ଓଡିଶା

odisha

ETV Bharat / bharat

ବିହାର ନିର୍ବାଚନ: ମହାମେଣ୍ଟ ସାଥିରେ ଅଛନ୍ତି ବିହାର ଜନତା

ବିହାର ବିଧାନସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାରପ୍ରସାର ମଧ୍ୟ ଶେଷ ହୋଇଛି । ମତଦାନର ଗୋଟିଏ ଦିନ ପୂର୍ବରୁ ବିହାରବାସୀଙ୍କ ପାଇଁ ଭିଡିଓ ଜାରି କରି ବିହାର ସରକାରଙ୍କୁ ଟାର୍ଗେଟ କଲେ ସୋନିଆ ଗାନ୍ଧୀ । ଅଧିକ ପଢନ୍ତୁ...

By

Published : Oct 27, 2020, 1:10 PM IST

ମହାମେଣ୍ଟ ସାଥିରେ ଅଛନ୍ତି ବିହାର ଜନତା
ମହାମେଣ୍ଟ ସାଥିରେ ଅଛନ୍ତି ବିହାର ଜନତା

ପାଟଣା: ଆସନ୍ତାକାଲି ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । 71ଟି ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ଏହାର ଠିକ ଗୋଟିଏ ଦିନ ପୂର୍ବରୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କେନ୍ଦ୍ର ଓ ବିହାର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସୋନିଆ ଗାନ୍ଧୀ ଭିଡିଓ ଜାରି ଉଭୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଗତ ରବିବାର ପ୍ରଚାର ପ୍ରସାର ଶେଷ ହୋଇଥିବାବେଳେ ଆଜି ସୋନିଆ ଗାନ୍ଧୀ ଏହି ବିହାରବାସୀଙ୍କ ଉଦ୍ଦେଶ୍ୟରେ ଭିଡିଓ କରିଛନ୍ତି । ଯାହାକୁ ରାହୁଲ ଗାନ୍ଧୀ ସେୟାର କରିଛନ୍ତି ।

ବିହାର ସରକାର ନିଜର କ୍ଷମତା ଓ ଅହଙ୍କାରରେ ବୁଡି ରହିଛି । ଜନତାଙ୍କ ପାଇଁ ସେମାନେ କୌଣସି ଭଲ କାମ କରୁନାହାଁନ୍ତି । କୃଷକଙ୍କ ଠାରୁ ଯୁବକ ସମସ୍ତେ ଏଠି ନିରାଶ । ଦୁର୍ବଳ ଅର୍ଥବ୍ୟବସ୍ଥା ଲୋକଙ୍କ ଜୀବନ ଉପରେ ଭାରି ପଡିଛି ବୋଲି ସୋନିଆ ଗାନ୍ଧୀ ଭିଡିଓ ଜରିଆରେ ବିହାରବାସୀଙ୍କୁ କହିଛନ୍ତି । ଏ ମାଟିର ପୁଅଙ୍କ ଉପରେ ଆଜି ଗମ୍ଭୀର ସଙ୍କଟରେ ଗତି କରୁଛି । ଦଳିତ ଓ ମହାଦଳିତ ପରିବାର ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସମାଜର ପଛୁଆ ବର୍ଗ ମଧ୍ୟ ଏହାର ଶିକାର ହୋଇଛନ୍ତି । ବିହାର ଜନତା କଂଗ୍ରେସର ମହାମେଣ୍ଟ ଦଳ ସହିତ ରହିଛନ୍ତି ସୋନିଆ କହିଛନ୍ତି ।

କେନ୍ଦ୍ରସରକାରଙ୍କ ନୋଟ ବନ୍ଦୀ ଓ ତାଲା ବନ୍ଦୀକୁ ନେଇ ସୋନିଆ କହିଛନ୍ତି ଦିଲ୍ଲୀ ଓ ବିହାରର ସରକାର ବନ୍ଦୀ । ନୋଟ ବନ୍ଦୀ ଓ ତାଲାବନ୍ଦ ଯୋଗୁଁ ଦେଶ ବେପାରୀ ବନ୍ଦୀ, ଆର୍ଥିକବନ୍ଦୀ, ଚାଷଜମି ବନ୍ଦୀ ଓ ରୁଟି ରୋଜଗାର ବନ୍ଦୀ ହୋଇପଡିଛି । ତେଣୁ ବିହାରର ଲୋକମାନେ ବନ୍ଦୀ ସରକାର ବିରୋଧରେ ଏକ ନୂଆ ବିହାର ନିର୍ମାଣ କରିବାକୁ ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ ପରିବର୍ତ୍ତନର ସମୟ । ପରିବର୍ତ୍ତନୀ ହିଁ ଉତ୍ସାହ, ଶକ୍ତି ଓ ନୂତନ ଚିନ୍ତାଧାର ସହ ନୂତନ ଇତିହାସ ଲେଖିବାର ସମୟ ଆସିଯାଇଛି ବୋଲି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ।

ବିହାରବାସୀ ଜ୍ଞାନଗୁଣୀ , ସେମାନଙ୍କ ନିକଟରେ କୌଶଳ ଓ କ୍ଷମତା ରହିଛି, ନୂତନ ନିର୍ମାଣର କରିବାର ଶକ୍ତି, କିନ୍ତୁ ବେକାରୀ, ମହଙ୍ଗା, ଅନାହାର ସେମାନଙ୍କ ପାଦରେ ଶିକୁଳି ବାନ୍ଧିଛି । କିଭଳି ଦୟନୀୟ ସ୍ଥିତିର ବିହାରର ଲୋକେ ରହୁଛନ୍ତି ତାହା ଶବ୍ଦରେ ମଧ୍ୟ ଏହାକୁ ବାଖ୍ୟା କରାଯାଇପାରିବ ନାହିଁ । ଭୟ , ଆତଙ୍କ ଓ ଅପରାଧ ଆଧାରରେ ନୀତି ଏବଂ ସରକାର ସୃଷ୍ଟି ହୁଏ ନାହିଁ ବୋଲି ସରକାରଙ୍କୁ ଆପେକ୍ଷ କରିଥିଲେ ସୋନିଆ ।

ବିହାର ଦେଶର ଆଇନା ସହ ଏକ ଆଶା । ଭାରତୀୟଙ୍କ ମନରେ ବିଶ୍ବାସ ରହିଛି ଓ ଯୋଶ ରହିଛି । ବିହାର ଭାରତର ଅଭିମାନ । ବିହାରର କୃଷକ , ଶ୍ରମିକ, ଭାଇ ଓ ଭଉଣୀ କେବଳ ବିହାରର ନୁହଁନ୍ତି ପୁରା ଭାରତର । ଆଜି ବିହାର ଏହାର ଗର୍ବ ଏବଂ ଭବିଷ୍ୟତ ପାଇଁ ଗାଁ, ସହର ସହ ବିଭିନ୍ନ କ୍ଷେତ୍ରରେ ନୂତନ ପରିବର୍ତ୍ତନ ପାଇଁ ପ୍ରସ୍ତୁତ | ତେଣୁ ବର୍ତ୍ତମାନ ପରିବର୍ତ୍ତନର ସମୟ ଆସିଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଭୋଟର ଇଙ୍ଗ ଆଙ୍ଗୁଠି ବର୍ତ୍ତମାନ ପ୍ରଶ୍ନ ସହିତ ଠିଆ ହୋଇଛି। ପ୍ରଶ୍ନ ହେଉଛି ବେକାରୀ ବିଷୟରେ, ପ୍ରଶ୍ନ ହେଉଛି କୃଷିକୁ ବଞ୍ଚାଇବା, ପ୍ରଶ୍ନ ହେଉଛି ରୁଟି ଏବଂ ରୋଜଗାର, ପ୍ରଶ୍ନ ଶିକ୍ଷା ଏବଂ ସ୍ବାସ୍ଥ୍ୟ ବିଷୟରେ, ପ୍ରଶ୍ନ ଶିଳ୍ପ-ବ୍ୟବସାୟ ବିଷୟରେ, ପ୍ରଶ୍ନ ହେଉଛି ନିୟମିତ ଅପରାଧକୁ ବନ୍ଦ କରିବା, ପ୍ରଶ୍ନ ଏକଛତ୍ରବାଦୀ ଶାସନ ଉପରେ। ସେଥିପାଇଁ ଆଜି ଅନ୍ଧକାରରୁ ଆଲୋକକୁ, ମିଥ୍ୟାରୁ ସତ୍ୟକୁ, ବର୍ତ୍ତମାନ ଠାରୁ ଭବିଷ୍ୟତକୁ ଯିବାର ସମୟ । ଶେଷରେ ସେ ମହାମେଣ୍ଟ ଦଳକୁ ଭୋଟ ଦେବାକୁ ବିହାରବାସୀଙ୍କୁ ଆବେଦନ କରି କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details