ହାଇଦ୍ରାବାଦ: ଜମ୍ମୁ କାଶ୍ମୀରରୁ ହଟିଲା ଅନୁଚ୍ଛେଦ 370 । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଐତିହାସିକ ନିଷ୍ପତ୍ତି ପାଇଁ ଦେଶରେ ସ୍ବାଗତ କରାଯାଇଛି । ଜମ୍ମୁ କାଶ୍ମୀର ବର୍ତ୍ତମାନ ରାଜ୍ୟ ନୁହେଁ ବରଂ ଦୁଇ ଭାଗରେ ବିଭକ୍ତ ହୋଇ କେନ୍ଦ୍ରଶାସିତ ଅଞ୍ଚଳରେ ପରିବର୍ତ୍ତିତ ହୋଇଛି । ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ବିରୋଧ କରିଥିବା ବେଳେ ଦେଶର ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟି ସମସ୍ତେ ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି ।
ଆଜିର ସୋସିଆଲ ମିଡିଆ ଯୁଗରେ ସମସ୍ତ ବିଷୟକୁ ନେଇ ମିମି ପ୍ରସ୍ତୁତ କରାଯାଉଥିବା ବେଳେ ଏହି ଐତିହାସିକ ବିଜୟକୁ ନେଇ ମଧ୍ୟ ମିମି ଭାଇରାଲ ହେବାରେ ଲାଗିଛି । କିଛି ୟୁଜର୍ସ ହେରାଫେରୀର ଫଟୋ ସେୟାର କରିଥିବା ବେଳେ ଅନ୍ୟକିଛି ଅଜିତ ଡୋଭାଲଙ୍କୁ ପ୍ରସଂଶା କରିଛନ୍ତି ।