ଓଡିଶା

odisha

ETV Bharat / bharat

ଆଇଏନଏକ୍ସ ମିଡିଆ ମାମଲା: ଅକ୍ଟୋବର 3 ଯାଏଁ ଜେଲରେ ଚିଦାମ୍ବରମ - ବିଚାର ବିଭାଗୀୟ ହେପାଜତ ଅବଧିକୁ ବୃଦ୍ଧି

ଆଇଏନଏକ୍ସ ମିଡିଆ ମାମଲାରେ କୋର୍ଟ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ବିଚାର ବିଭାଗୀୟ ହେପାଜତ ଅବଧିକୁ ବୃଦ୍ଧି କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Sep 19, 2019, 6:34 PM IST

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ଦିଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ବିଚାର ବିଭାଗୀୟ ହେପାଜତ ଅବଧିକୁ ଅକ୍ଟୋବର 3 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ହେପାଜତ ଅବଧି ଆଜି ଶେଷ ହେଉଥିବା ବେଳେ ସିବିଆଇ ଅବଧିକୁ ବୃଦ୍ଧି କରିବାକୁ କୋର୍ଟକୁ ଅନୁରୋଧ କରିଥିଲେ । ଏହା ସହ ଚିଦାମ୍ବରମଙ୍କ ଡାକ୍ତରୀ ପରୀକ୍ଷା ପାଇଁ ବିଚାରପତି ଅନୁମତି ପ୍ରଦାନ କରିଛନ୍ତି ।


ସିବିଆଇ ପକ୍ଷରୁ ସାଲିସିଟର ଜେନେରାଲ ତୁଷାର ମେହେଟ୍ଟା ହେପାଜତ ଅବଧି ବୃଦ୍ଧି ନିମନ୍ତେ କୋର୍ଟରେ ଅପିଲ କରିଥିଲେ । ଏହି ଅପିଲକୁ ବିରୋଧ କରିଥିଲେ ଚିଦାମ୍ବରମଙ୍କ ଓକିଲ କପିଲ ଶିବଲ ।

ଏହା ସହ ବିଭିନ୍ନ ରୋଗରେ ପୀଡିତ ଥିବା ଚିଦାମ୍ବରମଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ସହିତ ସନ୍ତୁଳିତ ଆହାର ବ୍ୟବସ୍ଥା କରିବାକୁ କୋର୍ଟକୁ ଅନୁରୋଧ କରିଥିଲେ । ବରିଷ୍ଠ ଓକିଲ ଅଭିଷେକ ମନୁ ସାଙ୍ଗଭୀ ମଧ୍ୟ ଚିଦାମ୍ବରମଙ୍କ ପକ୍ଷରୁ ତଥ୍ୟ ଉପସ୍ଥାପନ କରିଥିଲେ । ଜେଲ କର୍ତ୍ତୃପକ୍ଷ ଆଇନ ଅନୁଯାୟୀ ସ୍ବାସ୍ଥ୍ୟସେବା ଯୋଗାଇଦେବେ ବୋଲି ସାଲିସିଟର ଜେନେରାଲ ପ୍ରକାଶ କରିଛନ୍ତି।

ABOUT THE AUTHOR

...view details