ଓଡିଶା

odisha

ETV Bharat / bharat

ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ମାଇଲଷ୍ଚୋନ ପ୍ରମାଣିତ ହେବ: ଯୋଗୀ ଆଦିତ୍ୟନାଥ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ଅର୍ଥନୈତିକ ପ୍ୟାକେଜ ନିଶ୍ଚିତ ରୂପେ ଏକ ମାଇଲଷ୍ଟୋନ ରୂପେ ପ୍ରମାଣ ହେବ । ଗତ ମଙ୍ଗଳବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ପ୍ୟାକେଜ ଘୋଷଣାକୁ ନେଇ ଏପରି ମତବ୍ୟକ୍ତ କରିଛନ୍ତି ।

_yogi adityanath
ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ମାଇଲଷ୍ଚୋନ ପ୍ରମାଣ ହେବ

By

Published : May 13, 2020, 9:47 AM IST

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ଅର୍ଥନୈତିକ ପ୍ୟାକେଜ ନିଶ୍ଚିତ ରୂପେ ଏକ ମାଇଲଷ୍ଟୋନ ରୂପେ ପ୍ରମାଣିତ ହେବ । ଗତ ମଙ୍ଗଳବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ପ୍ୟାକେଜ ଘୋଷଣାକୁ ନେଇ ଏପରି ମତବ୍ୟକ୍ତ କରିଛନ୍ତି ।

ତେବେ ପ୍ରଧାନମନ୍ତ୍ରୀଙ୍କୁ ଟ୍ବିଟର ଜରିଆରେ ଧନ୍ୟବାଦ ଜଣାଇ ଯୋଗୀ ଆଦିତ୍ୟ ନାଥ ଲେଖିଛନ୍ତି, କୋରୋନା ଭାଇରସ ପରିସ୍ଥିତିର ମୁକାବିଲା କରିବା ତଥା ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏହି ସ୍ୱତନ୍ତ୍ର ପ୍ୟାକେଜ୍ ନିଶ୍ଚିତ ଭାବରେ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେବ।

ଏଥିସହ ସେ ତାଙ୍କ ବାର୍ତ୍ତାରେ କହିଛନ୍ତି କୋରୋନା ସଙ୍କଟ ସମୟରେ ଗରୀବ, କୃଷକ, ଶ୍ରମିକ, ପ୍ରବାସୀ ଶ୍ରମିକ, କ୍ଷୁଦ୍ର ବିକ୍ରେତାଙ୍କ ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା 29 ଲକ୍ଷ କୋଟି ପାଇଁ ଆମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଉଛୁ । ମୁଁ 23 କୋଟି ଉତ୍ତରପ୍ରଦେଶ ଲୋକଙ୍କ ତରଫରୁ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଉଛି।

ଏଥିସହ ସେ କହିଛନ୍ତି, ମୁଁ ଆଶା କରୁଛି ଯେ ଏହି ପ୍ୟାକେଜ ଦ୍ବାରା ଉତ୍ତରପ୍ରଦେଶର ଏମଏସଏମଇ ସେକ୍ଟର ଯାହା କୋରୋନା ସଙ୍କଟ କାରଣରୁ ସମସ୍ୟାର ସମ୍ମୁଖୀନ ହେଉଛି ତାହା ଆଗକୁ ବଢିବ । ତେବେ ଏହି ସେକ୍ଟରରେ ଶ୍ରମିକ ଏବଂ ଆରକିଟେକ୍ଟଙ୍କ ସମେତ 45 ଲକ୍ଷରୁ ଅଧିକ ଲୋକ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସମସ୍ତେ ଏହି ପ୍ୟାକେଜକୁ ନେଇ ସାମାନ୍ୟ ଆଶ୍ବସ୍ତି ପାଇବେ ।

ଏଥିସହ ସେ ଉତ୍ତରପ୍ରଦେଶର ପ୍ରାୟ 20 ଲକ୍ଷ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିବେ। 10 ଲକ୍ଷ ଏପର୍ଯ୍ୟନ୍ତ ରାଜ୍ୟ ଫେରିଛନ୍ତି । 10 ଦିନ ମଧ୍ୟରେ ଆହୁରି 10 ଲକ୍ଷ ଲୋକ ରାଜ୍ୟକୁ ଫେରିବେ । ଏହି ସମସ୍ତ ଲୋକଙ୍କ ପାଇଁ ଏହି ପ୍ୟାକେଜ୍ ଏକ ନୂତନ ଦିଗ ଦେଖାଇବ।

ABOUT THE AUTHOR

...view details