ଓଡିଶା

odisha

ETV Bharat / bharat

ବାଦଲରେ କିଛି ରାଡାର କାମ କରେନି: ସେନାଧ୍ୟକ୍ଷ - gen rawat

ମୋଦିଙ୍କ 'ବାଦଲ ରାଡାର' ବୟାନରେ ସହମତି ପ୍ରକାଶ କରିଛନ୍ତି ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ । ସମସ୍ତ  ରାଡାର ଏକା ଭଳି ନଥାଏ । କିଛି ରାଡାର  ମେଘ ପଛରେ ଲୁଚିଥିବା ବସ୍ତୁକୁ ଦେଖିବାର କ୍ଷମତା ରଖିନଥାଏ ବୋଲି ସେ କହିଛନ୍ତି ।

ଫାଇଲ ଫଟୋ

By

Published : May 28, 2019, 3:11 PM IST

ନୂଆଦିଲ୍ଲୀ: ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ 'ବାଦଲ ରାଡାର' ବୟାନ । ଏହି ବୟାନ ପାଇଁ ତାଙ୍କୁ ଦିନେ ସମାଲୋଚନାର ଶିକାର ହେବାକୁ ପଡିଥିଲା । ହେଲେ ଆଜି ତାଙ୍କର ଏହି ବୟାନରେ ସହମତି ପ୍ରକାଶ କରିଛନ୍ତି ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ । ସମସ୍ତ ରାଡାର ଏକା ଭଳି ନଥାଏ । କିଛି ରାଡାର ମେଘ ପଛରେ ଲୁଚିଥିବା ବସ୍ତୁକୁ ଦେଖିବାର କ୍ଷମତା ରଖିନଥାଏ ବୋଲି ରାଓ୍ବତ କହିଛନ୍ତି ।

ଏକ ଗଣମାଧ୍ୟମକୁ ସାକ୍ଷାତକାରରେ ସେ ଏଭଳି କହିଛନ୍ତି । ନୂତନ ପ୍ରଣାଳି ଏବଂ ଉନ୍ନତ ଅସ୍ତ୍ରଶସ୍ତ୍ରକୁ ସବୁରାଷ୍ଟ୍ର ବିକଶିତ କରୁଛନ୍ତି । ତାକୁ ଆଖିରେ ରଖି ଆମକୁ ମଧ୍ୟ ନିଜର ଜ୍ଞାନକୌଶଳକୁ ବିକଶିତ କରିବା ଉଚିତ ବେଲି ସେ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ମୋଦି ନିକଟରେ ଏକ ସାକ୍ଷାତକାରରେ ରାଡାର ଏବଂ ମେଘକୁ ନେଇ ବୟାନ ଦେଇଥିଲେ । ଖରାପ ପାଣିପାଗ ଯୋଗୁଁ କିଛି ରକ୍ଷା ବିଶେଷଜ୍ଞ ତାଙ୍କୁ ବାଲକୋଟ ଏୟାର ଷ୍ଟ୍ରାଇକର ତାରିଖ ଘୁଞ୍ଚାଇବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ସେ ସେଦିନ ହିଁ ଏୟାର ଷ୍ଟ୍ରାଇକ କରାଯାଉ ବୋଲି ସେ କହିଥିଲି । ଫଳରେ ପାକିସ୍ତାନର ରାଡାର ଭାରତୀୟ ବିମାନର ଗତିବିଧି ଉପରେ ନଜର ରଖିପାରିବ ନାହିଁ ବୋଲି ମୋଦି କହିଥିଲେ ।

For All Latest Updates

ABOUT THE AUTHOR

...view details