ଓଡିଶା

odisha

ETV Bharat / bharat

ପୁଣି ଚର୍ଚ୍ଚାରେ ସୋନୁ, ନକ୍ସଲ ପ୍ରବଣ ଅଞ୍ଚଳ ଛାତ୍ରୀଙ୍କ ପଢା ପାଇଁ ଯୋଗାଇଲେ ସାଇକେଲ - ନକ୍ସଲପ୍ରବଣ ଅଞ୍ଚଳ ଛାତ୍ରୀଙ୍କ ପାଠପଢା ପାଇଁ ସାଇକେଲ ଯୋଗାଇବା ଘଟଣା

ଉତ୍ତରପ୍ରଦେଶ ମିର୍ଜାପୁରର ନକ୍ସଲ ପ୍ରବଣ ଅଞ୍ଚଳର ଛାତ୍ରୀଙ୍କୁ ସାଇକେଲ ଯୋଗାଇ ପୁଣି ଚର୍ଚ୍ଚାରେ ଅଭିନେତା ସୋନୁ ସୁଦ । ଅଧିକ ପଢନ୍ତୁ...

ପୁଣି ଚର୍ଚ୍ଚାରେ ଅଭିନେତା ସୋନୁ ସୁଦ
ପୁଣି ଚର୍ଚ୍ଚାରେ ଅଭିନେତା ସୋନୁ ସୁଦ

By

Published : Nov 3, 2020, 8:23 PM IST

ଲକ୍ଷ୍ନୌ: ବଲିଉଡ ଅଭିନେତା ସୋନୁ ସୁଦ ଲକଡାଉନ ପରଠୁ ଜନସାଧାରଣଙ୍କୁ ସାହାଯ୍ୟର ହାତ ବଢାଇ ଆସୁଛନ୍ତି । ଏବେ ଆଉ ଏକ ସାହାଯ୍ୟ କରି ସୋନୁ ଚର୍ଚ୍ଚାକୁ ଆସିଛନ୍ତି ।

ନକ୍ସଲ ପ୍ରବଣ ଅଞ୍ଚଳ ଛାତ୍ରୀଙ୍କ ପଢା ପାଇଁ ଯୋଗାଇଲେ ସାଇକେଲ
ନକ୍ସଲ ପ୍ରବଣ ଅଞ୍ଚଳ ଛାତ୍ରୀଙ୍କ ପଢା ପାଇଁ ଯୋଗାଇଲେ ସାଇକେଲ

ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲା ଅରୋରା ଥାନା ଅନ୍ତର୍ଗତ ନକ୍ସଲ ପ୍ରବଣ ଅଞ୍ଚଳ ବରହୀ ଗାଁର ଛାତ୍ରଛାତ୍ରୀ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ପରେ 13 କିଲୋମିଟର, ସାରଦା ଗାଁର ଛାତ୍ରଛାତ୍ରୀ ପଞ୍ଚମ ଶ୍ରେଣୀ ପଢିବା ପରେ 15 କିଲୋମିଟର ଏବଂ ଛତର ଗାଁର ଛାତ୍ରଛାତ୍ରୀ ପଞ୍ଚମ ପାସ୍ କରିବାପରେ ଉଚ୍ଚ ଶିକ୍ଷା ପାଇଁ 9 କିଲୋମିଟର ଚାଲି ଚାଲି ସ୍କୁଲ୍ ଯିବାକୁ ପଡିଥାଏ। ତେଣୁ ଏହି ଅଞ୍ଚଳର ବହୁତ କମ୍ ସଂଖ୍ୟାର ଛାତ୍ରଛାତ୍ରୀ ସାଇକେଲ ସୁବିଧା ପାଇ ଅଧିକ ପାଠପଢିବାର ସୁଯୋଗ ପାଇଥାଆନ୍ତି । ତେବେ ବିଶେଷ ଭାବେ ଅଞ୍ଚଳର ଝିଅମାନେ ଉଚ୍ଚଶିକ୍ଷା ପାଇଁ ସୁଯୋଗ ପାଇନଥାନ୍ତି ।

ଏହି ସମସ୍ୟାକୁ ହୋପ ଓ୍ବାଲଫେୟାର ଟିମର ସଦସ୍ୟମାନେ ଅଭିନେତା ସୋନୁ ସୁଦଙ୍କୁ ଜଣାଇବା ସହ 35ଟି ସାଇକେଲ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ସମସ୍ୟା ବାବଦରେ ସୋନୁ ଜାଣିବା ପରେ ସାଇକେଲ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ବର୍ତ୍ତମାନ ସୋନୁ ଅଞ୍ଚଳର ଝିଅମାନଙ୍କ ପାଇଁ 25ଟି ସାଇକୋଲ ଯୋଗାଇବା ସହ ଆଗାମୀ ଦିନରେ ହୋପ୍ ଟିମ୍ ଜରିଆରେ 10ଟି ସାଇକେଲ ଯୋଗାଇଦେବେ ବୋଲି କହିଛନ୍ତି । ଏନେଇ ହୋପ ଟିମ ବାରଣାସୀର ସଚିବ ଦିବାଂଶୁ ସୂଚନା ଦେଇଛନ୍ତି ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details