ବେଙ୍ଗାଲୁରୁ:କୋରୋନା ମହାମାରୀ ସମୟରେ ଘରେ ରହିବା ଫଳରେ ଲୋକମାନେ ନିଜ ବ୍ୟସ୍ତବହୁଳ ଜୀବନରୁ ବାହାରି କିଛି ନୂଆ କରିବାକୁ ଚେଷ୍ଟା କରୁଛନ୍ତି । ଏହି ଚେଷ୍ଟା ସେମାନଙ୍କର ଅନ୍ତରର ବିଭିନ୍ନ ପ୍ରତିଭା ବାହାରକୁ ଫୁଟି ବାହାରିଛି । କର୍ଣ୍ଣାଟକର ଜଣେ ଇଞ୍ଜିନିୟର ଦମ୍ପତି ଅଭିନବ ଉପାୟରେ କୋକୋରୁ ହୋମମେଡ୍ ଚକୋଲେଟ୍ ତିଆରି କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।
କୋକୋରୁ ହୋମମେଡ୍ ଚକୋଲେଟ ତିଆରି କଲେ ଇଞ୍ଜିନିୟର ଦମ୍ପତି କୋରୋନା ମହାମାରୀ ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିଛି । ବର୍ତ୍ତମାନ ଲୋକମାନେ ଅନ୍ୟମାନଙ୍କ ଉପରେ ନିର୍ଭର କରିବା ପରିବର୍ତ୍ତେ ନିଜ ଇଚ୍ଛା ମୁତାବକ ଜିନିଷ ପଦାର୍ଥ ନିଜ ଘରେ ପ୍ରସ୍ତୁତ କରିଛନ୍ତି । ସେମାନଙ୍କୁ ଉତ୍ସାହିତ କରୁଛି ଦେଶର ପ୍ରଧାନମନ୍ତ୍ରୀଙ୍କ 'ଆତ୍ମନିର୍ଭର ଭାରତ' ଉକ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଉକ୍ତିରୁ ଅନୁପ୍ରାଣିତ ହୋଇ ବେଙ୍ଗାଲୁରୁ ଦମ୍ପତି ଦେଶ ତଥା ବିଦେଶରେ ଚକୋଲେଟ୍ ପ୍ରବର୍ତ୍ତନ କରି ଏକ ବିଶେଷ ସଫଳତା ହାସଲ କରିଛନ୍ତି । ଏହି ବେଙ୍ଗାଲୁରୁ ଦମ୍ପତି କେଶଭମୁର୍ଥୀ-ପୂର୍ଣ୍ଣଶ୍ରୀ କର୍ଣ୍ଣାଟକ କନ୍ନାଡା ଜିଲ୍ଲାର ମଚ୍ଛିମେଲଠାରେ ବାସ କରିଥାନ୍ତି ।
ସେମାନେ ବାଙ୍ଗାଲୋରରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ବେଳେ ଲକଡାଉନ୍ ଯୋଗୁଁ ତାଙ୍କ ମୂଳ ବାସସ୍ଥାନରେ ରହୁଥିଲେ । ତେବେ ଘରୁ ଅଫିସ କାମ କରୁଥିବା ସହିତ କିଛି ନୂଆ ତଥା ଅଭିନବ କାର୍ଯ୍ୟରେ ସମୟ ଅତିବାହିତ କରୁଥିଲେ । ସେମାନଙ୍କ ଘର ବଗିଚାରେ ଅଠର ଏକର ଚାଷ ଜମିରେ ପ୍ରାୟ ପାଞ୍ଚ ଶହ କୋକୋ ଗଛ ରହିଥିଲା । ଅଧିକାଂଶ ବାଦାମ ଅଦରକାରୀ ହେବା ପରେ କୋକୋ ଫଳ ମଞ୍ଜିରୁ ଚକୋଲେଟ୍ ତିଆରି କରିବାର ଏକ ନୂତନ ଧାରଣା ସେମାନଙ୍କର ହୃଦୟଙ୍ଗମ ହେଲା ବୋଲି ସେମାନେ କହିଛନ୍ତି ।
ସେହି କୋକୋ ମଞ୍ଜିରୁ ସେମାନେ ଚକୋଲେଟ୍ ପ୍ରସ୍ତୁତ କରିଥିଲେ । କୌଣସି ରାସାୟନିକ ପଦାର୍ଥ ବିନା ଏହି ହୋମମେଡ ଚକୋଲେଟ୍ ବର୍ତ୍ତମାନ ଅନଲାଇନରେ ବିକ୍ରି ହେଉଛି । ମହାରାଷ୍ଟ୍ର ଏବଂ ଗୁଜୁରାଟ ସମେତ ସମଗ୍ର ବିଶ୍ବରୁ ଏହି ଚକୋଲେଟର ଚାହିଦା ରହିଛି । ଦମ୍ପତି ତିଆରି କରୁଥିବା ଚକୋଲେଟ୍ କମ୍ ଚିନି ଏବଂ ଅଧିକ କୋକୋ ସାମଗ୍ରୀ ସହିତ ଏକ ଅଲଗା ପ୍ରକାର ଚକୋଲେଟ୍ । ଚକୋଲେଟରେ କେବଳ ଚିନି ବ୍ୟବହାର କରି କୋକୋର ପ୍ରାକୃତିକ ସ୍ବାଦ ରହିଛି । ଏହି ଚକୋଲେଟ୍କୁ ମଧୁମେହ ରୋଗୀମାନେ ଖାଇ ପାରିବେ ବୋଲି ପୂର୍ଣ୍ଣଶ୍ରୀ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ