ନୂଆଦିଲ୍ଲୀ: ଦୁନିଆରେ ଦେଶ ପାଇଁ ଗୌରବ ଆଣିଥିବା କଳ୍ପନା ଚାୱଲାଙ୍କ ନାଁ କିଏ ବା ନ ଜାଣେ। ଜଣେ ମହିଳା ହୋଇ ପ୍ରମାଣିତ କରିପାରିଛନ୍ତି ଯଦି ଆପଣଙ୍କର ଆତ୍ମବିଶ୍ବାସ ରହିଛି ତାହେଲେ ଆପଣ ପୁରା ଦୁନିଆକୁ ନିଜର କରିପାରିବେ। ଆଜିଠାରୁ 17ବର୍ଷ ପୂର୍ବେ କଳ୍ପନାଙ୍କର ସ୍ପେଶ୍ ସଟଲ ଧରିତ୍ରୀର କକ୍ଷରେ ପ୍ରବେଶ କରିବା ପୂର୍ବରୁ ଭସ୍ମ ହୋଇଯାଇଥିଲା ଏବଂ କଳ୍ପନା ଚାୱଲାଙ୍କ ସହିତ ୭ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଆଜି ତାଙ୍କ 58 ତମ ଜୟନ୍ତୀ ଅବସରରେ ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଭୁଲା ସ୍ମୃତି ...
ସ୍ପେଶ ଷ୍ଟାର ‘କଳ୍ପନା’, ଜନ୍ମଦିନରେ ଜାଣନ୍ତୁ ଖାସକଥା - Kalpana Chawla's Birth Anniversary
ଭାରତର ପ୍ରଥମ ମହିଳା ମହାକାଶଚାରୀ କଳ୍ପନା ଚାୱଲାଙ୍କ ଆଜି ହେଉଛି 58 ତମ ଜୟନ୍ତୀ । ଆଜି ମଧ୍ୟ ସେ ସବୁ ଭାରତୀୟଙ୍କ ମନରେ ଜୀବିତ ରହିଛନ୍ତି । ଅଧିକ ପଢନ୍ତୁ...

କଳ୍ପନା ଚାୱଲା ମାର୍ଚ୍ଚ 17, 1962 ରେ ଜନ୍ମଗ୍ରହଣ କରିଥିଲେ। ଯଦିଓ ଭାରତରେ ଜନ୍ମ ହୋଇଥିଲେ ହେଲେ ବିମାନ ଏବଂ ଉଡ଼ାଣ ପ୍ରତି ଥିଲା ତାଙ୍କର ପ୍ରବଳ ଆଗ୍ରହ । ଚାୱଲାଙ୍କ ପ୍ରଥମ ମହାକାଶ ମିଶନ ନଭେମ୍ବର 18, 1997 ରେ ହୋଇଥିଲା, ଯେଉଁଠାରେ ସେ STS-87 ର 6 ଜଣ ମହାକାଶଚାରୀଙ୍କ ମଧ୍ୟରେ ଜଣେ ଥିଲେ |
ଫେବୃଆରୀ 1, 2003ରେ, ଟେକ୍ସାସରେ ସ୍ପେଶ ଶଟଲ କଲମ୍ବିଆ-୧୦୭ ପୃଥିବୀର ବାୟୂମଣ୍ଡଳରେ ପ୍ରବେଶ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଏହାସହିତ ଅନ୍ତରିକ୍ଷ ଯାତ୍ରୀ ମାନଙ୍କ ସହ କଳ୍ପନା ଚାୱଲାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । କୌଣସି କାରଣରୁ ଏହି ଯାନ ନିର୍ଦ୍ଧାରିତ ଅବତରଣର 16 ମିନିଟ୍ ପୂର୍ବରୁ ନଷ୍ଟ ହୋଇଯାଇଥିଲା । ଦେଖୁ ଦେଖୁ ଅନ୍ତରିକ୍ଷ ଯାନଟି ଜଳିଯିବା ସହ ସେଥିରେ ଥିବା ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ଏବଂ ୪୧ ବର୍ଷ ବୟସରେ କଳ୍ପନା ଆମ ମାନଙ୍କୁ ଛାଡ଼ି ଚାଲିଯାଇଥିଲେ। ଆଜି ମଧ୍ୟ ସେ ସବୁ ଭାରତୀୟଙ୍କ ମନରେ ଜୀବିତ ରହିଛନ୍ତି ଏବଂ ସବୁବେଳେ ମଧ୍ୟ ରହିବେ। କଳ୍ପନାଚାୱଲା ଭାରତର ନାମ ରଖିଥିଲେ ଏବଂ ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଯାଇଛନ୍ତି। କାଳ୍ପନା ଚାୱଲାଙ୍କ ସମ୍ମାନାର୍ଥେ ଅନେକ ଛାତ୍ରବୃତ୍ତି, ରାସ୍ତାଘାଟ, ବିଶ୍ବବିଦ୍ୟାଳୟ ଏବଂ ଅନୁଷ୍ଠାନର ନାମକରଣ କରାଯାଇଛି।