ଅମରାବତୀ: ଆଜି ଆନ୍ଧ୍ରପ୍ରଦେଶ ବିଧାନସଭାରେ ବସିବ ସ୍ବତନ୍ତ୍ର ଅଧିବେଶନ। ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ଅମରାବତୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବର୍ତ୍ତମାନ ଆନ୍ଧ୍ରର ରାଜଧାନୀ ଅମରବତୀ ରହିଛି। ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ରାଜ୍ୟରେ 3ଟି ରାଜଧାନୀ କରିବାକୁ ଚାହୁଁଛନ୍ତି।
ଆଜି ଆନ୍ଧ୍ରପ୍ରଦେଶ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ - amaravati
ଆଜି ଆନ୍ଧ୍ରପ୍ରଦେଶ ବିଧାନସଭାରେ ବସିବ ସ୍ବତନ୍ତ୍ର ଅଧିବେଶନ। ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ଅମରାବତୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅଧିକ ପଢନ୍ତୁ...
କିନ୍ତୁ ଏଭଳି ଏକ ନିଷ୍ପତ୍ତିକୁ ବିରୋଧି କରିଛି ଆନ୍ଧ୍ରପ୍ରଦେଶର ମୁଖ୍ୟ ବିରୋଧି ଦଳ ତେଲୁଗୁ ଦେଶମ ପାର୍ଟି(ଟିଡିପି)। ଏହା କାର୍ଯ୍ୟକାରୀ ହେଲେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିବ ବୋଲି କହିଛି ବିରୋଧି ଟିଡ଼ିପି। ଅନ୍ୟପଟେ ଆନ୍ଧ୍ର ପ୍ରଦେଶର କ୍ଷମତାସୀନ ଶାସକ ୱାଏସଆର କଂଗ୍ରେସର ଏପରି ପଦକ୍ଷେପକୁ ବିରୋଧ କରି ‘ଚଲୋ ଆସେମଲି’ ନାରା ଦେଇଛି ସିପିଆଇ ଏବଂ ଟିଡିପି। ଏହି ପ୍ରସ୍ତାବକୁ 29ଟି ଗାଁର ଚାଷୀଙ୍କ ବିରୋଧ। ଆନ୍ଦୋଳନକୁ ଦୃଷ୍ଟିରେ ରଖି କୌଣସି ଅସୁବିଧା ନହେବା ଲାଗି ବିଜୟୱାଡା ଏବଂ ଗୁଣ୍ଟୁର ଅଞ୍ଚଳରେ ଧାରା 144 ଲାଗୁ ହୋଇଛି । ଏହାସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ବିଧାନସଭା ଯିବା ରାସ୍ତାରେ ଥିବା ସମସ୍ତ ଗାଁରେ ପୋଲିସ ଛାଉଣି କରାଯାଇଛି । ବାସଭବନରୁ ସ୍ବତନ୍ତ୍ର ରାସ୍ତାରେ ବିଧାନସଭା ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ । ଦିନ 11 ଟା ସମୟରେ ହେବ ଅଧିବେଶନ।