ବାରଣାସୀ: ସୋନଭଦ୍ରା ଜମି ବିବାଦ ମାମଲାରେ ହୋଇଥିବା ଗୁଳିକାଣ୍ଡ ପୀଡିତମାନଙ୍କୁ ପ୍ରିୟଙ୍କା ଗାନ୍ଧୀ ଡାକ୍ତରଖାନାରେ ଭେଟିଛନ୍ତି । ଏହାପରେ ପ୍ରିୟଙ୍କା ଘଟଣାସ୍ଥଳ ପରିଦର୍ଶନ କରିବାକୁ ଯାଉଥିବା ବେଳେ ପୋଲିସ ଅଟକାଇବା ସହ ହେପାଜତକୁ ନେଇଛି ।
ସୋନଭଦ୍ରା ଗୁଳିକାଣ୍ଡ ଘଟଣା: ପୋଲିସ ହେପାଜତରେ ପ୍ରିୟଙ୍କା
ଉତ୍ତରପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ସୋନଭଦ୍ରା ଜମି ବିବାଦ ମାମଲାରେ ହୋଇଥିବା ଗୁଳିକାଣ୍ଡ ଘଟଣାସ୍ଥଳ ପରିଦର୍ଶନରେ ଯାଉଥିବା ବେଳେ ପୋଲିସ ଅଟକାଇବା ସହ ନିଜ ହେପାଜତକୁ ନେଇଛି ।
ଡାକ୍ତରଖାନାରେ ଆହତମାନଙ୍କୁ ଭେଟିବା ପରେ ଉତ୍ତରପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଘଟଣାସ୍ଥଳକୁ ପରିଦର୍ଶନରେ ଯାଉଥିଲେ । ନାରାୟଣପୁର ଠାରେ ପୋଲିସ ଅଟକାଇବା ସହ ତାଙ୍କୁ ହେପାଜତକୁ ନେଇଛି । ଘଟଣାସ୍ଥଳରେ ଦୀର୍ଘଦିନ ଧରି 144 ଧାରା ବଳବତ୍ତର ରହିଛି । ତେବେ ପ୍ରତିକ୍ରିୟାରେ ପ୍ରିୟଙ୍କା କହିଛନ୍ତି, ପୋଲିସ କେଉଁଠିକୁ ନେଉଛି ମୁଁ ଜାଣି ନାହିଁ ।
ଗତ ଜୁଲାଇ 17 ତାରିଖରେ ଉତ୍ତରପ୍ରଦେଶ ସୋନଭଦ୍ରା ଜିଲ୍ଲାର ଉଭା ଗ୍ରାମରେ ହୋଇଥିବା ଜମି ବିବାଦରେ 10ଜଣ ଗଣ୍ଡ ସଂପ୍ରଦାୟ ଲୋକଙ୍କ ମୃତ୍ୟୁ ହୋଇଥିଲା । 23 ଜଣ ଲୋକ ଏଥିରେ ଆହତ ହୋଇଥିବା ବେଳେ ଘଟଣାରେ ସଂପୃକ୍ତ ଥିବା 24 ଜଣ ଲୋକଙ୍କୁ ଗିରଫ କରାଯାଇଥିଲା । ଜଣେ ଗ୍ରାମ ମୁଖିଆ ଯଜ୍ଞ ଦତ୍ତ ଦୁଇବର୍ଷ ତଳେ କିଣିଥିବା ଜମିକୁ ଅଧିଗ୍ରହଣ କଲା ବେଳେ ଗ୍ରାମବାସୀ ବିରୋଧ କରିବାରୁ ଏହି ଘଟଣା ଘଟିଥିଲା ।