ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି କଂଗ୍ରେସ ନେତା ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକ 'ଦ ପ୍ରେସିଡେଣ୍ଟାଲ ଇୟର'ର ଦ୍ବିତୀୟ ଭାଗରେ ଚାଞ୍ଚଲ୍ୟକର ଖୁଲାସା । 2014 ସାଧାରଣ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ୟୁପିଏର ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଦାୟୀ ବୋଲି ପୁସ୍ତକରେ ଉଲ୍ଲେଖ କରିଛନ୍ତି ।
"ଦଳୀୟ କନ୍ଦଳକୁ ମୁକାବିଲା କରିବାରେ ସୋନିଆ ସଫଳ ହୋଇନଥିଲେ । ସଂସଦରେ ଡକ୍ଟର ମନମୋହନ ସିଂହଙ୍କ ଅନୁପସ୍ଥିତି ଅନ୍ୟ ସାଂସଦଙ୍କ ଠାରୁ ବ୍ୟକ୍ତିଗତ ଭାବେ ସଂପର୍କକୁ କମ କରିଥିଲା । ମେଣ୍ଟକୁ ରକ୍ଷା କରିବାରେ ମନମୋହନଙ୍କ ଅଧିକାଂଶ ସମୟ ଚାଲିଗଲା । ଯାହାଦ୍ବାରା ଏକ ପ୍ରଶାସନିକ ଅନ୍ତର ସୃଷ୍ଟି ହେଲା । ଜଣେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ, ନିଷ୍ପତ୍ତି ଓ ପ୍ରଶାସନିକ ବ୍ୟବସ୍ଥା ସମସ୍ତ ରାଜ୍ୟ ସମେତ ଦେଶରେ ପ୍ରତିଫଳନ ହୁଏ ।"