ଓଡିଶା

odisha

ETV Bharat / bharat

ମା'କୁ ପିଟିପିଟି ମାରିଦେଲା ପୁଅ - ଭୋପାଲ ମା କୁ ହତ୍ୟା କଲା ପୁଅ

ମା ପୁଅ ଟିଏ ପାଇବା ପାଇଁ ଅନେକ ଓଷା ପର୍ବ କରିଥାଏ । କିନ୍ତୁ ଏମିତି ବି ପୁଅ ଥାଆନ୍ତି ଯିଏକି ନିଜ ମା'କୁ ହତ୍ୟା କରିବାକୁ ବି ପଛଘୁଞ୍ଚା ଦିଅନ୍ତି ନାହିଁ । ଠିକ ଏଭଳି ଏକ ଅଘଟଣ ଘଟିଛି ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ, ଯେଉଁଠି ଜଣେ ଯୁବକ ନିଜ ମା କୁ ପିଟିପିଟି ହତ୍ୟା କରିଛି । ଅଧିକ ପଢନ୍ତୁ...

son-murder-his-mother-in-khandwa-of-madhyapradesh
ମଧ୍ୟପ୍ରଦେଶରେ ମା କୁ ହତ୍ୟା କଲା ପୁଅ

By

Published : Feb 23, 2020, 10:01 AM IST

ଭୋପାଳ: କଥାରେ ଅଛି ମା ମାଡ କୁଆପାଡ । କିନ୍ତୁ ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ ଏମିତି ଏକ ଅଘଟଣ ଘଟିଛି ଯେଉଁଠି ମା'ର ଗାଳିରେ କ୍ରୋଧାନ୍ବିତ ହୋଇ ମା'କୁ ପିଟିପିଟି ମାରିଦେଲା ପୁଅ ।

ଏସପି ଶିବଦୟାଲ ସିଂହ କହିଛନ୍ତି, 32 ବର୍ଷିୟ ଯୁବକ ସନ୍ତୋଷ ପାଟିଲ ନିଜ ମା ବିମଲା ବାଇ (50) କୁ ଏକ କାଠ ଫାଳିଆରେ ପିଟି ପିଟି ହତ୍ୟା କରିବା ପରେ ଏକ ବାକ୍ସରେ ମୃତ ଦେହକୁ ରଖିଥିଲା । ଏହାପରେ ମୃତଦେହକୁ ବାକ୍ସରେ ନେଇ ଏକ ନାଳରେ ଫିଙ୍ଗି ଦେଇଥିଲା ।

ହତ୍ୟାକରି ଅଭିଯୁକ୍ତ ଖସିଯିବାକୁ ଚେଷ୍ଟା କରୁଥିଲା କିନ୍ତୁ ଏକ ସିସିଟିଭିର ଯାଞ୍ଚ ପରେ ଧରାପଡିଛି ଅଭିଯୁକ୍ତ ସନ୍ତୋଷ ପାଟିଲ । ଏକ ଟିଭି ଧାରାବାହିକ ଦ୍ବାରା ପ୍ରେରିତ ହତ୍ୟାକାଣ୍ଡ ଷଡଯନ୍ତ୍ରର ସ୍ବରୂପ ଦେଇଥିବା ଅଭିଯୁକ୍ତ ପୋଲିସ ଆଗରେ ସ୍ବୀକାର କରିଛି ।

@IANS

ABOUT THE AUTHOR

...view details