ହାଇଦ୍ରାବାଦ: ବିଶ୍ବର ସର୍ବବୃହତ ସମ୍ବିଧାନ ରୂପେ ଭାରତୀୟ ସମ୍ବିଧାନରେ ବିଭିନ୍ନ ଦେଶର ସମ୍ବିଧାନର ଭଲ ଅଂଶ ଆଣି ଭର୍ତ୍ତି କରାଯାଇଛି । ଜାତିର ଅଭିପ୍ସା, ଆକାଂକ୍ଷା ଓ ଲକ୍ଷ୍ୟ ଏଥିରେ ସନ୍ନିବେଶିତ ହୋଇଛି । 10ଟି ଦେଶର ସମ୍ବିଧାନର ସଫଳ ବିଶେଷତାକୁ ଭାରତୀୟ ସମ୍ବିଧାନରେ ସାମିଲ କରାଯାଇଛି ।
ବ୍ରିଟିଶ:
ବ୍ରିଟିଶ ସମ୍ବିଧାନକୁ ସଂସଦୀୟ ଲୋକତନ୍ତ୍ରର ଜନନୀ ଭାବେ ବିବେଚନା କରାଯାଏ । ବ୍ରିଟିଶ ସମ୍ବିଧାନରେ ସରକାରର ସଂସଦୀୟ ସ୍ବରୂପ, ଏକକ ନାଗରିକତା, ମନ୍ତ୍ରୀ ପରିଷଦ ପ୍ରଣାଳୀ, ସଂସଦର ଶକ୍ତି, ସଂସଦର ଦୁଇଟି ଗୃହର ବ୍ୟବସ୍ଥା, ବାଚସ୍ପତି ପ୍ରଣାଳୀ ଆଦି ବିଶେଷତା ଗୁଡିକୁ ଆପଣାଇଛି ।
ଆୟର୍ଲ୍ୟାଣ୍ଡ:
ରାଜ୍ୟ ନୀତିର ନିର୍ଦ୍ଦେଶକ ସିଦ୍ଧାନ୍ତ, ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା, ରାଷ୍ଟ୍ରପତି ଦ୍ବାରା ରାଜ୍ୟସଭା ସଦସ୍ୟଙ୍କ ନାମାଙ୍କନ ।
ଆମେରିକା:
ଉପରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ କର୍ତ୍ତବ୍ୟ ଏବଂ ଦାୟିତ୍ବ, ରାଷ୍ଟ୍ରପତିଙ୍କ ମହାଭିଯୋଗ, ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ ଗୁଡିକର ନ୍ୟାୟପାଳିକାଙ୍କୁ ବରଖାସ୍ତ, ମୌଳିକ ଅଧିକାର, ଶକ୍ତିଗୁଡିକର ପୃଥକୀକରଣ, ନ୍ୟୟିକ ସମୀକ୍ଷା, ନ୍ୟାୟପାଳିକାର ସ୍ବତନ୍ତ୍ରତା ।
କାନାଡା:
ଶକ୍ତିଶାଳୀ କେନ୍ଦ୍ର ସରକାରଙ୍କ ପ୍ରଣାଳୀ, କେନ୍ଦ୍ରୀୟ ତଥା ରାଜ୍ୟ ସରକାରଙ୍କ ମଧ୍ୟରେ ଶକ୍ତି ବଣ୍ଟନ, ରାଜ୍ୟପାଳଙ୍କ ନିଯୁକ୍ତି, ସର୍ବୋଚ୍ଚ ନ୍ୟାୟାଳୟର ଅଧିକାର କ୍ଷେତ୍ର ।