ଚେନ୍ନାଇ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେଲା ବିଶିଷ୍ଟ କଣ୍ଠଶିଳ୍ପୀ ଏସପି ବାଲାସୁବ୍ରମଣ୍ୟମଙ୍କ ଶେଷକୃତ୍ୟ । ତାମିଲନାଡୁର ଥମରାଇପକ୍କମରେ ଥିବା ତାଙ୍କ ଫାର୍ମ ହାଉସରେ ଅନ୍ତିମ ସଂସ୍କାର କରାଯାଇଛି ।
ଖବର ଅନୁଯାୟୀ, ବାଲାସୁବ୍ରମଣ୍ୟମଙ୍କୁ ଲୋକମାନେ ଶେଷ ସମ୍ମାନ ଜଣାଇବା ପରେ ତାଙ୍କ ମୃତଦେହ ତିରୁଭାଲୁର ଜିଲ୍ଲାର ଥମରାଇପକ୍କମରେ ଥିବା ତାଙ୍କ ଫାର୍ମହାଉସକୁ ନିଆଯାଇଥିଲା । ସେଠାରେ ତାଙ୍କର ଶେଷକୃତ୍ୟ କରାଯାଇଛି ।
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେଲା ବିଶିଷ୍ଟ କଣ୍ଠଶିଳ୍ପୀ ଏସପି ବାଲାସୁବ୍ରମଣ୍ୟମଙ୍କ ଶେଷକୃତ୍ୟ ଭେଟେରାନ ପ୍ଲେବ୍ୟାକ ସିଙ୍ଗର ଏସପି ବାଲାସୁବ୍ରମଣ୍ୟମ ଅଗଷ୍ଟ 5ରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ସେ ଏକ ଭିଡିଓ ଜାରି କରିଥିଲେ । ଯେଉଁଥିରେ ସେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏବଂ ନିଜକୁ କ୍ବାରେଣ୍ଟିନରେ ରଖିଥିବା ଦେଖାଇଥିଲେ । ହେଲେ ଗତ ସପ୍ତାହରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା । ଏହା ପରେ ସେ ହସ୍ପିଟାଲର ଆଇସିୟୁରେ ଭେଣ୍ଟିଲେଟରରେ ଥିଲେ । ସେଠାରେ ସେ ଅକ୍ସିଜେନ ନେଉଥିଲେ । ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବା ଖବର ସାରା ଦେଶକୁ ଚକିତ କରିଥିଲା । ତେବେ ଗତକାଲି ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 74 ବର୍ଷ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ