ଓଡିଶା

odisha

By

Published : Sep 13, 2020, 7:17 AM IST

ETV Bharat / bharat

ସଂସଦ ଅଧିବେଶନ ପୂର୍ବରୁ ବିଦେଶ ଗଲେ ସୋନିଆ ଗାନ୍ଧୀ

ସୋମବାରରୁ ସଂସଦରେ ମୌସୁମୀ ଅଧିବେଶନ ବସିବ । ଏହା ପୂର୍ବରୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଆମେରିକା ଗସ୍ତ କରିଛନ୍ତି । ତାଙ୍କ ସହ ପୁଅ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଅଛନ୍ତି । ଅଧିକ ପଢନ୍ତୁ...

ସଂସଦ ଅଧିବେଶନ ପୂର୍ବରୁ ବିଦେଶ ଗଲେ ସୋନିଆ ଗାନ୍ଧୀ
ସଂସଦ ଅଧିବେଶନ ପୂର୍ବରୁ ବିଦେଶ ଗଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ସୋମବାରରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ଆମେରିକା ଗସ୍ତ କରିଛନ୍ତି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ । ଏନେଇ ଦଳର ମୁଖପାତ ରଣଦୀପ ସୁରଜେୱାଲା ଟ୍ବିଟ କରି ସୂଚନା ଦେଇଛନ୍ତି ।

ଶନିବାର ରାତିରେ ସୁରଜେୱାଲା ଟ୍ବିଟ କରି କହିଛନ୍ତି, କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଆଜି ଡାକ୍ତରୀ ପରୀକ୍ଷା ପାଇଁ ବିଦେଶ ଯାଇଛନ୍ତି । ମହାମାରୀ ପାଇଁ ଏହି ଡାକ୍ତରୀ ଚିକିତ୍ସା ସ୍ଥଗିତ ରଖାଯାଇଥିଲା । ରାହୁଲ ମଧ୍ୟ ତାଙ୍କ ସହ ଅଛନ୍ତି ।

ଏହା ପୂର୍ବରୁ ସୋନିଆ ଗାନ୍ଧୀଙ୍କୁ ଜୁଲାଇ ମାସ ଶେଷରେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ରୁଟିନ ଚେକ୍‌ଅପ୍‌ ପାଇଁ ଭର୍ତ୍ତି ହୋଇଥିଲେ । ସୋନିଆ ଗାନ୍ଧୀ ବିଦେଶ ଯିବା ପୂର୍ବରୁ ସଙ୍ଗଠନରେ 11 ତାରିଖ ଦିନ ଦଳରେ ସାଙ୍ଗଠନିକ ପରିବର୍ତ୍ତନ କରିଥିଲେ । ପ୍ରିୟଙ୍କା ଗାନ୍ଧୀ ସମେତ ମୋଟ ନଅ ଜଣଙ୍କୁ ଦଳର ମହାସଚିବ ନିଯୁକ୍ତ କରିଛନ୍ତି । ଅଧ୍ୟକ୍ଷ ଭାବରେ ତାଙ୍କୁ ସହଯୋଗ କରିବାକୁ ସୋନିଆ ଗାନ୍ଧୀ 6 ଜଣିଆ ସ୍ବତନ୍ତ୍ର କମିଟି ଗଠନ କରିଥିଲେ । ଗୁଲାମ ନବୀ ଆଜାଦଙ୍କୁ ମହାସଚିବ ପଦବୀର ହଟାଇ ଦେଇଥିଲେ ।

ସୂତ୍ରରୁ ପ୍ରକାଶ ଯେ, ରାହୁଲ ଗାନ୍ଧୀ ଆସନ୍ତା ଦୁଇ ଦିନ ମଧ୍ୟରେ ଭାରତ ଫେରି ସଂସଦ ଅଧିବେଶନରେ ଯୋଗଦେବେ। ଭଉଣୀ ତଥା ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସେମାନଙ୍କ ସହ ଯୋଗଦେବା ପରେ ରାହୁଲ ଗାନ୍ଧୀ ଫେରିବେ ବୋଲି ଜଣାପଡିଛି । ବିଦେଶ ଯିବା ପୂର୍ବରୁ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ପ୍ରତିରକ୍ଷା ସଂସଦୀୟ କମିଟିର ବୈଠକରେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ, କୋରୋନା କଟକଣା ମଧ୍ୟରେ ସେପ୍ଟେମ୍ବର 14 ରୁ ମୌସୁମୀ ଅଧିବେଶନ ଆରମ୍ଭ ହେବ ଏବଂ ଅକ୍ଟୋବର 1 ତାରିଖରେ ଶେଷ ହେବ । ଏଥର ମୋଚ 18ଟି କାର୍ଯ୍ୟ ଦିବସ ରହିଥିବାବଳେ ଶନିବାର କିମ୍ବା ରବିବାର ଛୁଟି ରହିବ ନାହିଁ ।

ABOUT THE AUTHOR

...view details