ଓଡିଶା

odisha

ETV Bharat / bharat

ରାଜସ୍ଥାନ ଘୋଡାବେପାରର ଅଡିଓ ଟେପ୍‌ ମାମଲା: ବିଜେପି ନେତାଙ୍କୁ ଏସଓଜିର ନୋଟିସ

ରାଜସ୍ଥାନରେ ଦେଖାଦେଇଥିବା କ୍ଷମତା ଯୁଦ୍ଧରେ କଂଗ୍ରେସ ସାମ୍ନାକୁ ଆଣିଥିବା ଘୋଡାବେପାର ମାମଲାର ଅଡିଓ ଟେପ୍‌ ଉପରେ ତଦନ୍ତ ଜାରି ରହିଛି । ମାମଲାରେ ଜଣେ ବିଜେପି ନେତାଙ୍କୁ ଏସଓଜି ନୋଟିସ ପଠାଇଥିବା ଜଣାପଡିଛି ।

ରାଜସ୍ଥାନ ଘୋଡାବେପାରର ଅଡିଓ ଟେପ୍‌ ମାମଲା: ବିଜେପି ନେତାଙ୍କୁ ଏସଓଜିର ନୋଟିସ
ରାଜସ୍ଥାନ ଘୋଡାବେପାରର ଅଡିଓ ଟେପ୍‌ ମାମଲା: ବିଜେପି ନେତାଙ୍କୁ ଏସଓଜିର ନୋଟିସ

By

Published : Jul 20, 2020, 9:48 AM IST

ଜୟପୁର: ରାଜସ୍ଥାନରେ ଦେଖାଦେଇଥିବା କ୍ଷମତା ଯୁଦ୍ଧରେ କଂଗ୍ରେସ ସାମ୍ନାକୁ ଆଣିଥିବା ଘୋଡାବେପାର ମାମଲାର ଅଡିଓ ଟେପ୍‌ ଉପରେ ତଦନ୍ତ ଜାରି ରହିଛି । ଏହାର ତଦନ୍ତ ଏସଓଜି କରୁଥିବାବେଳେ ଘଟଣାକୁ ନେଇ ବିଭିନ୍ନ ନେତାଙ୍କୁ ପଚରାଉଚରା ଜାରି ରଖିଛି । ମାମଲାରେ ଜଣେ ବିଜେପି ନେତାଙ୍କୁ ଏସଓଜି ନୋଟିସ ପଠାଇଥିବା ଜଣାପଡିଛି । କୁସଲଗଡର ଜଣେ ବିଜେପି ନେତାଙ୍କୁ ନୋଟିସ କରାଯାଇଛି । ସେପଟେ ହରିୟାଣାର ମାନେସରରେ ଏସଓଜିର ଟିମ୍‌ ପହଞ୍ଚି ବିଧାୟକ ଭୱରଲାଲ ଶର୍ମାଙ୍କୁ ଖୋଜିବାରେ ଲାଗିଛି ।

ଏହା ସହିତ ବିଧାୟକଙ୍କ ଜୟପୁର ବାସଭବନରେ ଏସଓଜି ପକ୍ଷରୁ ନୋଟିସ ମଧ୍ୟ ଲଗାଯାଇଛି । ଘୋଡାବେପାର ମାମଲାରେ ଭାଇରାଲ ହେଉଥିବା ଅଡିଓରେ ବିଧାୟକ ଭୱରଲାଲ ଶର୍ମାଙ୍କ ଭଏସ ଜଣାପଡୁଥିବାରୁ ଏସଓଜି ତାଙ୍କୁ ପଚରାଉଚରା ପାଇଁ ଖୋଜୁଥିବା ସୂଚନା ମିଳିଛି । ଅଡିଓ ଟେପ୍‌ ମାମଲାରେ ପୂର୍ବରୁ ସଞ୍ଜୟ ଜୈନ ନାମକ ଜଣେ ବ୍ୟକ୍ତିଙ୍କୁ ଏସଓଜି ଗିରଫ କରି ପଚରାଉଚରା ଜାରି ରଖିଛି । ଏପରିକି ତାକୁ କୋର୍ଟରେ ହାଜର କରିବା ସହ 4 ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରୁଛି ।

ରାଜସ୍ଥାନରେ କଂଗ୍ରେସ ସରକାର ଭାଙ୍ଗିବା ପାଇଁ ବିଜେପି ପକ୍ଷରୁ ଘୋଡାବେପାର କରାଯାଇଥିବା କଂଗ୍ରେସ ଅଭିଯୋଗ କରିଥିଲା । ଯାହାର ଅଡିଓ ଟେପ୍‌ ଦେଖାଇ ମାମଲାରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ନାମରେ ମାମଲା ରୁଜୁ ପାଇଁ ଦଳ ଦାବି କରିଥିଲା ।

ସୂଚନାଥାଉକି, ରାଜସ୍ଥାନରେ ଗେହଲଟ ବନାମ ପାଇଲଟ କ୍ଷମତା ଯୁଦ୍ଧ ଲାଗିରହିଛି । ତେବେ ଏହାକୁ ବିଜେପି କରାଉଥିବା କଂଗ୍ରେସ ଅଭିଯୋଗ କରୁଥିବାବେଳେ ବିଜେପି ଏହାକୁ କଂଗ୍ରେସର କନ୍ଦଳ ବୋଲି କହୁଛି । ସେପଟେ ରାଜସ୍ଥାନରେ ଗେହଲଟ ବନାମ ପାଇଲଟ କ୍ଷମତା ଯୁଦ୍ଧରେ ଏବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପଲା ଭାରି ରହିଛି । ତାଙ୍କ ସପକ୍ଷରେ ସରକାରର 102 ବିଧାୟକଙ୍କ ସମର୍ଥନ ଥିବାବେଳେ ସଚିନଙ୍କ ସମର୍ଥନରେ କଂଗ୍ରେସର 19 ଓ 3 ସ୍ବାଧୀନ ବିଧାୟକ ରହିଛନ୍ତି ।

ରାଜ୍ୟରେ 200ଟି ବିଧାନସଭା ଆସନ ଥିବାବେଳେ କଂଗ୍ରେସ ସମର୍ଥିତ ସରକାର ପାଖରେ 124 ବିଧାୟକ ଅଛନ୍ତି । ଯେଉଁଥିରେ କଂଗ୍ରେସର 107, ବିଡିପିର 2, ସିପିଆଇ(ଏମ)ର 2, ଆରଏଲଡିର 1 ଓ 12 ଜଣ ସ୍ବାଧୀନ ବିଧାୟକ ରହିଛନ୍ତି । ସେହିପରି ବିଜେପି ସମର୍ଥନରେ ସମୁଦାୟ 76 ବିଧାୟକ ଅଛନ୍ତି। ଯେଉଁଥିରେ ବିଜେପିର 72, ଆରଏଲପିର 3 ଓ ଜଣେ ସ୍ବାଧୀନ ବିଧାୟକ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details