ଓଡିଶା

odisha

ETV Bharat / bharat

'ପୁଲୱାମା ଷଡଯନ୍ତ୍ରକାରୀଙ୍କ ହିସାବ ପୁରା ହୋଇଛି'

ପୁଲୱାମା ଆକ୍ରମଣକୁ ଶୁକ୍ରବାର ବର୍ଷେ ପୁରିଛି । ପୁଲୱାମା ଆକ୍ରମଣର ଷଡଯନ୍ତ୍ରକାରୀଙ୍କୁ ଏହାର ଜବାବ ମିଳିସାରିଥିବା ଏହି ଅବସରରେ କହିଛନ୍ତି ସିଆରପିଏଫର ସ୍ବତନ୍ତ୍ର ଡିଜି ଜୁଲଫିକର ହସନ । ଅଧିକ ପଢନ୍ତୁ...

zulfiquar-hasan
ଜୁଲଫିକର ହସନ

By

Published : Feb 14, 2020, 1:36 PM IST

ଶ୍ରୀନଗର: ପୁଲୱାମା ଆକ୍ରମଣକୁ ଶୁକ୍ରବାର ବର୍ଷେ ପୁରିଛି। ଫେବୃୟାରୀ ୧୪ରେ ଜମ୍ମୁ କଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ୪୦ ଜଣ ଯବାନ ଶହୀଦ ହୋଇଥିଲେ। ଏହି ଘଟଣାକୁ ମନେପକାଇ ଦେଶବାସୀ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଜମ୍ମୁ-କାଶ୍ମୀର ଲେଥପୋରା କ୍ୟାମ୍ପର ସ୍ମାରକରେ ମଧ୍ୟ ନିଜ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସିଆରପିଏଫ ଅଧିକାରୀ । ପୁଲୱାମା ଆକ୍ରମଣର ଷଡଯନ୍ତ୍ରକାରୀଙ୍କୁ ଏହାର ଜବାବ ମିଳିସାରିଥିବା କହିଛନ୍ତି ସିଆରପିଏଫର ସ୍ବତନ୍ତ୍ର ଡିଜି ଜୁଲଫିକର ହସନ ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ‘ପୁଲୱାମା ଆକ୍ରମଣର ଷଡଯନ୍ତ୍ରକାରୀଙ୍କୁ ନିପାତ କରାଯାଇଛି । ସେମାନଙ୍କୁ ସାହାଯ୍ୟ କରିଥିବା କିଛି ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି । ଯେଉଁ ଲୋକେ ଏହି ଆକ୍ରମଣ ଘଟାଇଥିଲେ ସେମାନଙ୍କ ହିସାବ ପୁରା କରାଯାଇଛି । ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି ମାମଲାର ତଦନ୍ତ ପୁରା କରିସାରିଛନ୍ତି । ସଠିକ ଦିଗରେ ଏହା ଆଗକୁ ବଢୁଛି ବୋଲି ସେ କହିଛନ୍ତି । ଏହା ସହିତ ଶହୀଦଙ୍କ ପରିବାରର ଦେଖାଶୁଣା କରିବାର ପୁରା ପ୍ରୟାସ କରାଯାଇଥିବା କହିଛନ୍ତି ସିଆରପିଏଫର ସ୍ବତନ୍ତ୍ର ଡିଜି।

ABOUT THE AUTHOR

...view details