ନୂଆଦିଲ୍ଲୀ: ହିନ୍ଦୁ ପରମ୍ପରା ଅନୁସାରେ ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣରେ ମୁଖ୍ୟତଃ ୪ଟି ବସ୍ତୁ ବ୍ୟବହାର କରାଯାଇଥାଏ । ଗୋଟିଏ ହେଲା ଗଙ୍ଗା କୂଳର ମାଟି, ଗୋବର, ଗୋ-ମୂତ୍ର ଏବଂ ବେଶ୍ୟାଳୟର ମାଟି । ଏହିସବୁ ଜିନିଷ ବିନା ମୂର୍ତ୍ତି ଅସମ୍ପୂର୍ଣ୍ଣ । ହେଲେ ଏହି ବେଶ୍ୟାଳୟର ମାଟି କାହିଁକି ବ୍ୟବହାର କରାଯାଏ ତାହା ହୁଏତ ଅନେକଙ୍କୁ ଜଣା ନ ଥିବ । ପରମ୍ପରା କୁହେ ଜଣେ ବେଶ୍ୟା ମା' ଦୁର୍ଗାଙ୍କର ପରମ ଭକ୍ତ ଥିଲେ। ତାଙ୍କୁ ତିରସ୍କାରରୁ ମୁକ୍ତ କରିବାକୁ ମା' ନିଜେ ଆଦେଶ ଦେଇଥିଲେ କି ଯେତେବେଳେ ତାଙ୍କର ପ୍ରତିମା ପୂଜା କରାଯିବ ସେତେବେଳେ ବେଶ୍ୟାଳୟ ମାଟି ବିନା ପୂଜା ହେବ ନାହିଁ ।
ହେଲେ କଣ ଏବେ ବି ଏହି ବସ୍ତୁ ବିନା ଦେବୀଙ୍କ ମୂର୍ତ୍ତୀ ଗଢାଯାଉଛି ? ଏହି ତଥ୍ୟର ସନ୍ଧାନ କରିବା ପାଇଁ ଇଟିଭି ଭାରତ କୋଲକାତାର କୁମହାର୍ଟୋଲୀ ଅଞ୍ଚଳକୁ ପହଞ୍ଚିଥିଲେ । ଏନେଇ ଆମର ସମ୍ବାଦଦାତା କଳାକାରଙ୍କୁ କିଛି ପ୍ରଶ୍ନ ପଚାରିଥିଲେ ଏବଂ ସେ କହିଥିଲେ ଯେ କୁମହାର୍ଟୋଲିରେ ସମୟ ବହୁତ ବଦଳି ଯାଇଛି । ସେମାନେ ଆଉ ମାଟି ସଂଗ୍ରହ କରିବାକୁ ବେଶ୍ୟା ବାଡିକୁ ଯାଆନ୍ତି ନାହିଁ ।