ବେଙ୍ଗାଲୁରୁ: କୋରୋନା କବଳରେ ବିଶ୍ବ । ସଚେତନତା ଓ ସହଯୋଗ ସହ ଏହାକୁ ସାମନା କରିବାକୁ ଭାରତ ସରକାର ଆହ୍ବାନ ଦେଇଥିବାବେଳେ ଜଣେ ରେଳ କର୍ମଚାରୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ବ୍ୟତିକ୍ରମ । ଇଟାଲୀରୁ ଫେରିଥିବା ପୁଅ ସମ୍ପର୍କରେ ତଥ୍ୟ ଲୁଚାଇ ଜଣେ ମହିଳା ରେଳ ଅଧିକାରୀଙ୍କୁ ନିଲମ୍ବିତ କରିଛି ଦକ୍ଷିଣ ପଶ୍ଚିମ ରେଳ ବିଭାଗ । ସୂଚନା ମିଳିବା ପରେ ଅଧିକାରୀଙ୍କ ପୁଅକୁ ଆଇସୋନେସନରେ ରଖାଯାଇଥିବା ଜଣାପଡିଛି ।
ରେଳ ମୁଖପାତ୍ର ଇ ବିଜୟା କହିଛନ୍ତି ଯେ ମହିଳା ଅଧିକାରୀ ଜଣଙ୍କ ନିଜ ପୁଅ ଜର୍ମାନୀରୁ ଫେରିଥିବା ନେଇ ସୂଚନା ଦେଇ ନଥିଲେ । ବରଂ ବେଙ୍ଗାଲୁରୁ ଷ୍ଟେସନରେ ଥିବା ଗେଷ୍ଟ ହାଉସରେ ତାଙ୍କୁ ଲୁଚାଇ ରଖିଥିଲେ । ଯାହା ଦ୍ବାରା ଅନ୍ୟମାନଙ୍କ ପାଇଁ ଏକ ପ୍ରକାର ବିପଦ ସୃଷ୍ଟି ହୋଇଛି।