ଓଡିଶା

odisha

ETV Bharat / bharat

ପତ୍ନୀ ଓ ଦୁଇ ଶିଶୁ ପୁତ୍ରଙ୍କୁ ବିଷ ଦେଇ ସ୍ବାମୀର ଆତ୍ମହତ୍ୟା

ଘଟଣା ଯେତିକି ଚାଞ୍ଚଲ୍ୟକର ସେତିକି ଲୋମଟାଙ୍କୁରା ମଧ୍ୟ । ଦୁଇ ନୀରିହ ଶିଶୁ ଓ ପତ୍ନୀକୁ ବିଷ ଦେଇ ଆତ୍ମହତ୍ୟା କରିଛି ସ୍ବାମୀ । ଅଧିକ ପଢନ୍ତୁ...

software-engineer-committed
software-engineer-committed

By

Published : Mar 2, 2020, 1:02 PM IST

ହାଇଦ୍ରାବାଦ: ରାତି ପାହିଲା ବେଳକୁ ଏପରି ଚାଞ୍ଚଲ୍ୟକର ଘଟଣା ଯେ ସର୍ବ ସମ୍ମୁଖକୁ ଆସିବ ତାହା କାହାକୁ ଜଣା ନଥିଲା । ଜଣେ ମୁର୍ଖ କିମ୍ବା ଅପାଠୁଆ ଲୋକ ଏପରି କରିବା ମଧ୍ୟ ଅବିଶ୍ବାସ ବାହାରେ । କିନ୍ତୁ ଏପରି ଜଘନ୍ୟ ଆଉ ଦୟନୀୟ କର୍ମ କରିଛନ୍ତି ଜଣେ ଉଚ୍ଚ ଶିକ୍ଷିତ ସଫ୍ଟୱେୟାର ଇଞ୍ଜିନିୟର ।

ପତ୍ନୀ ଓ ଦୁଇ ଶିଶୁ ପୁତ୍ରଙ୍କୁ ବିଷ ଦେଇ ସ୍ବାମୀର ଆତ୍ମହତ୍ୟା

ପତ୍ନୀ ଓ ଦୁଇ କଅଁଳ ଶିଶୁ ପୁତ୍ରକୁ ଖାଦ୍ୟରେ ବିଷ ଦେବା ସହିତ ନିଜେ ଆତ୍ମହତ୍ୟା କରିଛନ୍ତି । ଫଳରେ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ଘଟିଛି । ହସ୍ତିନାପୁର ଅଞ୍ଚଳରେ ଘଟିଛି ଏପରି ନୃଶଂସ କାଣ୍ଡ । ସ୍ବାମୀ ପ୍ରଦୀପ (33) ଓ ପତ୍ନୀ (29) ସମେତ ଦୁଇ ପୁତ୍ର କୃଷ୍ଣ (6), ଜୟା କୃଷ୍ଣ (2)ର ମୃତ୍ୟୁ ଘଟିଛି । ଶନିବାର ରାତିରେ ଏପରି ଘଟଣା ଘଟିଥିବାବେଳେ ରବିବାର ଜଣାପଡ଼ିଥିଲା ।

ପାରିବାରିକ କଳହ ଏବଂ ଆର୍ଥିକ ସମସ୍ୟା ଯୋଗୁଁ ପ୍ରଦୀପ ଏପରି କରିଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ପ୍ରଦୀପ କୁମାର ଆଇବିଏମରେ ଏକ ସଫ୍ଟୱେୟାର କମ୍ପାନୀ ଭାବରେ କାର୍ଯ୍ୟ କରୁଥିଲେ । ଦୁଇ ବର୍ଷ ପୂର୍ବେ ହସ୍ତିନାପୁରାର ସାଣ୍ଟୋସିମାଟା କଲୋନୀରେ ଏକ ଘର ନିର୍ମାଣ କରିଥିଲେ । ପ୍ରଦୀପ ଆର୍ଥିକ ଅସୁବିଧା ହେତୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details