ଓଡିଶା

odisha

ETV Bharat / bharat

ଡିଜିଟାଲ ଇଣ୍ଡିଆ ଯୁଗରେ କାମ ଦେଉନି ମୋଦିଙ୍କ ମୋବାଇଲ ସିଗନାଲ - ଡିଜିଟାଲ ଇଣ୍ଡିଆ

ଦେଶବାସୀ ଯେତେବେଳେ ଶହୀଦଙ୍କ ପାଇଁ କାନ୍ଦୁଥିଲେ, ମୋଦି ସେତେବେଳେ ଜିମ କୋର୍ବେଟ ପାର୍କରେ ଫିଲ୍ମ ସୁଟିଂ କରୁଥିବା ଅଭିଯୋଗ ଆଣିଥିଲେ କଂଗ୍ରେସ ପ୍ରବକ୍ତା ରଣଦୀପ ସିଂ ସୁର୍ଜେୱାଲା । ତେବେ ସରକାରୀ ସୂତ୍ର ଅନୁସାରେ ପ୍ରଧାନମନ୍ତ୍ରୀଙ୍କୁ ପୁଲୱାମା ଆକ୍ରମଣର ଖବର ବିଲମ୍ବରେ ମିଳିଥିବା ଜଣାପଡିଛି । ଖରାପ ପାଣିପାଗ ଓ ମୋବାଇଲ ନେଟୱର୍କ ଦୁର୍ବଳ ଥିବା ଯୋଗୁଁ ପିଏମକୁ ପୁଲୱାମା ଆକ୍ରମଣର ସୂଚନା 25 ମିନିଟ ବିଲମ୍ବରେ ମିଳିଥିଲା ବୋଲି ସଫେଇ ଦେଇଛି ବିଜେପି ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

By

Published : Feb 22, 2019, 11:43 PM IST

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ସ୍ଥିତ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଏକ ସପ୍ତାହ ଧରି ଚୁପ ରହିଥିଲେ ବିରୋଧୀ । ଆଉ ଏକ ସପ୍ତାହ ପରେ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରୁଛି କଂଗ୍ରେସ । ଗୁରୁବାର ଦଳ ପ୍ରେସ କନଫରେନ୍ସ କରି ମୋଦିଙ୍କ ଉପରେ ଜୋରଦାର ପ୍ରହାର କରିଛି ।

ଦେଶବାସୀ ଯେତେବେଳେ ଶହୀଦଙ୍କ ପାଇଁ କାନ୍ଦୁଥିଲେ, ମୋଦି ସେତେବେଳେ ଜିମ କୋର୍ବେଟ ପାର୍କରେ ଫିଲ୍ମ ସୁଟିଂ କରୁଥିବା ଅଭିଯୋଗ ଆଣିଥିଲେ କଂଗ୍ରେସ ପ୍ରବକ୍ତା ରଣଦୀପ ସିଂ ସୁର୍ଜେୱାଲା । ତେବେ ସରକାରୀ ସୂତ୍ର ଅନୁସାରେ ପ୍ରଧାନମନ୍ତ୍ରୀଙ୍କୁ ପୁଲୱାମା ଆକ୍ରମଣର ଖବର ବିଲମ୍ବରେ ମିଳିଥିବା ଜଣାପଡିଛି । ଖରାପ ପାଣିପାଗ ଓ ମୋବାଇଲ ନେଟୱର୍କ ଦୁର୍ବଳ ଥିବା ଯୋଗୁଁ ପିଏମକୁ ପୁଲୱାମା ଆକ୍ରମଣର ସୂଚନା 25 ମିନିଟ ବିଲମ୍ବରେ ମିଳିଥିଲା ବୋଲି ସଫେଇ ଦେଇଛି ବିଜେପି ।

ପିଏମଙ୍କୁ ବିଲମ୍ବରେ ସୂଚନା ମିଳିବାକୁ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଆସିଛି । ମୋବାଇଲ ନେଟୱର୍କ କାମ କରୁ ନଥିବାକୁ ନେଇ ବହୁ ଟ୍ବିଟର ୟୁଜର କହିଛନ୍ତି ଯେ ଏହା କେମିତି ଡିଜିଟାଲ ଇଣ୍ଡିଆ ଯେଉଁଠି ପ୍ରଧାନମନ୍ତ୍ରୀଙ୍କ ଫୋନରେ ନେଟୱର୍କ ନାହିଁ । ସେହିପରି ବହୁ ସାମ୍ବାଦିକ ମଧ୍ୟ ପିଏମ ମୋଦିଙ୍କୁ ବିଲମ୍ବର ଆତଙ୍କୀ ଆକ୍ରଣର ସୂଚନା ମିଳିବାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ।

ସାମ୍ବାଦିକ ଉମାଶଙ୍କର ସିଂ କହିଛନ୍ତି ଯେ ଏହା ବହୁତ ଗମ୍ଭୀର ମାମଲା । ଆତଙ୍କବାଦୀ ଆକ୍ରମଣର ସୂଚନା ନିଜ ଦେଶର ପିଏମକୁ ବିଳମ୍ବରେ ମିଳୁଛି । କାରଣ ପାଣିପାଗ ଖରାପ ଥିଲା । କଣ ପିଏମ ଲୋ ସ୍ପିଡ 4ଜିର ବ୍ୟବହାର କରନ୍ତି, ଯାହା ଦେଶର ସାଧାରଣ ଜନତା ବ୍ୟବହାର କରନ୍ତି ?

ABOUT THE AUTHOR

...view details