ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟି ପ୍ରଶଂସା ସାଉଁଟିଲେ ରିଅଲ ହିରୋ ସୋନୁ - ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟି ପ୍ରଶଂସା ସାଉଁଟିଲେ ସୋନୁ ସୁଦ

ଦେଶରେ ଲକଡାଉନ ସମୟରେ ପ୍ରବାସୀ ଶ୍ରମିକ ମାନଙ୍କୁ ନିଜ ରାଜ୍ୟକୁ ପଠାଇବା ନେଇ ମୁଖ୍ୟ ଭୁମିକା ଗ୍ରହଣ କରିଛନ୍ତି ସୋନୁ ସୁୃଦ। ଅଧିକ ପଢନ୍ତୁ...

ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟି ପ୍ରଶଂସା ସାଉଁଟିଲେ ସୋନୁ ସୁଦ
ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟି ପ୍ରଶଂସା ସାଉଁଟିଲେ ସୋନୁ ସୁଦ

By

Published : May 31, 2020, 11:55 AM IST

ମୁମ୍ବାଇ: କୋରୋନା ସମୟରେ ଲାଗୁହୋଇଥିବା ଏହି ଲକଡାଉନ ମଧ୍ୟରେ ଅଭିନେତା ସୋନୁ ସୁଦଙ୍କ ନାଁ ମୁମ୍ବାଇରେ ବର୍ତ୍ତମାନ ସବୁଠାରୁ ଚର୍ଚ୍ଚାରେ ରହିଛି । ଯଦିଓ ସୋନୁ ଫିଲ୍ମରେ ଜଣେ ଭିଲେନ୍ ଭୂମିକାରେ ଅଭିନୟ କରନ୍ତି, ବାସ୍ତବ ଜୀବନରେ ସେ ଜଣେ ରିଅଲ ହିରୋ । ଏହି ଲକଡାଉନ ସମୟରେ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ରାଜ୍ୟର ଶ୍ରମିକମାନଙ୍କୁ ସେ ନିଜ ଅର୍ଥ ସାହାର୍ଯ୍ୟରେ ସେମାନଙ୍କ ଘରକୁ ପଠାଇଛନ୍ତି । ଯେଉଁଥିପାଇଁ ସୋନୁଙ୍କ ପ୍ରଂଶସା ଶ୍ରମିକ ମାନେ ଚାରିଆଡେ କରୁଛନ୍ତି । ଏପରି ସମୟରେ ସୋନୁ ସୁଦ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ ଭେଟିଛନ୍ତି ।

ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟି ପ୍ରଶଂସା ସାଉଁଟିଲେ ସୋନୁ ସୁଦ

ରାଜ୍ୟପାଳ ସୋନୁ ସୁଦଙ୍କୁ ପ୍ରଶଂସା କରିବା ସହ ତାଙ୍କ ସମର୍ଥନକୁ ଦୋହରାଇଛନ୍ତି । ମହାରାଷ୍ଟ୍ର ରାଜ୍ୟପାଳ ମଧ୍ୟ ଏହା ପୂର୍ବରୁ ଟୁଇଟ୍ କରି ସୋନୁ ସୁଦଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଯେତେବେଳେ ସୋନୁ ସୁଦ ରାଜ୍ୟପାଳଙ୍କ ଭବନରେ ପହଞ୍ଚିଥିଲେ, ସେତେବେଳେ ରାଜ୍ୟପାଳ ସୋନୁ ସୁଦଙ୍କ ଠାରୁ ସମ୍ପୂର୍ଣ୍ଣ ଘଟଣାକ୍ରମ ବିଷୟରେ ବୁଝିଥିଲେ। ଲକଡାଉନ ଲାଗୁ ହେବା ଦିନଠାରୁ ସୋନୁ ପ୍ରବାସୀ ଶ୍ରମିକଙ୍କ ପାଇଁ ଗାଡିର ବ୍ୟବସ୍ଥା କରିଆସୁଛନ୍ତି । ଯେଉଁଥିପାଇଁ ସେହି ଶ୍ରମିକମାନଙ୍କୁ ବହୁତ ସାହାଯ୍ୟ ମିଳୁଛି । ସୋନୁଙ୍କ ପାଇଁ କେତେଜଣ ଶ୍ରମିକ ସେମାନଙ୍କ ଘରେ ପହଞ୍ଚିଛନ୍ତି ସେ ବିଷୟରେ ରାଜ୍ୟପାଳ ବୁଝିଥିଲେ । ସୋନୁ ସୁଦଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ ।

ଏଠାରେ ଉଲ୍ଲେଖନୀୟ ଯେ, ଲକଡାଉନ ପରେ ସମଗ୍ର ଦେଶରେ ପ୍ରବାସୀ ଶ୍ରମିକ ମାନେ ନିଜ ଘରକୁ ଫେରିବାକୁ ପାଦରେ ଚାଲି ଚାଲି ତ ଆଉ କିଏ ସାଇକେଲରେ ଯାଉଥିବା ଚିତ୍ର ସାମ୍ନାକୁ ଆସିଥିଲା । ଯାହା ବେଶ ଯନ୍ତ୍ରଣାଦାୟକ ଥିଲା । କାରଣ ଏହି ସମୟରେ ଅନେକ ଲୋକଙ୍କର ପ୍ରାଣହାନୀ ମଧ୍ୟ ଘଟିଛି । ଏହି ସମୟରେ ସୋନୁ ଆଗକୁ ଆସି ମୁମ୍ବାଇରୁ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ବସର ବ୍ୟବସ୍ଥା କରିଥିଲେ। ମୁମ୍ବାଇରୁ ୟୁପି ବିହାର ଏବଂ ଦେଶର ବିଭିନ୍ନ ସ୍ଥାନକୁ ଶ୍ରମିକ ପଠାଇବା କାମ ଆରମ୍ଭ ହୋଇଥିଲା। ସୋନୁ ସୁଦ ପ୍ରଥମେ ବସ ଆଉ ଏବେ ଶ୍ରମିକମାନଙ୍କୁ ବିମାନରେ ତାଙ୍କ ଘରକୁ ପଠାଉଛନ୍ତି । ଯାହା ବେଶ ପ୍ରଂଶସନୀୟ ଓ ସ୍ବାଗତଯୋଗ୍ୟ ପଦକ୍ଷେପ ।

ABOUT THE AUTHOR

...view details