ଓଡିଶା

odisha

ETV Bharat / bharat

ସାମାଜିକ ଦୂରତ୍ବ ପାଇଁ ସଚେତନ କରିପାରିବେ ସୋସିଆଲ ମିଡିଆ ଷ୍ଟାର - ସାମାଜିକ ଦୂରତ୍ବ

ଯୁବପିଢି ବର୍ତ୍ତମାନ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ଅଛନ୍ତି । ସେମାନେ ଯାହାକୁ ଫଲୋ କରନ୍ତି ତାଙ୍କର ସବୁ ଅପଡେଟ୍ ଉପରେ ନଜର ରଖିଥାନ୍ତି । ଅଧିକ ପଢନ୍ତୁ...

ସାମାଜିକ ଦୂରତ୍ବ ପାଇଁ ସଚେତନ କରିପାରିବେ ସୋସିଆଲ ମିଡିଆ ଷ୍ଟାର
ସାମାଜିକ ଦୂରତ୍ବ ପାଇଁ ସଚେତନ କରିପାରିବେ ସୋସିଆଲ ମିଡିଆ ଷ୍ଟାର

By

Published : Jun 1, 2020, 3:38 PM IST

ହାଇଦ୍ରାବାଦ: ବର୍ତ୍ତମାନ ପରିସ୍ଥିତିରେ ଆମକୁ କୋରୋନା ସହ ବଞ୍ଚିବାକୁ ପଡିବ । ଏଥିପାଇଁ ସମସ୍ତଙ୍କୁ ସଚେତନ ଓ ସତର୍କ ରହିବାକୁ ହେବ । ପ୍ରତିଷେଧକ ବ୍ୟବସ୍ଥା ଆପଣାଇବା ସହ ସବୁ ପରସ୍ଥିତିରେ ନିଜକୁ ସୁରକ୍ଷିତ ରଖିବାକୁ ହେବେ । ଏହି ସମୟରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ମାନିବା ଅତ୍ୟନ୍ତ ଜରୁରୀ । ତେବେ ଏପରି ସମୟରେ ଅନେକ ଦୃଶ୍ୟ ଦେଖିବାକୁ ମିଳିଛି ଯେଉଁଠାରେ ଲୋକମାନେ ସାମାଜିକ ଦୂରତ୍ବକୁ ମାନୁନାହାନ୍ତି । ବିଶେଷ କରି ଅଧିକାଂଶ ଯୁବପିଢି ଏହାକୁ ଅଣଦେଖା କରୁଛନ୍ତି ।

ତେବେ ଏହା ଉପରେ ଏକ ରିସର୍ଚ୍ଚ କରିଛି ଆମେରିକାର ନ୍ୟୁରୋସାଇନ୍ସ ଇନଷ୍ଟିଚ୍ୟୁଟ ୟୁସିଏଲ । ଏହାର ପ୍ରଫେସରମାନେ ଯୁବପିଢିଙ୍କ ପାଇଁ ସୋସିଆଲ ମିଡିଆ ଷ୍ଟାରଙ୍କୁ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ଯୁବପିଢି ବର୍ତ୍ତମାନ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ଅଛନ୍ତି । ସବୁବେଳେ ଏଥିରେ ସେମାନେ ଅପଡେଟ୍ ରହିବା ସହ ବିଭିନ୍ନ ଷ୍ଟାଟସ ଦେଉଛନ୍ତି । ସୋସିଆଲ ମିଡିଆରେ କିଛି ଟ୍ରେଣ୍ଡ ଟପିକରେ ସେମାନେ ସବୁବେଳେ ଅଂଶଗ୍ରହଣ କରନ୍ତି । ସେମାନେ ଯାହାକୁ ଫଲୋ କରନ୍ତି ତାଙ୍କର ସବୁ ଅପଡେଟ୍ ଉପରେ ନଜର ରଖିଥାନ୍ତି ।

ତେଣୁ ସୋସିଆଲ ମିଡିଆର ଅଧିକ ଫଲୋୟର୍ସ ଥିବା ଅଥବା ଷ୍ଟାରଙ୍କୁ ଯୁବପିଢିଙ୍କୁ ଶିକ୍ଷା ଦେବାକୁ ରିସର୍ଚ୍ଚରମାନେ ପରାମର୍ଶ ଦେଇଛନ୍ତି । କାରଣ ଷ୍ଟାରଙ୍କ କଥାକୁ ସେମାନେ ଅଧିକ ଗୁରୁତ୍ବ ଦେବେ । 10ରୁ 24 ବର୍ଷ ଭିତରେ ପିଲା ଅବା ଯୁବକ ଅଧିକ ସୋସିଆଲ ମିଡିଆ ସଂସ୍ପର୍ଶରେ ଆସିବାକୁ ଚାହାନ୍ତି । ଏହି ବୟସରେ ସେମାନେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହନ୍ତି । ଏହାର ଉପଯୋଗ କରିବାକୁ ବିଭିନ୍ନ ରାଷ୍ଟ୍ରର ସରକାର ଉଦ୍ୟମ କରିବା ଉଚିତ । ସୋସିଆଲ ମିଡିଆ ଷ୍ଟାରଙ୍କ ସହ ମିଶି ସେମାନେ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରିପାରନ୍ତି । ଷ୍ଟାରମାନେ ମଧ୍ୟ ନିଜ ଉଦ୍ୟମରେ ଏପରି କିଛି କ୍ୟାମ୍ପେନ ସୋସିଆଲ ମିଡିଆରେ କରିପାରିବେ । ଯାହାଦ୍ବାରା ଅନେକ ଯୁବପିଢି ଏଥିପ୍ରତି ଆକୃଷ୍ଟ ହୋଇପାରିବେ ।

ସଚେତନତା କାର୍ଯ୍ୟକ୍ରମ ମନୋରଞ୍ଜନଭିତ୍ତିକ ହୋଇପାରିବ । ଫଳରେ ଏହା ଲୋକଙ୍କୁ ଅଧିକ ଆକର୍ଷିତ କରିବ । ସୋସିଆଲ ମିଡିଆରେ କ୍ୟାମ୍ପେନ ଯୁବପିଢିଙ୍କ ଉପରେ ଅଧିକ ପ୍ରଭାବ ପକାଇବ । ନିକଟରେ ଆମେରିକାରେ କିଛି ଯୁବପିଢି ସୋସିଆଲ ଡିଷ୍ଟାନ୍ସ ନିୟମ ଭାଙ୍ଗି ଏକାଠି ହୋଇ ଲକଡାଉନ ହଟାଇବାକୁ ଦାବି କରିଥିଲେ । ଯୁବପିଢିଙ୍କ ମାନସିକତା ଏପରି ଯେ ସେମାନେ କିଛି କାର୍ଯ୍ୟ ପାଇଁ ରିସ୍କ ନେବାକୁ ଚାହିଁବେ । ଏଥିପାଇଁ ସେମାନେ ନିଜ କଥା କିମ୍ବା ସାଙ୍ଗ କଥା ଭାବିବେ ନାହିଁ । ନିୟମ ଭାଙ୍ଗି ବିକ୍ଷୋଭ କରିବେ ପଛେ କିନ୍ତୁ ସାମାଜିକ ଦୂରତ୍ବକୁ ଖାତିର କରିବନି । ଫଳରେ ସେମାନେ ନିଜ ସହ ଅନ୍ୟ ଲୋକଙ୍କ ଜୀବନ ବି ବିପଦରେ ପକାଇବେ ।

ଏପରି ସ୍ଥିତିରେ କୋରୋନା ସଂକ୍ରମଣର ଭୟ ସମ୍ପର୍କରେ ସେମାନଙ୍କୁ ସୋସିଆଲ ମିଡିଆ ଷ୍ଟାର ସଚେତନ କରିବା ଉଚିତ ହେବ ବୋଲି ରିସର୍ଚ୍ଚର କହିଛନ୍ତି । ଆଗରୁ ବି ଦେଖାଯାଇଛି ଯେ ଏହି ଷ୍ଟାରଙ୍କ କଥାରେ ଯୁବପିଢି ଅନେକ ଅନୁପ୍ରାଣିତ ହୋଇଛନ୍ତି । ବିଭିନ୍ନ ବିଷୟ ଉପରେ ସେମାନେ ଏମାନଙ୍କୁ ଅନୁସରଣ କରନ୍ତି । ଯେଉଁ ଷ୍ଟାରଙ୍କ ବିପୁଳ ଫ୍ୟାନ୍ସ ଫଲୋୟିଙ୍ଗ ଅଛନ୍ତି ସେମାନେ ଅଧିକ ସଚେତନ କରିପାରିବେ । ପୂର୍ବରୁ ସେମାନଙ୍କ ସମସ୍ତ ପ୍ରକାର ଅନଲାଇନ କାର୍ଯ୍ୟକ୍ରମ, କ୍ୟାମ୍ପେନ ବହୁତ ସଫଳତା ପାଇଛି । ସେମାନଙ୍କ ଫଲୋୟର୍ସ ଷ୍ଟାରଙ୍କୁ ବହୁତ ମାନନ୍ତି । ସେଥିପାଇଁ ସେମାନେ ଅନେକ ଯୁବପିଢିଙ୍କୁ ସଚେତନ କରିପାରିବେ ବୋଲି ରିସର୍ଚ୍ଚର କହିଛନ୍ତି ।

For All Latest Updates

ABOUT THE AUTHOR

...view details