ଓଡିଶା

odisha

ETV Bharat / bharat

ପୁଅ ମନା କରିବାରୁ ନାତୁଣୀମାନେ କଲେ ଜେଜେଙ୍କ ଅନ୍ତିମ ସଂସ୍କାର - ନାତୁଣୀମାନେ କଲେ ଜେଜେଙ୍କ ଅନ୍ତିମ ସଂସ୍କାର

ପୁଅ ନିଜ ପିତାର ଅନ୍ତିମ ସଂସ୍କାରକୁ ମନା କରିବାରୁ ନାତୁଣୀମାନେ ମିଶି ଜେଜେଙ୍କୁ କାନ୍ଧ ଦେବା ସହ ମୁଖାଗ୍ନି ଦେଇଛନ୍ତି । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନର ଦୌସା ଜିଲ୍ଲାସ୍ଥିତ ବାନ୍ଦିକୁଇ ଅଞ୍ଚଳରେ । ଅଧିକ ପଢନ୍ତୁ ...

ପୁଅ ମନା କରିବାରୁ ନାତୁଣୀମାନେ କଲେ ଜେଜେଙ୍କ ଅନ୍ତିମ ସଂସ୍କାର
ପୁଅ ମନା କରିବାରୁ ନାତୁଣୀମାନେ କଲେ ଜେଜେଙ୍କ ଅନ୍ତିମ ସଂସ୍କାର

By

Published : Jan 20, 2021, 6:45 PM IST

ଜୟପୁର: ପୁଅ ନିଜ ପିତାର ଅନ୍ତିମ ସଂସ୍କାରକୁ ମନା କରିବାରୁ ନାତୁଣୀମାନେ ମିଶି ଜେଜେଙ୍କୁ କାନ୍ଧ ଦେବା ସହ ମୁଖାଗ୍ନି ଦେଇଛନ୍ତି । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନର ଦୌସା ଜିଲ୍ଲାସ୍ଥିତ ବାନ୍ଦିକୁଇ ଅଞ୍ଚଳରେ । ବୃଦ୍ଧାବସ୍ଥାରେ ପୁଅମାନେ ସାହାରା ଦେବା ସହ ମୃତ୍ୟୁ ବେଳେ ମୁଖାଗ୍ନି ଦେବା ନେଇ ସମାଜରେ ବିଶ୍ବାସ ରହିଛି । ହେଲେ ଝିଅମାନେ ଏ ଦୁନିଆକୁ ଆସିବା ପୂର୍ବରୁ ଗର୍ଭରେ ଥାଇ ଭ୍ରୁଣ ହତ୍ୟାର ଶିକାର ହେଉଛନ୍ତି । ହେଲେ ବର୍ତ୍ତମାନ ସମୟରେ ଅନ୍ତିମ ସଂସ୍କାର ବେଳେ ଯଦି ପୁଅମାନେ ମନା କରନ୍ତି ତେବେ ଝିଅମାନେ ହିଁ ସାମ୍ନାକୁ ଆସି ଶେଷକୃତ୍ୟ କରନ୍ତି । ଆଉ ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିିଛି ରାଜସ୍ଥାନରେ ।

ପୁଅ ମନା କରିବାରୁ ନାତୁଣୀମାନେ କଲେ ଜେଜେଙ୍କ ଅନ୍ତିମ ସଂସ୍କାର

ସୂଚନା ଅନୁସାରେ ଉକ୍ତ ଜିଲ୍ଲାର ବାଲୁରାମ ସାଇନିଙ୍କ ମୃତ୍ୟୁ ଘଟିବା ପରେ ବାସାଭା ରୋଡରେ ଥିବା କଲେଜ ନିକଟସ୍ଥ ଶ୍ମଶାନରେ ବଲୁରାମଙ୍କ ନାତୁଣୀମାନେ ମୁଖାଗ୍ନି ଦେଇଥିଲେ । ବାଲୁରାମଙ୍କର 6 ଟି ନାତୁଣୀ । ଏହି ଭଉଣୀମାନେ ମିଶି ନିଜ ଜେଜେଙ୍କର ଶେଷକୃତ୍ୟ କରିଥିଲେ । ଏହି ଦୃଶ୍ୟ ଦେଖି ସମସ୍ତଙ୍କ ଆଖିରୁ ଲୁହବୋହି ଆସିଥିଲା । ଯେ କେହି ବି ଏ ଦୃଶ୍ୟ ଦେଖୁଥିଲେ ସେମାନଙ୍କ ପାଟିରୁ ଗୋଟେ ହିଁ ବାକ୍ୟ ବାହାରୁଥିଲା, ‘ ପୁଅଙ୍କ ଠାରୁ ଝିଅମାନେ ଅଧିକ ଭଲ’ । ବାନ୍ଦିକୁଇ ଅଞ୍ଚଳର 26 ନମ୍ବର ୱାର୍ଡରେ 95 ବର୍ଷୀୟ ବୃଦ୍ଧ ବଲୁରାମ ସାଇନିଙ୍କ ଦେହାନ୍ତ ପରେ ପଡୋଶୀ ଅଲୱାର ଜିଲ୍ଲାର ଭଙ୍ଗାରରେ ରହୁଥିବା ମୃତକଙ୍କ ପୁଅ କାଜୋଦଙ୍କୁ ଖବର ଦେଇଥିଲେ । କିନ୍ତୁ ପୁଅ ଜଣକ ନିଜ ପିତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ସେଠାକୁ ଯିବାକୁ ମନା କରିଦେଇଥିଲେ । ଏହା ପରେ ବାଲୁରାମଙ୍କ ନାତୁଣୀମାନେ ଘଟଣାସ୍ଥଳରେ ପହଞ୍ଚି ଜେଜେଙ୍କୁ କାନ୍ଧ ଦେଇଥିଲେ । ଶ୍ମଶାନ ଘାଟକୁ ଯାଇ ବଡ ନାତୁଣୀ ମଞ୍ଜୁ ଦେବୀ ଜେଜେଙ୍କୁ ମୁଖାଗ୍ନି ଦେବା ପରେ ପୁଅର ସମସ୍ତ କର୍ତ୍ତବ୍ୟ ପାଳନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details