ଓଡିଶା

odisha

ETV Bharat / bharat

ରାୟବରେଲି ଭୋଟର ଏବଂ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଲେ ସୋନିଆ ଗାନ୍ଧୀ

ରାୟବରେଲିରୁ ପୁଣିଥରେ ଜିତିବା ପରେ ସେଠାକାର ଭୋଟର ଏବଂ ଦଳୀୟ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଲେ ସୋନିଆ । କହିଲେ ଦେଶର ମୂଲ୍ୟବୋଧର ରକ୍ଷା ଏବଂ କଂଗ୍ରେସର ପରମ୍ପରା ପାଳନ କରିବାକୁ ଯାଇ ଦରକାର ପଡ଼ିଲେ ନିଜର ସର୍ବସ୍ବ ତ୍ୟାଗ କରିଦେବି ।

By

Published : May 26, 2019, 11:35 PM IST

ଫଟୋ ସୌଜନ୍ୟ: ଟ୍ବିଟର

ନୂଆଦିଲ୍ଲୀ: ଆମେଠିରୁ ରାହୁଲ ଗାନ୍ଧୀ ହାରିଲେ । ହେଲେ ଗଡ଼ ରକ୍ଷା କରିବାକୁ ସକ୍ଷମ ହେଲେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ରାୟବରେଲିରୁ ପୁଣିଥରେ ଜିତିବା ପରେ ସେଠାକାର ଭୋଟର ଏବଂ ଦଳୀୟ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୋନିଆ ।

ଏକ ପତ୍ର ମାଧ୍ୟମରେ ସୋନିଆ ଧନ୍ୟବାଦ ବାର୍ତ୍ତା ରଖିଛନ୍ତି । ସେ ରାୟବରେଲିର ସାଧାରଣ ଭୋଟରଙ୍କ ସହ କଂଗ୍ରେସ, ସପା, ବସପା ଏବଂ ସ୍ବାଭିମାନ ଦଳର କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନାଯୋଗ୍ୟ, ଆମେଠି ଏବଂ ରାୟବରେଲି ଏହି ଦୁଇଟି ଆସନରେ ବିଜେପି ବ୍ୟତୀତ କୌଣସି ବିରୋଧୀ ଦଳ ପ୍ରାର୍ଥୀ ଦେଇନଥିଲେ । ତେଣୁ ସମସ୍ତ ବିରୋଧୀଙ୍କ ସମର୍ଥନ ରାହୁଲ ଏବଂ ସୋନିଆଙ୍କ ପାଇଁ ଥିଲା ।

ତେବେ ଏତେ ସହଯୋଗ ପାଇ ମଧ୍ୟ ରାହୁଲ ସ୍ମୃତି ଇରାନୀଙ୍କଠୁ ହାରିଲେ । ତେବେ ପାରମ୍ପରିକ ଆସନ ନିଜ କବ୍ଜାର ରଖିପାରିଲେ ସୋନିଆ । ପୂର୍ବଭଳି ସେ ନିଜ ପରିବାର ସଦୃଶ ରାୟବରେଲିର ଯତ୍ନ ନେବେ ବୋଲି ପତ୍ରରେ ଲେଖିଛନ୍ତି । ଦେଶର ମୂଲ୍ୟବୋଧର ରକ୍ଷା ଏବଂ କଂଗ୍ରେସର ପରମ୍ପରା ପାଳନ କରିବାକୁ ଯାଇ ସେ ଦରକାର ପଡ଼ିଲେ ନିଜର ସର୍ବସ୍ବ ତ୍ୟାଗ କରିଦେବେ ବୋଲି କହିଛନ୍ତି ।

For All Latest Updates

ABOUT THE AUTHOR

...view details