ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ରାଜ୍ୟପାଳଙ୍କ ପକ୍ଷ ରଖିଛନ୍ତି ସଲିସିଟର ଜେନେରାଲ(SG) ତୁଷାର ମେହେଟ୍ଟା । ରାଜ୍ୟପାଳଙ୍କ ଚିଠିକୁ କୋର୍ଟରେ ଉପସ୍ଥାପନ କରିଛନ୍ତି ସେ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଫଡନାଭିସ 170 ବିଧାୟକଙ୍କ ସମର୍ଥନ ପତ୍ର ଦାଖଲ କରିଥିଲେ । ପରେ ସରକାର ଗଠନ ପାଇଁ ତାଙ୍କୁ ଆମନ୍ତ୍ରଣ କରାଯାଇଥିବା ଚିଠି ମାଧ୍ୟମରେ ଜଣାଇଛନ୍ତି ରାଜ୍ୟପାଳ ଭଗତ ସିଂହ କୋଶୟାରୀ ।
ରାଜ୍ୟପାଳଙ୍କ ଚିଠି ଉପସ୍ଥାପନ କଲେ SG - ରାଜ୍ୟପାଳ ଭଗତସିଂ କୋଶୟାରୀ
ମହାରାଷ୍ଟ୍ରରେ ହୋଇନାହିଁ ଘୋଡ଼ା ବେପାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଫଡନାଭିସ 170 ବିଧାୟକଙ୍କ ସମର୍ଥନ ପତ୍ର ଦେଇଥିବା ସୁପ୍ରିମକୋର୍ଟଙ୍କୁ ଚିଠି ମାଧ୍ୟମରେ କହିଛନ୍ତି ରାଜ୍ୟପାଳ ଭଗତ ସିଂହ କୋଶୟାରୀ ।

ଫାଇଲ ଫଟୋ
ଫଡନାଭିସ ରଖିଥିବା ଚିଠିରେ ଏନସିପିର 54ଜଣ ବିଧାୟକଙ୍କ ସମେତ ବିଜେପିର 105 ଓ 11 ଜଣ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ରହିଥିଲା। ସେହିପରି ରାଜ୍ୟରେ କୌଣସି ଘୋଡ଼ା ବ୍ୟାପାର ହେବାର ପରିସ୍ଥିତି ନାହିଁ ବୋଲି ପକ୍ଷ ରଖିଛନ୍ତି ସଲିସିଟର ଜେନେରାଲ ।