ନୂଆଦିଲ୍ଲୀ: ସିଏଏ-ଏନଆରସି ବିରୋଧ ପ୍ରଦର୍ଶନ ମାମଲାରେ ଜାମିଆ ମିଲିଆ ଇସଲାମିଆର ପାଞ୍ଚ ଜଣ ଛାତ୍ରଙ୍କୁ ପଚରା ଉଚରା କଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ । ଗତ ବୁଧବାର ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ସିଏଏ-ଏନଆରସି ବିରୋଧ ପ୍ରଦର୍ଶନ ଦ୍ବାରା ଦିଲ୍ଲୀର ଉତ୍ତର ପୂର୍ବ ଅଞ୍ଚଳରେ ହୋଇଥିବା ହିଂସା ମାମଲାର ଯାଞ୍ଚ ପାଇଁ ଜାମିଆ ମିଲିଆ ଇସଲାମିଆର ପାଞ୍ଚ ଛାତ୍ରଙ୍କୁ ପଚରା ଉଚରା କରିଛନ୍ତି ।
ଜାମିଆ ମିଲିଆ ଇସଲାମିଆର 5 ଛାତ୍ରଙ୍କୁ ପଚରାଉଚରା କଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ - ସିଏଏ-ଏନଆରସି ବିରୋଦ୍ଧ ପ୍ରଦର୍ଶନ
ଗତ ବୁଧବାର ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ସିଏଏ-ଏନଆରସି ବିରୋଦ୍ଧ ପ୍ରଦର୍ଶନ ଦ୍ବାରା ଦିଲ୍ଲୀର ଉତ୍ତର ପୂର୍ବ ଅଞ୍ଚଳରେ ହୋଇଥିବା ହିଂସା ମାମଲାର ଯାଞ୍ଚ ପାଇଁ ଜାମିଆ ମିଲିଆ ଇସଲାମିଆର ପାଞ୍ଚ ଛାତ୍ରଙ୍କୁ ପଚରା ଉଚରା କରିଛନ୍ତି ।
ପୋଲିସର କହିବା ଅନୁଯାୟୀ, ବୁଧବାର ଅପରାହ୍ନରେ ସ୍ପେଶାଲ ସେଲ୍ ଟିମ୍ ଛାତ୍ରମାନଙ୍କୁ ଲୋଧୀ କଲୋନୀ ସ୍ଥିତ ନିଜ କାର୍ଯ୍ୟାଳୟକୁ ଡାକିଥିଲେ। ପୋଲିସ ସେମାନଙ୍କୁ ନୋଟିସ ଦେଇ ପଚରା ଉଚରାରେ ସାମିଲ ହେବାକୁ କହିଥିଲେ । ଏହାପରେ ସମସ୍ତ ଛାତ୍ର ପୋଲିସ ଷ୍ଟେସନରେ ହାଜର ହୋଇଥିଲେ। ଏହି ଛାତ୍ରମାନଙ୍କୁ ସିଏଏ ଏବଂ ଏନଆରସି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଘଟିଥିବା ହିଂସାରେ ଏମାନଙ୍କ ଉପସ୍ଥିତି ସମ୍ପର୍କରେ ପଚରା ଯାଇଥିଲା । ଛାତ୍ରମାନଙ୍କୁ ପ୍ରାୟ ପାଞ୍ଚ ଘଣ୍ଟା ପଚରାଉଚରା କରାଯାଇଥିଲା । ସେମାନଙ୍କୁ ହିଂସା ତଥା ପ୍ରଦର୍ଶନ ସହ ଜଡିତ କିଛି ପ୍ରଶ୍ନ ପଚରାଯାଇଥିଲା । ବୟାନ ରେକର୍ଡ କରାଯିବା ପରେ ସେମାନଙ୍କୁ ଛଡାଯାଇଥିଲା ।
ତେବେ ଜାମିଆ ହିଂସା ମାମଲାରେ ପୋଲିସର ତଦନ୍ତ ଜାରି ରଖିଛି । ତେବେ ଏହା ପୂର୍ବରୁ ପୋଲିସ ଦିଲ୍ଲୀ ହିଂସା ମାମଲାରେ ଜାମିଆ ମିଲିଆ ଛାତ୍ର ଚନ୍ଦନ କୁମାରଙ୍କୁ ପଚରାଉଚରା କରିଥିଲା। ମାତ୍ର କୋରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେ ଭିଡିଓ କନଫରେନ୍ସ ଜରିଆରେ ତଦନ୍ତରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । ମାତ୍ର ସ୍ପେଶାଲ ସେଲ ତାଙ୍କ କାର୍ଯ୍ୟାଳୟରେ ଚନ୍ଦନଙ୍କୁ ଡାକି ପଚରା ଉଚରା କରିଥିଲେ ।