ଓଡିଶା

odisha

ETV Bharat / bharat

ନାମାଙ୍କନ ଭରିଲେ ସୋନିଆ, କହିଲେ ଅଜେୟ ନୁହଁନ୍ତି ମୋଦି - ନାମାଙ୍କନ ଭରିଲେ ସୋନିଆ

କଂଗ୍ରେସ ଗଡ ରାଏବରେଲୀ ଆସନରୁ କ୍ରମାଗତ 4 ଥର ଜିତିଛନ୍ତି ସୋନିଆ । 5ମ ବିଜୟ ଲକ୍ଷ୍ୟରେ ଏଥର ବି ସମାନ ଆସନରୁ ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ସୋନିଆ ।

ଡିଜାଇନ ଫଟୋ

By

Published : Apr 11, 2019, 4:42 PM IST

ରାଏବରେଲୀ: ଆଜି ରାଏବରେଲୀ ଆସନ ପାଇଁ ନାମାଙ୍କନ ଭରିଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଏହି ଅବସରରେ ତାଙ୍କ ସହ ଉପସ୍ଥିତ ଥିଲେ ପୁଅ ରାହୁଲ ଗାନ୍ଧୀ, ଝିଅ ପ୍ରିୟଙ୍କା ଗାନ୍ଧୀ ଏବଂ ଜ୍ବାଇଁ ରବର୍ଟ ଭଦ୍ରା । ନାମାଙ୍କନ ପୂର୍ବରୁ ସୋନିଆ ଏକ ବିଶାଳ ରୋଡ ଶୋ କରିଥିଲେ ।

ରାଏବରେଲୀ ଆସନରୁ କ୍ରମାଗତ 4 ଥର ଜିତିଛନ୍ତି ସୋନିଆ । 5ମ ବିଜୟ ଲକ୍ଷ୍ୟରେ ସେ ଏଥର ନିର୍ବାଚନ ଲଢିବେ । ତେବେ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ନିଜ ବାସଭବନରେ ଏକ ହୋମଯଜ୍ଞର ଆୟୋଜନ କରିଥିଲେ ସୋନିଆ । ଏହାପରେ ଏକ ବିଶାଳ ରୋଡ ଶୋରେ ସ୍ଥାନୀୟ ଜନତାଙ୍କୁ ଅଭିବାଦନ ଜଣାଇଥିଲେ । ଆମେଥିରେ ରାହୁଲଙ୍କ ପରେ ରାଏବରେଲୀରେ ସୋନିଆଙ୍କ ବିଶାଳ ଶୋଭାଯାତ୍ରାରେ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିଥିଲା ।

ଏହାପରେ ପୁଅ, ଝିଅ ଓ ଜ୍ବାଇଁଙ୍କ ସହ ଯାଇ ନାମାଙ୍କନ ଭରିଥିଲେ ସୋନିଆ । ପ୍ରାର୍ଥୀପତ୍ର ଦାଖଲ ପରେ ସେଠାରେ ଉପସ୍ଥିତ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଆଗାମୀ ନିର୍ବାଚନରେ କଂଗ୍ରେସର ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ । ଗଣମାଧ୍ୟମ ପ୍ରତିନିଧି ସୋନିଆଙ୍କୁ ମୋଦି ଅଜେୟ କି ବୋଲି ପଚାରିଥିଲେ । ଏହାର ଉତ୍ତରରେ ସୋନିଆ କହିଥିଲେ ଯେ 2014 ନିର୍ବାଚନ କଥା ମନେ ପକାନ୍ତୁ ।

ସେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀ ଅଜେୟ ଥିଲେ । ସମସ୍ତେ ଭାବୁଥିଲେ ବିଜେପି ପୁଣି କ୍ଷମତା ଦଖଲ କରିବ । କିନ୍ତୁ ସେ ସବୁକୁ ଭୁଲ ପ୍ରମାଣିତ କରି କଂଗ୍ରେସ ବିଜୟ ହୋଇଥିଲା । ସେତେବେଳେ ବାଜପେୟୀଙ୍କୁ ହରାଇଥିଲୁ ଏଥର ମୋଦିଙ୍କୁ ହରାଇବୁ । ମୋଦି ଅଜେୟ ନୁହଁନ୍ତି ବୋଲି ସେ କହିଥିଲେ ।

ସେହିପରି ରାହୁଲ ଗାନ୍ଧୀ କହିଥିଲେ ଯେ ଭାରତ ଇତିହାସରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜକୁ ଅଜେୟ ବୋଲି ଭାବନ୍ତି । ସେମାନେ ଭାବନ୍ତି ଭାରତୀୟଙ୍କ ଠାରୁ ସେମାନେ ବଡ । ସେହିପରି ଜଣେ ବ୍ୟକ୍ତିତ୍ବ ମୋଦି । ସେ ଗତ 5 ବର୍ଷ ହେଲା ଦେଶ ପାଇଁ କିଛି କରିନାହାନ୍ତି ଯାହା ଆଗାମୀ ନିର୍ବାଚନରେ ଜଣାପଡିବ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details