ଓଡିଶା

odisha

By

Published : Mar 4, 2020, 6:54 PM IST

ETV Bharat / bharat

‘କୋରୋନା ଆଲର୍ଟ ଜାରି କରି ଦିଲ୍ଲୀ ହିଂସାରୁ ଧ୍ୟାନ ହଟାଇବାକୁ ଚାହୁଁଛି ଗଣମାଧ୍ୟମ’

କୋରୋନାକୁ ନେଇ ସରକାର ଓ ଗଣମାଧ୍ୟମକୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିଲ୍ଲୀ ହିଂସାରୁ ଧ୍ୟାନ ହଟାଇବା ପାଇଁ କିଛି ଲୋକ ଓ ଗଣମାଧ୍ୟମ ଦେଶରେ କୋରୋନା ଭାଇରସକୁ ନେଇ ଅଯଥା ଭୟର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ମମତା । ଅଧିକ ପଢନ୍ତୁ...

କୋରୋନା ଆଲର୍ଟ; ଦିଲ୍ଲୀ ହିଂସାରୁ ଧ୍ୟାନ ହଟାଇବାକୁ କରାଯାଉଛି ଭୟଭୀତ: ମମତା
କୋରୋନା ଆଲର୍ଟ; ଦିଲ୍ଲୀ ହିଂସାରୁ ଧ୍ୟାନ ହଟାଇବାକୁ କରାଯାଉଛି ଭୟଭୀତ: ମମତା

ହାଇଦ୍ରାବାଦ: ସାରା ବିଶ୍ବରେ ଆତଙ୍କ ଖେଳାଇଛି ମହାମାରୀର ରୂପ ନେଇଥିବା କୋରୋନା ଭାଇରସ । ଏହି ଭାଇରସ ଏବେ ଆସି ଭାରତରେ ପହଞ୍ଚିସାରିଛି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ 28 ଜଣ କୋରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇସାରିଛି । ସରକାରଙ୍କ ଚିନ୍ତା ବି ବଢାଇଛି କୋରୋନା । ସମସ୍ତଙ୍କୁ ଆଲର୍ଟ ରହିବାକୁ ପରାମର୍ଶ ଦିଆଯାଉଛି । ହେଲେ ଏପରି ସ୍ଥିତିରେ କୋରୋନାକୁ ନେଇ ସରକାର ଓ ଗଣମାଧ୍ୟମକୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିଲ୍ଲୀ ହିଂସାରୁ ଧ୍ୟାନ ହାଟାଇବା ପାଇଁ କିଛି ଲୋକ ଓ ଗଣମାଧ୍ୟମ ଦେଶରେ କୋରୋନା ଭାଇରସକୁ ନେଇ ଅଯଥା ଭୟର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ମମତା ।

କୋରୋନା ଭାଇରସର ପ୍ରକୋପକୁ ଦୃଷ୍ଟିରେ ରଖି ଦେଶରେ ବିଭିନ୍ନ ରାଜ୍ୟର ସରକାରଙ୍କ ଠୁ ନେଇ କେନ୍ଦ୍ର ସରକାର ସମସ୍ତେ ସତର୍କ ହୋଇଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ହେଲେ ଏସବୁ ଦିଲ୍ଲୀ ହିଂସାରୁ ଧ୍ୟାନ ହଟାଇବା ପରି ମନେ କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଚୀନରୁ ଉତ୍ପନ୍ନ କୋରୋନା ଭାଇରସ ସାରା ବିଶ୍ବରେ କାୟା ବିସ୍ତାର କରିବାକୁ ଲାଗିଲାଣି । ଭାଇରସ ପ୍ରଭାବରେ ଇରାନରେ ବର୍ତ୍ତମାନ ପର୍ଯ୍ୟନ୍ତ 92 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଅନ୍ୟପକ୍ଷେ ଚୀନରେ ମୃତ୍ୟୁ ସଂଖ୍ୟା 3000 ଟପି ସାରିଛି । ତେବେ ଭାରତରେ ଯେପରୀ ଏହି ଭାଇରସ ଅଧିକ ନବ୍ୟାପୁ, ଏନେଇ ଯଥା ସମ୍ଭବ ସତର୍କ ରହିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି ।

@PTI_News

ABOUT THE AUTHOR

...view details