ଓଡିଶା

odisha

ETV Bharat / bharat

ଦିଲ୍ଲୀ ହିଂସା ପାଇଁ ସୋନିଆ ଗାନ୍ଧୀଙ୍କ କଡା ବକ୍ତବ୍ୟ ଦାୟୀ: ଜେଡିୟୁ - JD(U)

ଜେଡିୟୁ ନେତା ଦିନେଶ ଚନ୍ଦ୍ରା ସୋମବାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବିରୋଧରେ କଡା ମନ୍ତବ୍ୟ ଦେଇଛନ୍ତି । ଅଧିକ ପଢନ୍ତୁ...

JD(U)
ଜେଡିୟୁ ନେତା

By

Published : Mar 3, 2020, 2:22 PM IST

ନୂଆଦିଲ୍ଲୀ: ଜେଡିୟୁ ନେତା ଦିନେଶ ଚନ୍ଦ୍ରା ସୋମବାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବିରୋଧରେ କଡା ମନ୍ତବ୍ୟ ଦେଇଛନ୍ତି । ଉତ୍ତର-ପୂର୍ବ ଦିଲ୍ଲୀରେ ହେଇଥିବା ଦଙ୍ଗା ପାଇଁ ସୋନିଆ ଗାନ୍ଧୀ ଦାୟୀ ବୋଲି ସେ କହିଛନ୍ତି । ଏହି ଦଙ୍ଗାରେ 47 ଜଣ ମୃତ୍ୟୁ ବରଣ କରିଥିବା ବେଳେ 300ରୁ ଉର୍ଦ୍ଧ୍ବ ଆହାତ ହୋଇଛନ୍ତି ।

ବିହାରର ମଧେପୁରା ଜିଲ୍ଲାର ସାଂସଦ ଦିନେଶ ଚନ୍ଦ୍ରା ସୋନିଆ ଗାନ୍ଧୀଙ୍କ ଘୃଣା ଭାଷଣକୁ ଦାୟୀ କରିଛନ୍ତି । ଲୋକଙ୍କ ଭାବନା ଓ ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ହେବାର ମୁଖ୍ୟ କାରଣ ସୋନିଆ ଗାନ୍ଧୀଙ୍କ ଭାଷଣ ବୋଲି ସେ କହିଛନ୍ତି । ଗତବର୍ଷ ସିଏଏକୁ ନେଇ ଉତ୍ତର-ପୂର୍ବରେ କଂଗ୍ରେସ ଅଧ୍ୟକ୍ଷା ଦେଇଥିବା ‘ଆର୍ ପାର୍ କି ଲଢାଇ’ ବୟାନ ଏହି ହିଂସାର କାରଣ ବୋଲି କହିଛନ୍ତି ଜେଡିୟୁ ନେତା ।

ସେ କହିଛନ୍ତି, ‘ରାଜନୀତି ସହ ସୋନିଆ ଗାନ୍ଧୀ ଅନେକ ବର୍ଷ ହେବ ଜଡିତ । ମୁଁ ଭାବୁଥିଲି ତାଙ୍କୁ ରାଜନୀତି ଆସିଥିବ ମାତ୍ର ଲୋକଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟି କରୁଥିବା ଭାଷଣ ଦେଇ ସେ ଦୁଇ ଗୋଷ୍ଠୀ ମଧ୍ୟ ବିବାଦ ଠିଆ କରୁଛନ୍ତି । ତାଙ୍କୁ ଅନେକ କିଛି ଶିଖିବାର ଅଛି ’। ଲୋକସଭାରେ ବାଚସ୍ପତି ଦିଲ୍ଲୀ ହିଂସା ନେଇ ଯୁକ୍ତି କରିବାକୁ ପ୍ରସ୍ତୁତ ଅଛନ୍ତି । ଶାସକ ଦଳ ବି ପ୍ରସ୍ତୁତ ଅଛନ୍ତି ମାତ୍ର ସର୍ବପୁରାତନ ଦଳ ହଟ୍ଟଗୋଳ କରି ଗୃହକାର୍ଯ୍ୟ ବନ୍ଦ କରୁଛି ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details