନାଗରିକ ମଧ୍ୟ ରହିଥିଲେ । ତେବେ ଏମାନଙ୍କୁ ଫେରାଇନେବା ପାଇଁ ଭାରତ ସରକାରଙ୍କ ସହ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଆଲୋଚନା କରିଥିଲେ । ଏହାପରେ ନିଜ ନାଗରିକଙ୍କୁ ଫେରାଇ ନେବାକୁ ବିମାନ ପଠାଇଥିଲେ ଆଫଗାନ ସରକାର ।
ଏହା ଅନୁସାରେ ଶୁକ୍ରବାର ମଧ୍ୟାହ୍ନ 12ଟାରେ ଏକ ବିମାନ ଆସିଥିଲା ଯାହା ଅପରାହ୍ନ 2ଟା 30ରେ ପୁନେ ଏୟାରପୋର୍ଟରୁ ଛାଡିଥିଲା । ଏଥିରେ 143 ଆଫଗାନିସ୍ତାନ ନାଗରିକ ଫେରିଯାଇଥିଲେ । ଏମାନେ ସମସ୍ତେ ପୁନେ, ହାଇଦ୍ରାବାଦ, କର୍ଣ୍ଣାଟକ ଓ ଗୁଜରାଟରେ ଫସିଥିଲେ । ଏମାନଙ୍କୁ ପୁନେ ଏୟାରପୋର୍ଟକୁ ଅଣାଯାଇଥିଲା । ସମସ୍ତ ଯାତ୍ରୀଙ୍କୁ ସ୍କ୍ରିନିଂ କରିବା ପରେ ଛଡାଯାଇଥିଲା । ଏମାନେ କେହି କୋଭିଡ-19 ପଜିଟିଭ ନଥିବା ସ୍ପଷ୍ଟ ହୋଇଥିଲା ।