ଓଡିଶା

odisha

ETV Bharat / bharat

ସିନ୍ଦୂର କହେ କାହାଣୀ

ଭାରତୀୟ ସଂସ୍କୃତିର ଆମ୍ବାସଡର ସୁଷମା ସ୍ବରାଜ । କପାଳରେ ନାଲି ଟିକିଲି । ମଥାରେ ତାଙ୍କ ନାଲି ଟହଟହ ସିନ୍ଦୁର ।

By

Published : Aug 7, 2019, 10:20 PM IST

ଫାଇଲ ଫଟୋ

ହ୍ରାଇଦ୍ରାବାଦ: ପ୍ରେମ ଦିବସରେ ଜନ୍ମ । ପ୍ରେମ ବିବାହ । ପ୍ରେମର ରଙ୍ଗରେ ପ୍ରସ୍ଫୁଟିତ । ଭାରତୀୟ ସଂସ୍କୃତିରେ ଉଜ୍ଜୀବିତ । କପାଳରେ ନାଲି ଟିକିଲି । ମଥାରେ ତାଙ୍କ ପେଚାଏ ସିନ୍ଦୁର । ଦେଶରେ ଥାଆନ୍ତୁ ବା ବିଦେଶରେ, ତାଙ୍କ ପରିଧାନ କହେ ଭାରତୀୟ ସଂସ୍କୃତି କଥା । ଗାଏ ମହାନ ପରମ୍ପରାର ଗାଥା । ବୋଧେ ଏଥିପାଇଁ ତାଙ୍କୁ କେହିକେହି କହୁଛନ୍ତି, ସେ ଥିଲେ ଆମ ସଂସ୍କୃତିର ଆମ୍ବାସଡର ।

ଫାଇଲ ଫଟୋ

ସେ ଯେତେବେଳେ ଜାତିସଂଘରେ ଭାରତକୁ ପ୍ରତିନିଧିତ୍ବ କରୁଥିଲେ, ବୋଧେ ସଭିଙ୍କ ନଜର ତାଙ୍କ ଉପରେ ହିଁ ଥିଲା । ବିଶ୍ବ ଦେଖୁଥିଲା ଜଣେ ଭାରତୀୟ ମହିଳାଙ୍କ ବାଗ୍ମୀତା । ସମସ୍ତେ ଅପଲକ ନୟନରେ ଦେଖୁଥିଲେ, କାନଡେରି ଶୁଣୁଥିଲେ । ଚମତ୍କାର ଭାଷଣ । ଶାଣିତ ସ୍ବର । ତଥ୍ୟ ସମ୍ବଳିତ ଉପସ୍ଥାପନା । କେବଳ ସୀମାରେ ନୁହେଁ, ଜାତିସଙ୍ଘରେ ବି ପାକିସ୍ତାନକୁ ମୁହଁତୋଡ ଜବାବ ଦେଉଥିଲା ଭାରତ । କହୁଥିଲା ଭାରତ, ଶୁଣୁଥିଲା ଜାତିସଙ୍ଘ । କେହି କେହି ସ୍ବାମୀ ବିବେକାନନ୍ଦଙ୍କୁ ବି ମନେ ପକାଉଥିଲେ ।

ଫାଇଲ ଫଟୋ

ସଂସ୍କୃତି ପରମ୍ପରା ନାଁରେ ଥିବା ଅନ୍ଧବିଶ୍ବାସର ଡୋରିରେ ବନ୍ଧା ନଥିଲେ ସେ । ପ୍ରେମକୁ ପାଇବା ପାଇଁ ଜାରି ରଖିଥିଲେ ଲଢେଇ । ସଫଳ ବି ହୋଇଥିଲେ । ପ୍ରେମ ବିବାହ କରିଥିଲେ । ଚଢିଥିଲେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ । ବିଧାୟକ, ସାଂସଦ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ । ହେଲେ କେବେ ବି ଅସମ୍ମାନ କରିନଥିଲେ ଭାରତର ସେମିତି କିଛି ଖାସ ଜିନିଷକୁ, ଯାହା ଭାରତୀୟ ସଂସ୍କୃତିକୁ ଆହୁରି ବଳିଷ୍ଠ କରି ରଖିଛି । ତାଙ୍କ ସିନ୍ଦୁର କହୁଥିଲା ଭାରତୀୟ ସଂସ୍କୃତିର କାହାଣୀ । ସିନ୍ଦୁର ମଖା ହସହସ ମୁହଁ ଥିଲା ସୁଷମା ସ୍ବରାଜଙ୍କ ଲୁକ୍ । ଆଜି ସେ ନାହାଁନ୍ତି ସତ । ହେଲେ ମହିଳାଙ୍କ ସୁହାଗର ପ୍ରତୀକ କୁହାଯାଉଥିବା ସେ ସିନ୍ଦୁର କହୁଛି ଭାରତୀୟ ସଂସ୍କୃତି ଓ ପରାମ୍ପରା ପ୍ରତି ଥିବା ତାଙ୍କ ନିଷ୍ଠା ଓ ନିର୍ମଳାତାର କାହାଣୀ ।

ଫାଇଲ ଫଟୋ

ABOUT THE AUTHOR

...view details