ଆଜି ସୂର୍ଯ୍ୟ ପରାଗ; ଜାଣନ୍ତୁ କେଉଁ ରାଶି ଉପରେ କେମିତି ରହିଛି ପ୍ରଭାବ - କେଉଁ ରାଶି ଉପରେ କଣ ରହିଛି ଏହାର ପ୍ରଭାବ
ଆଜି ସୂର୍ଯ୍ୟ ପରାଗ । ଜାଣନ୍ତୁ କେଉଁ ରାଶି ଉପରେ କଣ ରହିଛି ଏହାର ପ୍ରଭାବ । ଅଧିକ ପଢନ୍ତୁ...
ମେଷ
ସୂର୍ଯ୍ୟ ପରାଗ କାରଣରୁ ଆର୍ଥିକ କ୍ଷତିର ସମ୍ଭାବନା ରହିଛି । ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଆପଣଙ୍କୁ ବ୍ୟଥିତ କରିବ । ଠିକ୍ ସେହି ସମୟରେ, ଆପଣ ମନ ଆଧ୍ୟାତ୍ମିକ ଚିନ୍ତାଧାରାରେ ବୁଡ଼ି ରହିବ ।
ପ୍ରତିକାର –ସୂର୍ଯ୍ୟ ପରାଗ ସମୟରେ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
ବୃଷ
ସୂର୍ଯ୍ୟ ପରାଗ ଆସିବା ସମୟରେ ଆପଣଙ୍କୁ ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଜରୁରୀ । କାରଣ ଆପଣଙ୍କର ଅସୁସ୍ଥ ହେବାର ପ୍ରବଳ ସମ୍ଭାବନା ରହିଛି । ଆପଣ କିଛି ଶାରୀରିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି କିମ୍ବା ଆଘାତ ପାଇପାରନ୍ତି । ଆପଣଙ୍କ ଜୀବନସାଥୀ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କ ପାରିବାରିକ ଜୀବନ ଅଧିକ ଚାପଗ୍ରସ୍ତ ରହିପାରେ ।
ପ୍ରତିକାର – ସୂର୍ଯ୍ୟ ଗ୍ରହଣ ସମୟରେ ବିଷ୍ଣୁ ଶହସ୍ରନାମ ପାଠ କରନ୍ତୁ ।
ମିଥୁନ
ସୂର୍ଯ୍ୟ ପରାଗ କାରଣରୁ ଆପଣ ଶାରୀରିକ ସ୍ତରରେ କଷ୍ଟ ପାଇପାରନ୍ତି । ଆପଣଙ୍କର ପ୍ରତିଦ୍ବନ୍ଦୀ (ଶତ୍ରୁ) ଆପଣଙ୍କୁ ହଇରାଣ କରିବାକୁ ଚେଷ୍ଟା କରିପାରନ୍ତି କିନ୍ତୁ ସେମାନେ ସଫଳ ହେବେ ନାହିଁ । ଆପଣ ଚାକିରି କ୍ଷେତ୍ରରେ ସଫଳତା ପାଇବେ ।
ପ୍ରତିକାର – ସୂତିକା ଚରଣ ଠାରୁ ସୂର୍ଯ୍ୟ ପରାଗ ଶେଷ ହେବା ପର୍ଯ୍ୟନ୍ତ, ଭଗବାନ ଶିବଙ୍କ ପଞ୍ଚାକ୍ଷରୀ ମନ୍ତ୍ର ପାଠ କରନ୍ତୁ ।
କର୍କଟ
ସୂର୍ଯ୍ୟ ପରାଗ କାରଣରୁ, ଆପଣଙ୍କର ଖର୍ଚ୍ଚ ବୃଦ୍ଧି ପାଇବ ଏବଂ ଆପଣଙ୍କ ଆୟ କମ୍ ହୋଇପାରେ । ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟଗୁଡ଼ିକରେ ବିଳମ୍ବତା କାରଣରୁ ଆପଣଙ୍କ ମନ ବିଚଳିତ ରହିବ । ଆପଣ ନିଜ ପିଲାମାନଙ୍କ ବିଷୟରେ ଚିନ୍ତା କରିବେ । ଆପଣଙ୍କ ପ୍ରେମ ଜୀବନରେ କଠିନ ପରିସ୍ଥିତି ଆସିପାରେ ।
ପ୍ରତିକାର - ଆପଣ ସୂର୍ଯ୍ୟ ପରାଗ ସମୟରେ ଭଗବାନ ଶିବ ଏବଂ ଭଗବାନ ବିଷ୍ଣୁଙ୍କ ମନ୍ତ୍ର ଜପ କରନ୍ତୁ । ଏହା ଆପଣଙ୍କ ପାଇଁ ସାହାଯ୍ୟକାରୀ ହେବ ।
ସିଂହ
ସୂର୍ଯ୍ୟ ପରାଗ ଆପଣଙ୍କ ରାଶି ଉପରେ ସେତେ ଅଧିକ ପ୍ରଭାବ ପକାଇବ ନାହିଁ । ଆପଣ ନିଜ କାମରେ ସଫଳତା ପାଇବେ । ଦୀର୍ଘ ସମୟ ଧରି ବାକିଥିବା ପୁରୁଣା କାମଗୁଡ଼ିକ ସଂପୂର୍ଣ୍ଣ ହେବ, ଯାହା ଆପଣଙ୍କୁ ସନ୍ତୁଷ୍ଟି ପ୍ରଦାନ କରିବ । ଆପଣ ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ । ଆପଣଙ୍କର ଆତ୍ମବିଶ୍ବାସ ବଢ଼ିପାରେ । ଆପଣଙ୍କ ପରିବାରରେ ଅଧିକ ସୁଖ ଦେଖିବାକୁ ମିଳିବ । ଆପଣ ଭୂ-ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟରେ ଲାଭ ପାଇବେ ।
ପ୍ରତିକାର –ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ ।
କନ୍ୟା
ସୂର୍ଯ୍ୟ ପରାଗ କାରଣରୁ ଆପଣ ସମସ୍ୟାରୁ ମୁକ୍ତି ପାଇବେ । ଆର୍ଥିକ ଦୃଷ୍ଟିରୁ ଏହା ଏକ ଲାଭଦାୟକ ସମୟ ସାବ୍ୟସ୍ତ୍ୟ ହେବ । ଯଦି ଆପଣ ଚେଷ୍ଟା କରିବେ, ଆପଣ ନିଜ କାମରେ ସଫଳତା ପାଇବେ ଏବଂ ଅଟକି ରହିଥିବା କାମଗୁଡ଼ିକ ପୁଣିଥରେ ସୁଧୁରିଯିବ । ସକରାତ୍ମକ ପରିବର୍ତ୍ତନ ଆସିବ ଏବଂ ଗ୍ରହଗୁଡ଼ିକ ବୃତ୍ତିଗତ ସଫଳତାର ସମ୍ଭାବନାକୁ ଦର୍ଶାଇବେ ।
ପ୍ରତିକାର – ବିଷ୍ଣୁ ମନ୍ତ୍ର ଜପ କରନ୍ତୁ ।
ତୁଳା
ଆର୍ଥିକ ଅନଟନ ବୃଦ୍ଧି ପାଇବ । ଖର୍ଚ୍ଚ ବଢ଼ିପାରେ ଏବଂ ଆପଣ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ଆପଣ ନିବେଶରୁ ଦୂରେଇ ରହିବା ଉଚିତ କାରଣ ଏଥିରେ ଆପଣଙ୍କର କ୍ଷତି ହୋଇପାରେ। ଯଦି ଆପଣ କଥାବାର୍ତ୍ତା ସମୟରେ ଉପଯୁକ୍ତ ଭାଷା ବ୍ୟବହାର ନ କରିବେ, ତେବେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
ପ୍ରତିକାର - ସୂର୍ଯ୍ୟ ପରାଗ ସମୟରେ ଭଗବାନ ବିଷ୍ଣୁଙ୍କ ମନ୍ତ୍ର ସହିତ ଦେବୀ ଲକ୍ଷ୍ମୀଙ୍କ ମନ୍ତ୍ର ପାଠ କରନ୍ତୁ।
ବିଛା
ସୂର୍ଯ୍ୟ ପରାଗ କାରଣରୁ, ଆପଣ ଶାରୀରିକ ସମସ୍ୟାରେ ପଡ଼ିପାରନ୍ତି । ଏପରିକି ଆପଣ ମାନସିକ ସ୍ତରରେ ମଧ୍ୟ ଅସୁସ୍ଥ ଅନୁଭବ କରିବେ । ଅନାବଶ୍ୟକ ଚିନ୍ତାଠାରୁ ଦୂରରେ ରୁହନ୍ତୁ । ଆପଣଙ୍କର ଆତ୍ମବିଶ୍ବାସ ହ୍ରାସ ପାଇପାରେ । ଏକ ସକରାତ୍ମକ ଜୀବନ ବଞ୍ଚିବାକୁ ଚେଷ୍ଟା କରନ୍ତୁ ।
ପ୍ରତିକାର – ସୂର୍ଯ୍ୟ ପରାଗ ସମୟରେ ହନୁମାନ ଚାଳିଶା ପାଠ କରନ୍ତୁ ।
ଧନୁ
ସୂର୍ଯ୍ୟ ପରାଗ କାରଣରୁ ଆପଣଙ୍କୁ କିଛି ମାତ୍ରାରେ ସତର୍କ ରହିବାକୁ ପଡିବ । ଆର୍ଥିକ କ୍ଷତିର ବହୁତ ସମ୍ଭାବନା ରହିଛି । ଏହି ସମୟରେ ଆର୍ଥିକ ନିବେଶ କରିବା ଆପଣଙ୍କର କ୍ଷତିକର ସାବ୍ୟସ୍ତ ହୋଇପାରେ । ଶାରୀରିକ ଏବଂ ମାନସିକ ଚାପ ଦ୍ବାରା ଆପଣ ଅସୁବିଧାରେ ପଡ଼ିବେ । ଯେହେତୁ ଆପଣ ଦୁର୍ବଳ, ଏଥିପାଇଁ ଆପଣ ଅସୁସ୍ଥ ମଧ୍ୟ ହୋଇପାରନ୍ତି । ଅନାବଶ୍ୟକ ଆଉଟିଂ ଆପଣଙ୍କ ଅସୁବିଧାକୁ ବୃଦ୍ଧି କରିବ ।
ପ୍ରତିକାର – ସୂର୍ଯ୍ୟ ପରାଗ ଚାଲିଥିବା ସମୟରେ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ ।
ମକର
ସୂର୍ଯ୍ୟ ପରାଗ ପ୍ରଭାବ କାରଣରୁ, ଆପଣ ଆର୍ଥିକ କ୍ଷେତ୍ରରେ ଲାଭବାନ ହୋଇପାରନ୍ତି। ଆପଣ ପାଖକୁ ବହୁତ ବଡ଼ ସୁଯୋଗ ଆସିପାରେ, ଯଦ୍ବାରା ଆପଣ ବଡ଼ ଆର୍ଥିକ ଲାଭ ପ୍ରାପ୍ତ କରିବେ । ଆପଣ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି କିନ୍ତୁ ଆପଣଙ୍କର କାମଗୁଡ଼ିକର ଠିକ୍ ସମୟରେ ସମ୍ପନ୍ନ ହେବା ଆପଣଙ୍କୁ ଏକ ଭଲ ସ୍ଥିତିରେ ରଖିବ ।
ପ୍ରତିକାର – ସୂର୍ଯ୍ୟ ପରାଗ ସମୟରେ ଗାୟତ୍ରୀ ଚାଳିଷା ପାଠ କରିବା ଜାରି ରଖନ୍ତୁ ।
କୁମ୍ଭ
ସୂର୍ଯ୍ୟ ପରାଗ ଆପଣଙ୍କ ପାଇଁ ସେତେ ସମସ୍ୟା ସୃଷ୍ଟି କରିବ ନାହିଁ । ଆପଣଙ୍କର କାମ ପୂରଣ କରିବାରେ ଆପଣ କରିଥିବା ଚେଷ୍ଟାରେ ଆପଣ ସଫଳ ହେବେ । କାର୍ଯ୍ୟ କ୍ଷେତ୍ରରେ, ଆପଣ ପଦୋନ୍ନତି ପାଇପାରନ୍ତି ଏବଂ ଆପଣ ଭଲ ଫଳାଫଳ ପାଇପାରନ୍ତି । ରୋଗରୁ ସାବଧାନ ରୁହନ୍ତୁ । ପିତାଙ୍କ ସହିତ ଆପଣଙ୍କର ସମ୍ପର୍କ ପ୍ରଭାବିତ ହୋଇପାରେ ।
ପ୍ରତିକାର - ସୂର୍ଯ୍ୟ ପରାଗ ଚାଲିଥିବା ସମୟରେ ରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ ।
ମୀନ
ସୂର୍ଯ୍ୟ ପରାଗ କାରଣରୁ ଆପଣଙ୍କର ମାନସିକ ଚିନ୍ତା ବଢ଼ିପାରେ । ଆପଣ ନିଜ ପିଲାମାନଙ୍କୁ ନେଇ ଚିନ୍ତିତ ହୋଇପାରନ୍ତି । ଯଦି ଆପଣ କୌଣସି ତୀର୍ଥସ୍ଥଳକୁ ଯାଇ ସେଠାରେ ସ୍ନାନ କରନ୍ତି, ତେବେ ଆପଣ ଲାଭ ପାଇବେ । ବିନା ଯୋଜନାରେ ଅନାବଶ୍ୟକ ଭାବରେ କୌଣସି ସ୍ଥାନକୁ ଯାତ୍ରା କରିବାକୁ ଯାଆନ୍ତୁ ନାହିଁ, ନଚେତ୍ ଆପଣ କ୍ଷତିଗ୍ରସ୍ତ ହେବେ । ଆର୍ଥିକ ଦୃଷ୍ଟିରୁ, ଆପଣ ହାରାହାରି ଲାଭ ପାଇବେ । ଆପଣଙ୍କର ସମ୍ମାନ ଏବଂ ପ୍ରତିଷ୍ଠା ହ୍ରାସ ପାଇପାରେ ।
ପ୍ରତିକାର - ସୂର୍ଯ୍ୟ ପରାଗ ସମୟରେ ଶିବ ପଞ୍ଚାକ୍ଷରୀ ମନ୍ତ୍ର ପାଠ କରନ୍ତୁ ।