ଓଡିଶା

odisha

ETV Bharat / bharat

ପ୍ରିୟଙ୍କା ନୁହେଁ ରାୟବରେଲୀରୁ ଲଢିବେ ସୋନିଆ

1999ରେ ସୋନିଆ ଆମେଥିରୁ ନିର୍ବାଚନ ଲଢୁଥିଲେ । ତେବେ ପୁଅ ତଥା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ପାଇଁ ଏହାକୁ ସେ ଛାଡି ଦେଇ 2004ରୁ ରାୟବରେଲୀରେ ଲଢିବା ଆରମ୍ଭ କଲେ ।

By

Published : Feb 21, 2019, 1:09 PM IST

ଡିଜାଇନ ଫଟୋ

ରାୟବରେଲୀ: ସମସ୍ତ ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପଡିଛି । ୟୁପିଏ ଅଧ୍ୟକ୍ଷା ତଥା ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଆଗାମୀ ନିର୍ବାଚନ ଲଢିବା ନେଇ ସ୍ପଷ୍ଟ ହୋଇଛି । ଦଳୀୟ ସୂତ୍ର ଅନୁସାରେ ସେ ନିଜର ପାରମ୍ପରିକ ରାୟବରେଲୀ ଆସନରୁ ପ୍ରତିଦ୍ବନ୍ଦିତା କରିବେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ ୨୦୧୯ ସାଧାରଣ ନିର୍ବାଚନରେ ସୋନିଆ ପ୍ରତିଦ୍ୱନ୍ଦିତା କରିବେ ନାହିଁ ବୋଲି ଚର୍ଚ୍ଚା ହେଉଥିଲା । ତେବେ କଂଗ୍ରେସର ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି ଯେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୁନର୍ବାର ନିଜର ପାରମ୍ପରିକ ଆସନ ରାୟବରେଲୀରୁ ହିଁ ନିର୍ବାଚନ ଲଢିବେ । ଉଲ୍ଲେଖଯୋଗ୍ୟ ଯେ ଉତ୍ତର ପ୍ରଦେଶର ରାୟବରେଲୀ ଲୋକସଭା ଆସନରୁ ସେ ପ୍ରାୟ ତିନି ଦଶନ୍ଧି ଧରି ନିର୍ବାଚିତ ହୋଇ ଆସୁଛନ୍ତି ।

1999ରେ ସୋନିଆ ଆମେଥିରୁ ନିର୍ବାଚନ ଲଢୁଥିଲେ । ତେବେ ପୁଅ ତଥା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ପାଇଁ ଏହାକୁ ସେ ଛାଡି ଦେଇ 2004ରୁ ରାୟବରେଲୀରେ ଲଢିବା ଆରମ୍ଭ କଲେ । ତେଣୁ ପୁଣିଥରେ ସୋନିଆ ଏଠାରୁ ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ ହୋଇଛି ।

ତେବେ ସୋନିଆଙ୍କ କନ୍ୟା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସରେ ବିଧିବଦ୍ଧ ଭାବେ ସାମିଲ ହେବା ପରେ ସୋନିଆଙ୍କ ସ୍ଥାନରେ ସେ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା । ଏପରିକି କଂଗ୍ରେସର ସାଧାରଣ ସଂପାଦକ ଦାୟିତ୍ୱ ଗ୍ରହଣ କରିବା ପରେ ଚର୍ଚ୍ଚା ହେଉଥିଲା ଯେ ସୋନିଆ ଗାନ୍ଧୀ ରାଜନୀତିରୁ ସନ୍ନ୍ୟାସ ନେବେ । ଆଉ ତାଙ୍କ ସ୍ଥାନ ପ୍ରିୟଙ୍କା ନେବେ । କିନ୍ତୁ କଂଗ୍ରେସ ଦଳ ତାଙ୍କୁ ପୁଣି ଥରେ ରାୟବରେଲୀ ଆସନରୁ ପ୍ରାର୍ଥୀ କରିବ ବୋଲି ସୂଚନା ମିଳିଛି ।

ABOUT THE AUTHOR

...view details