ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ହୋଇଥିବା ଆକ୍ରମଣକୁ ନେଇ ଏବେ ବି ସସପେନ୍ସ ଲାଗି ରିହଛି । ଏପରି ସ୍ଥିତିରେ ରବିବାର ଜେଏନୟୁରେ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିବା କିଛି ମୁଖାପିନ୍ଧା ଆକ୍ରମଣକାରୀ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ଭିଡିଓ ଆଧାରରେ ବିଶ୍ବବିଦ୍ୟାଳୟର ସମ୍ପତ୍ତିକୁ ନଷ୍ଟ କରିଥିବା କିଛି ମୁଖାପିନ୍ଧା ଆକ୍ରମଣକାରୀଙ୍କୁ ପୋଲିସ ଶୀଘ୍ର ଧରିବ ବୋଲି କୁହାଯାଇଛି ।
ଜେଏନୟୁ ଘଟଣା: ଚିହ୍ନଟ ହେଲେ ମୁଖାପିନ୍ଧା ଆକ୍ରମଣକାରୀ !
ଜେଏନୟୁ ଘଟଣାରେ ଭିଡିଓ ଆଧାରରେ ବିଶ୍ବବିଦ୍ୟାଳୟର ସମ୍ପତ୍ତିକୁ ନଷ୍ଟ କରିଥିବା କିଛି ମୁଖାପିନ୍ଧା ଆକ୍ରମଣକାରୀ ଚିହ୍ନଟ ହୋଇଥିବା ସୂଚନା । ଆକ୍ରମଣକାରୀଙ୍କୁ ପୋଲିସ ଶୀଘ୍ର ଧରିବ ବୋଲି କୁହାଯାଇଛି । ଅଧିକ ପଢନ୍ତୁ...
ଅନ୍ୟପକ୍ଷେ ରବିବାର ହୋଇଥିବା ଏହି ଆକ୍ରମଣ ଘଟଣାରେ ଜେଏନୟୁ ପକ୍ଷରୁ 11ଟି ଅଭିଯୋଗ ପୋଲିସ ଗ୍ରହଣ କରିଥିବା ବେଳେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ 3ଟି, ଜେଏନୟୁ ଛାତ୍ରସଂସଦ ପକ୍ଷରୁ 7ଟି ଓ ଜଣେ ପ୍ରଫେସରଙ୍କଠାରୁ ଗୋଟିଏ ଅଭିଯୋଗ ଗ୍ରହଣ କରାଯାଇଛି । ଏହି ସମସ୍ତ ଅଭିଯୋଗକୁ ସ୍ଥାନୀୟ ପୋଲିସ ଦିଲ୍ଲୀ କ୍ରାଇମବ୍ରାଞ୍ଚ୍କୁ ହସ୍ତାନ୍ତର କରିଦେଇଛି ।
ଜେଏନୟୁ ଘଟଣାକୁ ନେଇ ଉଭୟ ସରକାର ଓ ବିରୋଧୀ ପରସ୍ପର ଉପରେ ଦୋଷ ଲଦିବାରେ ଲାଗିଛନ୍ତି । ରବିବାର କିଛି ଅସାମାଜିକ ବ୍ୟକ୍ତି ମୁଖାପିନ୍ଧି ବିଶ୍ବବିଦ୍ୟାଳୟ ପରିସରକୁ ପଶିବା ସହ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ଲାଠିରେ ମାଡ ମାରିଥିଲେ । ସରକାର ଘଟଣାକୁ ନେଇ ବାମଦଳକୁ ଟାର୍ଗେଟ କରୁଥିବା ବେଳେ ବିରୋଧୀ ଓ ବାମଦଳ ଏହି ଘଟଣା ପାଇଁ ବିଜେପି ଓ ଏବିଭିପିକୁ ଦାୟୀ କରିଛି ।