ଓଡିଶା

odisha

ETV Bharat / bharat

ହିନ୍ଦୁ-ମୁସଲିମ ଭାଇଚାରାର ପ୍ରତୀକ ପାଲଟିଛି ଏହି ସ୍ଥାନ... - ହିନ୍ଦୁ

ଉତ୍ତରପ୍ରଦେଶ ବଦାୟୁଁ ଜିଲ୍ଲାର ମିରା ଜୀ ଛକରେ ଗୋଟିଏ ସ୍ଥାନରେ ରହିଛି ମସଜିଦ ଓ ମନ୍ଦିର। ଏହି ସ୍ଥାନକୁ ହିନ୍ଦୁ-ମୁସଲିମ ଭାଇଚାରର ପ୍ରତୀକ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Nov 6, 2019, 11:11 PM IST

ଲକ୍ଷ୍ନୌ: ଅଯୋଧ୍ୟା ରାମ ମନ୍ଦିର ବିବାଦର ଫଳାଫଳ ଆସିବାକୁ ଅଳ୍ପ କିଛି ଦିନ ବାକି ରହିଛି। ଏପରିକି ଏହି ଫଳାଫଳକୁ ନେଇ ଅନେକ କିଛି ଆଲୋଚନା ସମାଲୋଚନା ସର୍ବସାଧାରଣରେ ଜାରି ରହିଛି। ତେବେ ସେ ଯାହାବି ହେଉ, ରାଜ୍ୟରେ ଏଭଳି ଅନେକ ସ୍ଥାନ ରହିଛି ଯେଉଁଠାରେ ଭାଇଚାରାର ସମ୍ପର୍କ ଆଜି ମଧ୍ୟ ଜୀବିତ ରହିଛି।

ସେହିଭଳି ବଦାୟୁଁ ଜିଲ୍ଲାର ମୀରା ଜି ଛକ ନିକଟରେ ଏଭଳି ଏକ ସ୍ଥାନ ରହିଛି, ଯାହା ହିନ୍ଦୁ-ମୁସଲିମ ଭାଇଚାରାର ମଧୁର ସମ୍ପର୍କକୁ ପ୍ରମାଣିତ କରୁଛି । ଏହି ଛକ ମୁଖ୍ୟ ସ୍ଥାନ ନିକଟରେ ହନୁମାନ ମନ୍ଦିର ଓ ମସଜିଦ ପାଖାପାଖି ରହିଛି । ଏକ ସମୟରେ ଉଭୟ ସ୍ଥାନରେ ପୂଜାର୍ଚ୍ଚନା ଓ ନମାଜ ପାଠ କରାଯାଏ।

ଯେଉଁଠିକୁ ମୁସଲିମ ନମାଜ ପାଠ କରିବାକୁ ଆସିଥାନ୍ତି, ସେଠାରେ ହିନ୍ଦୁ ପୂଜାର୍ଚ୍ଚନା ପାଇଁ ମଧ୍ୟ ଆସିଥାନ୍ତି । ତେବେ ଏହାକୁ ନେଇ ଉଭୟ ସମ୍ପ୍ରଦାୟଙ୍କ ଲୋକଙ୍କ ମଧ୍ୟରେ କେବେ ହେଲେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜିନଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ଗୋଟିଏ ସମୟରେ ମସଜିଦରେ ଅଜାନ ଏବଂ ମନ୍ଦିରରେ ଘଣ୍ଟିର ଶବ୍ଦ ଶୁଣିବାକୁ ମିଳିଥାଏ।

ତେବେ ଏହି ମନ୍ଦିର ନିକଟରେ ରହୁଥିବା ଅଶୋକ ରାଣା କୁହନ୍ତି ଏହି ସ୍ଥାନି ହିନ୍ଦୁ-ମୁସଲିମର ଭାଇଚାରାର ପ୍ରତୀକ । ଏହାକୁ ନେଇ ଏଠାକାର ଲୋକଙ୍କ ମଧ୍ୟରେ କେବେହେଲେ ମନୋମାଳିନ୍ୟ ହୋଇନାହିଁ । ସମସ୍ତ ଲୋକ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ସହ ଏଠାରେ ବସବାସ କରୁଛନ୍ତି। ଉଭୟ ସମ୍ପ୍ରଦାୟର ଲୋକେ ସୁଖଦୁଖରେ ଭାଗିଦାରୀ ହୋଇଥାନ୍ତି ବୋଲି ସେ କହିଛନ୍ତି।

ସେହିପରି ମହମ୍ମଦ ଫୈଜଲ କାଦରୀ କୁହନ୍ତି ଆମେମାନେ ପରମ୍ପରାକୁ ନେଇ ଚଳିଆସୁଛୁ । ଉଭୟ ଉଭୟଙ୍କ ପର୍ବପର୍ବାଣୀକୁ ମିଳିମିଶି ପାଳନ କରିଥାଉ । ଆଯୋଧ୍ୟା ବିବାଦର ଫଳାଫଳ ଯାହା ହେଉନା କାହିଁକି, ଆମେମାନେ ଏହିଭଳି ମିଳିମିଶି ଚଳିବୁ ବୋଲି ସେ କହିଛନ୍ତି।

ABOUT THE AUTHOR

...view details