ପରିଣତ ବଯସରେ ରୋଗର ଦାଉ ଅନେକ କଷ୍ଟ ଦେଇଥାଏ। କାରଣ ବୟସ ବୃଦ୍ଧି ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବାରେ ଲାଗିଥାଏ। ହେଲେ ଏମିତି କିଛି ରୋଗ ଅଛି ଯାହାକି ଅଧିକାଂଶ ପୁରୁଷ ଓ ମହିଳାଙ୍କ ଶରୀରରେ 50 ବର୍ଷ ପରେ ଦେଖାଦେଇଥାଏ। ତେବେ ଆସନ୍ତୁ ଜାଣିବା ସେହି ସବୁ ରୋଗ ବିଷୟରେ ...
ହୃଦରୋଗ
ସେଣ୍ଟର ଅଫ୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରିଭେନସନର କହିବା ଅନୁସାରେ, ଅଧିକାଂଶ ଆମେରିକୀୟଙ୍କ ଶରୀରରେ ଖୁବ୍ କମ ବୟସରେ ଏହି ରୋଗ ଦେଖାଯାଇଥାଏ। ଏହାସହ ବୟସ ବଢିବା ସହ 50 ବର୍ଷ ପରେ ରୋଗର ପାର୍ଦୁଭାବ ବଢିଥାଏ। କେବଳ ଆମେରିକାରେ ନୁହେଁ ଭାରତର ମଧ୍ୟ ଅନେକ ଲୋକ ଏହି ରୋଗର ଶିକାର ହୁଅନ୍ତି।
ବୋର୍ଡର କହିବା ଅନୁସାରେ ପ୍ରତିବର୍ଷ 4 ଜଣ ରୋଗୀଙ୍କ ମଧ୍ୟରୁ ଜଣେ ରୋଗୀ ଏହି ରୋଗରେ ପ୍ରାଣ ହରାଇଥାନ୍ତି। ଯାହାଫଳରେ ପାଖାପାଖି 6 ଲକ୍ଷ 30 ହଜାର ରୋଗୀ ପ୍ରତିବର୍ଷ ଏହି ରୋଗରେ ପ୍ରାଣ ହରାଉଛନ୍ତି। ଏହାସହ ଆମେରିକାର ଜଣେ ବ୍ୟକ୍ତିକୁ ପ୍ରତି 40 ସେକେଣ୍ଡରେ ଥରେ ହାର୍ଟ ଆଟାର୍କ ଆସିଥାଏ।