ଓଡିଶା

odisha

ETV Bharat / bharat

ଭାରତ ପାକିସ୍ତାନ ମ୍ୟାଚ ପୂର୍ବରୁ ବାରଣାସୀ ମନ୍ଦିରରେ ପୂଜା ଅର୍ଚ୍ଚନା

ଆଉ କିଛି ସମୟ ପରେ ମାଞ୍ଚେଷ୍ଟର ଗ୍ରାଉଣ୍ଡରେ ଗର୍ଜିବେ ଦୁଇ ପାରମ୍ପରିକ ଦଳ । ଆରମ୍ଭ ହେବ କଡା ଟକ୍କର । ତେବେ ଏହି ବିଶ୍ବକପର ବିଶ୍ବଯୁଦ୍ଧ ପୂର୍ବରୁ ବାରଣାସୀ ମନ୍ଦିରରେ ପୂଜକଙ୍କ ପୂଜା ଅର୍ଚ୍ଚନା ।

By

Published : Jun 16, 2019, 11:42 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ମାଞ୍ଚେଷ୍ଟରରେ ମହାଲଢେଇ । ଆଜି ବିଶ୍ବକପ ମୁକାବିଲାର ହାଇଭୋଲଟେଜ ମ୍ୟାଚ୍ । ମୈଦାନରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନର ମହାଲଢେଇ । ଏନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଭାରତର ବିରାଟ ବିଜୟ କାମନା କରି ବାରଣାସୀର ମନ୍ଦିରରେ ଚାଲିଛି ପୂଜା ଅର୍ଚ୍ଚନା ।

ଏହି ବିଶ୍ବକପର ବିଶ୍ବଯୁଦ୍ଧରେ କିଏ ପିନ୍ଧିବ ବିଜୟ ମୁକୁଟ ଓ କାହା ହାତରେ ରହିବ ବିଜୟ ଟ୍ରଫି ସେନେଇ ଲାଗି ରହିଛି ସସପେନ୍ସ । ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ ଦିନ 3 ଟାରେ ଆରମ୍ଭ ହେବ । ବର୍ତ୍ତମାନ ସୁଦ୍ଧା ଭାରତ ପାକିସ୍ତାନ ମଧ୍ୟରେ 131 ଟି ମ୍ୟାଚ ଖେଳାଯାଇଛି । ସେଥିମଧ୍ୟରୁ 74ଟିରେ ପାକିସ୍ତାନ ଓ 54ଟି ମ୍ୟାଚରେ ଭାରତ ବିଜୟ ଲାଭ କରିଛି ।

ABOUT THE AUTHOR

...view details