ରାଞ୍ଚି: ପିଲାଟି ଦିନରୁ ପାଳି ପୋଷି ବଡ କରିଥିବା 80 ବର୍ଷୀୟ ବୃଦ୍ଧା ମା' ଆଜି ଅସହାୟ । ପରିଣତ ବୟସରେ ପୁଅର ସାହାରା ଲୋଡୁଥିବା ବେଳେ ପୁଅ ନିଜ ମା'କୁ ହସ୍ପିଟାଲରେ ଛାଡି ଫେରାର ହୋଇଯାଇଥିବା ବେଳେ ମା'ର ମୃତ୍ୟୁକୁ ଅପେକ୍ଷା କରିଛି । ତେବେ ଏଭଳି ହୃଦୟ ବିଦାରକ ଘଟଣା ଝାଡଖଣ୍ଡର ସାହିବଗଞ୍ଜ ଅଞ୍ଚଳରେ ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ବୃଦ୍ଧାଙ୍କ ଘର ରାଜ୍ୟର ଜିରୱାବଡି ଥାନା ଅନ୍ତର୍ଗତ ଚାନନ ଗ୍ରାମରେ । ବୃଦ୍ଧାଙ୍କର ଝିଅ, ପୁଅ ଓ ନାତି ନାତୁଣୀଙ୍କର ସଂସାର ଥିବା ବେଳେ ପରିଣତ ବୟସରେ ସେ ଅସହାୟ ଅବସ୍ଥାରେ ହସ୍ପିଟାଲରେ ପଡି ରହିଛନ୍ତି । ବୃଦ୍ଧାଙ୍କ ପଡୋଶୀମାନେ ହସ୍ପିଟାଲକୁ ଆସି ତାଙ୍କ ସଂପର୍କରେ ପୁଅକୁ ଖବର ଦେବା ସହିତ ତାଙ୍କୁ ଘରକୁ ଆଣିବାକୁ ପରାମର୍ଶ ଦେଉଛନ୍ତି ।