ଓଡିଶା

odisha

ETV Bharat / bharat

କୋରୋନାରେ ସଂକ୍ରମିତ ବାପାର ମୃତଦେହ ନେବାକୁ ମନା କଲା ପୁଅ, 22ଦିନ ପରେ ହସ୍ପିଟାଲ କଲା ଶେଷ କୃତ୍ୟ

କୋରୋନା ଚିହ୍ନାଉଛି ମଣିଷ ପଣିଆ । କୁହାଯାଏ ବାପାର ଦେହାନ୍ତ ହେଲେ ମୁଖାଗ୍ନିଠୁ ଆରମ୍ଭ କରି ସମସ୍ତ କର୍ମରେ ପୁଅର ଖୋଜା ପଡିଥାଏ । ହେଲେ ନିକଟରେ କୋରୋନା ସଂକ୍ରମିତ ବାପାର ମୃତ୍ୟୁରେ ପୁଅ ଅନ୍ତିମ ସତ୍କାର କରିବାକୁ ମନା କରିଦେଇଛି । ଏଭଳି ଏକ ଯନ୍ତ୍ରଣାଦାୟକ ଦୃଶ୍ୟ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ ।

କୋରୋନାରେ ସଂକ୍ରମିତ ବାପାର ମୃତଦେହ ନେବାକୁ ମନା କଲା ପୁଅ
କୋରୋନାରେ ସଂକ୍ରମିତ ବାପାର ମୃତଦେହ ନେବାକୁ ମନା କଲା ପୁଅ

By

Published : Aug 22, 2020, 10:44 PM IST

ବେଙ୍ଗାଲୁରୁ: କୋରୋନା ଚିହ୍ନାଉଛି ମଣିଷ ପଣିଆ । କୁହାଯାଏ ବାପାର ଦେହାନ୍ତ ହେଲେ ମୁଖାଗ୍ନିଠୁ ଆରମ୍ଭ କରି ସମସ୍ତ କର୍ମରେ ପୁଅର ଖୋଜା ପଡିଥାଏ । ହେଲେ ନିକଟରେ କୋରୋନା ସଂକ୍ରମିତ ବାପାର ମୃତ୍ୟୁରେ ପୁଅ ଅନ୍ତିମ ସତ୍କାର କରିବାକୁ ମନା କରିଦେଇଛି । ଏଭଳି ଏକ ଯନ୍ତ୍ରଣାଦାୟକ ଦୃଶ୍ୟ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ ।

କୋରୋନାରେ ସଂକ୍ରମିତ ବାପାର ମୃତଦେହ ନେବାକୁ ମନା କଲା ପୁଅ

ଜଣେ ବ୍ୟକ୍ତି ଯିଏ ହସ୍ପିଟାଲରେ କୋରୋନାରୁ ମୃତ୍ୟୁବରଣ କରିଥିଲେ ଏବଂ କୋରୋନା ସଂକ୍ରମଣର ହେତୁ ତାଙ୍କ ପୁଅ ସହରର ଡାକ୍ତରଖାନାରୁ ଅନ୍ତିମ ସଂସ୍କାର କରିବାକୁ ମୃତଦେହ ନେବାକୁ ସଫା ସଫା ମନା କରିଦେଇଥିଲେ । ବେଙ୍ଗାଲୁରୁର ଚାମରାଜନଗରର ବାସିନ୍ଦା କେ.ସି କୁମାର ନିଶ୍ୱାସ ପ୍ରଶ୍ୱାସ ସମସ୍ୟାର ସମ୍ମୁଖୀନ ହେବା ପରେ ତାଙ୍କୁ କିମ୍ସରେ ଭର୍ତ୍ତି କରାଯାଇଥିଲା । ଜୁଲାଇ 13ରେ ସେ ମୃତ୍ୟୁବରଣ କରିଥିଲେ ।

କୁମାରଙ୍କ ପୁଅ 1.5 ଲକ୍ଷ ଟଙ୍କା ବିଲ୍ ହସ୍ପିଟାଲରେ ପୈଠ କରିଛନ୍ତି । କିନ୍ତୁ ବାପାଙ୍କ ମୃତଦେହକୁ ନେବାକୁ ମନା କରିଦେଇଛନ୍ତି । ଏପରିକି ହସପିଟାଲ କର୍ତ୍ତୃପକ୍ଷ ବାରମ୍ବାର ଫୋନ କରିବାରୁ ତାଙ୍କ ନମ୍ବର ବ୍ଲକ କରିଦେଇଛନ୍ତି । ଦୀର୍ଘ 22 ଦିନ ଅପେକ୍ଷା ପରେ ହସପିଟାଲ କର୍ତ୍ତୃପକ୍ଷ ମୃତ କେ.ସି କୁମାରଙ୍କର ଅନ୍ତିମ ସତ୍କାର କରିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details