ଲକ୍ଷ୍ମୌ: ସମାଜବାଦୀ ପାର୍ଟି ନେତା ରାକେଶ ୟାଦବଙ୍କୁ ଗୁଳି କରି ହତ୍ୟା । ଗତ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି ।
ସମାଜବାଦୀ ପାର୍ଟି ନେତା ରାକେଶ ୟାଦବଙ୍କୁ ହତ୍ୟା - shot
ସମାଜବାଦୀ ପାର୍ଟି ନେତା ରାକେଶ ୟାଦବଙ୍କୁ ଗୁଳି କରି ହତ୍ୟା ।
![ସମାଜବାଦୀ ପାର୍ଟି ନେତା ରାକେଶ ୟାଦବଙ୍କୁ ହତ୍ୟା](https://etvbharatimages.akamaized.net/etvbharat/prod-images/768-512-3155832-thumbnail-3x2-spjpeg---copy.jpg)
ଫାଇଲ ଫଟୋ
ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ସମାଜବାଦୀ ପାର୍ଟି ନେତା ରାକେଶ ୟାଦବ ଅହିର ପଦାରେ ଥିବା ତାଙ୍କ ଘରକୁ ଫେରୁଥିବା ସମୟରେ କେହି ର୍ଦୁବୃତ୍ତ ତାଙ୍କ ମୁଣ୍ଡକୁ ଗୁଳି ମାରିଥିଲେ । ଯାହାଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।
ଅଲିଗଡ ବରିଷ୍ଠ ଏସଏସପି ଆକାଶ କୁଲହରୀ ଏକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି, ଏହି ଘଟଣାକୁ ନେଇ ଭାରତୀୟ ଦଣ୍ଡ ବିଧାନ ଧାରା(302) ଅନୁଯାୟୀ ଏକ ମାମଲା ଦର୍ଜ କରାଯାଇଛି । ଏଥିସହ ଘଟଣାର ତଦନ୍ତ ଜାରି ରହିଛି ।